ହିମାଚଳ ସେଓରେ ରୋଗ, ଚିନ୍ତାରେ ଚାଷୀ

ଶିମଲା ୧୮।୭: ହିମାଚଳ ସେଓ ଚାଷ ଏବେ ଅଲ୍ଟରନେରିଆ ନାମକ ଏକ ରୋଗରେ ଆକ୍ରାନ୍ତ ହୋଇଛି। ନୌଣୀ ୟୁନିଭର୍ସିଟି ଅଫ ହର୍ଟିକଲଚର ଆଣ୍ଡ ଫରେଷ୍ଟ୍ରିର ଟିମ୍ ର ପରିଦର୍ଶନ ପରେ ଏହା ଜଣାପଡିଛି। ହିମାଚଳ ପ୍ରଦେଶ ଫଳ ବିଶେଷ କରି ଲାଲ ସେଓ ପାଇଁ ପ୍ରଶିଦ୍ଧ। ହର୍ଟିକଲଚରରେ ସେଓ ବଗିଚା ମୁଖ୍ୟ ଓ ନଗଦ ଫସଲ। ହିମାଚଳର ଆପଲ ଇକୋନମି କଥା କହିବାକୁ ଗଲେ ୫ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟବସାୟ। ତେବେ ଫସଲରେ ରୋଗ ଏବେ ଚାଷୀଙ୍କୁ ନିରାଶ କରିଛି। ଫସଲ ରୋଗେଇବା ଯୋଗୁ ଚାଷୀଙ୍କ ବାର୍ଷିକ ଆୟ ଉପରେ ବି ବିପଦ ଘନେଇଛି। ଅଧିକାରୀମାନେ କହିଛନ୍ତି ଯେ ରୋହଡୁ, କୋଟଖାଇ, ଜୁବ୍ବଲ ଓ ଠିୟୋଗରେ ୭୦ରୁ ୯୫ ପ୍ରତିଶତ ସେଓ ବଗିଚା ଏହି ରୋଗରେ ଆକ୍ରାନ୍ତ ହୋଇଛି। ହିମାଚଳ ସେଓ ଚାଷର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବିଶ୍ୱବିଦ୍ୟାଳୟ ବିସ୍ତୃତ ରିପୋର୍ଟ ଜାରି କରିଛି। ଚାଷୀଙ୍କ ଅନୁସାରେ ସେଓ ଗଛର ପତ୍ରରେ ଏହି ରୋଗ ହେଉଛି ଯାହା ଫଳକୁ ମଧ୍ୟ ଆକ୍ରାନ୍ତ କରୁଛି। ଫଳରେ ଚିହ୍ନ ପଡିଯିବା ସହ ଫଳ ଅସମୟରେ ଝଡିପଡୁଛି। କୃଷି ବିଜ୍ଞାନ କେନ୍ଦ୍ର ଶିମଲାର ଏକ ଟିମ୍‌ ରୋହଡୁ, କୋଟଖାଇ ଓ ଜୁବ୍ବଲ ଗସ୍ତ କରି ପାଖାପାଖି ୨୦ଟି ଗାଁର ସେଓ ବଗିଚା ନିରିକ୍ଷଣ କରିଛନ୍ତି। ଏହି ରୋଗରୁ ସେଓ ଫସଲକୁ ବଞ୍ଚାଇବା ପାଇଁ ହର୍ଟିକଲଚର ବିଭାଗ ଚାଷୀଙ୍କ ନିମନ୍ତେ ଏକ ଆଡଭାଇଜରୀ ଜାରି କରିଛନ୍ତି। ଏଥିରେ ବିଭାଗ ଚାଷୀମାନଙ୍କୁ ସେଓ ଗଛର ପତ୍ର ଉପରେ ନିରନ୍ତର ନଜର ରଖିବାକୁ ଓ ପତ୍ରରେ

ହିମାଚଳ ସେଓରେ ରୋଗ, ଚିନ୍ତାରେ ଚାଷୀ

ଶିମଲା ୧୮।୭: ହିମାଚଳ ସେଓ ଚାଷ ଏବେ ଅଲ୍ଟରନେରିଆ ନାମକ ଏକ ରୋଗରେ ଆକ୍ରାନ୍ତ ହୋଇଛି। ନୌଣୀ ୟୁନିଭର୍ସିଟି ଅଫ ହର୍ଟିକଲଚର ଆଣ୍ଡ ଫରେଷ୍ଟ୍ରିର ଟିମ୍ ର ପରିଦର୍ଶନ ପରେ ଏହା ଜଣାପଡିଛି। ହିମାଚଳ ପ୍ରଦେଶ ଫଳ ବିଶେଷ କରି ଲାଲ ସେଓ ପାଇଁ ପ୍ରଶିଦ୍ଧ। ହର୍ଟିକଲଚରରେ ସେଓ ବଗିଚା ମୁଖ୍ୟ ଓ ନଗଦ ଫସଲ। ହିମାଚଳର ଆପଲ ଇକୋନମି କଥା କହିବାକୁ ଗଲେ ୫ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟବସାୟ। ତେବେ ଫସଲରେ ରୋଗ ଏବେ ଚାଷୀଙ୍କୁ ନିରାଶ କରିଛି। 

