୨୦୨୨ରୁ ୨୦୨୪ ଯାଏଁ, ଟି-୨୦ କ୍ରିକେଟ୍ରେ ଟିମ୍ ଇଣ୍ଡିଆର ଦବ୍ଦବା
ମୁମ୍ବାଇ ୨୯।୦୭ : ୨୦୨୨ରୁ ୨୦୨୪ । ବିଶ୍ୱ କ୍ରିକେଟ୍ରେ ଟିମ୍ ଇଣ୍ଡିଆର ଦବ୍ଦବା । ଟି-୨୦ କ୍ରିକେଟ୍ରେ ଏବେ ଟିମ୍ ଇଣ୍ଡିଆ ନମ୍ବର ଓ୍ୱାନ୍। ୨୦୨୨ ଟି-୨୦ ବିଶ୍ୱକପ୍ର ସେମି ଫାଇଟ୍ରେ ଇଂଲଣ୍ଡ ଠାରୁ ୧୦ ଓ୍ୱିକେଟ୍ରେ ହାରିଥିଲା । ଚାରିଆଡୁ ହେବାକୁ ପଡିଥିଲା ସମାଲୋଚନାର ସାମ୍ନା । ତଥାପି ନିଜର ଲକ୍ଷ୍ୟଠୁ କେବେ ଦୂରେଇ ଯାଇନଥିଲେ । ନିଜର ଦମ୍ଦାର ପ୍ରଦର୍ଶନ ବଳରେ ୨୦୨୪ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଛି । ୧୧ ବର୍ଷ ପରେ ଦେଶକୁ ଆସିଛି କୌଣସି ଆଇସିସି ଟ୍ରଫି । ଏହି ଟ୍ରଫି ଜିତିବା ସହ ଟି-୨୦ କ୍ରିକେଟ୍ର ନୂଆ ରେକର୍ଡ କରିଚାଲିଛି ଟିମ୍ ଇଣ୍ଡିଆ । ୨୦୨୨ରୁ ୨