ଫସଲ ରୋଗେଇବା ଯୋଗୁ ଚାଷୀଙ୍କ ବାର୍ଷିକ ଆୟ ଉପରେ ବି ବିପଦ ଘନେଇଛି। ଅଧିକାରୀମାନେ କହିଛନ୍ତି ଯେ ରୋହଡୁ, କୋଟଖାଇ, ଜୁବ୍ବଲ ଓ ଠିୟୋଗରେ ୭୦ରୁ ୯୫ ପ୍ରତିଶତ ସେଓ ବଗିଚା ଏହି ରୋଗରେ ଆକ୍ରାନ୍ତ ହୋଇଛି। ହିମାଚଳ ସେଓ ଚାଷର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବିଶ୍ୱବିଦ୍ୟାଳୟ ବିସ୍ତୃତ ରିପୋର୍ଟ ଜାରି କରିଛି। ଚାଷୀଙ୍କ ଅନୁସାରେ ସେଓ ଗଛର ପତ୍ରରେ ଏହି ରୋଗ ହେଉଛି ଯାହା ଫଳକୁ ମଧ୍ୟ ଆକ୍ରାନ୍ତ କରୁଛି। ଫଳରେ ଚିହ୍ନ ପଡିଯିବା ସହ ଫଳ ଅସମୟରେ ଝଡିପଡୁଛି। 

କୃଷି ବିଜ୍ଞାନ କେନ୍ଦ୍ର ଶିମଲାର ଏକ ଟିମ୍‌ ରୋହଡୁ, କୋଟଖାଇ ଓ ଜୁବ୍ବଲ ଗସ୍ତ କରି ପାଖାପାଖି ୨୦ଟି ଗାଁର ସେଓ ବଗିଚା ନିରିକ୍ଷଣ କରିଛନ୍ତି। ଏହି ରୋଗରୁ ସେଓ ଫସଲକୁ ବଞ୍ଚାଇବା ପାଇଁ ହର୍ଟିକଲଚର ବିଭାଗ ଚାଷୀଙ୍କ ନିମନ୍ତେ ଏକ ଆଡଭାଇଜରୀ ଜାରି କରିଛନ୍ତି। ଏଥିରେ ବିଭାଗ ଚାଷୀମାନଙ୍କୁ ସେଓ ଗଛର ପତ୍ର ଉପରେ ନିରନ୍ତର ନଜର ରଖିବାକୁ ଓ ପତ୍ରରେ ଏପରି ଚିହ୍ନ ଦେଖାଦେଲେ କୃଷି ବିଭାଗ ଦ୍ୱାରା ଜାରି ସ୍ପ୍ରେକୁ ପ୍ରତି ୧୦ରୁ ୧୫ ଦିନରେ ଥରେ ଗଛରେ ପକାଇବାକୁ କହିଛନ୍ତି। 

ତେବେ ହିମାଚଳ କେବଳ ସେଓ ନିମନ୍ତେ ନୁହେଁ ନାଷ୍ପତ୍ତି, ଆମ୍ବ, ଲିଚୁ ଓ ପିଜୁଳି ସମେତ ଅନ୍ୟ ଫଳ ପାଇଁ ମଧ୍ୟ ପ୍ରଶିଦ୍ଧ। ଭଲ ଫସଲ ପାଗ ଉପରେ ନିର୍ଭର କରେ। ଫଳ ଓ ପନିପରିବା ଉତ୍ପାଦନ ଯୋଗୁ ରାଜ୍ୟରେ ରୋଜଗାରର ସାଧାନ ସୃଷ୍ଟି କରେ। ଫଳରେ ସରକାରଙ୍କ ସହିତ ସାଧାରଣ ଲୋକେ ମଧ୍ୟ ଉପକୃତ ହୁଅନ୍ତି। ତେବେ ପ୍ରଥମ ଥର ଏପରି ରୋଗ ଏବେ ସେଓ ବଗିଚା ମାଲିକଙ୍କୁ ଚିନ୍ତାରେ ପକାଇଛି।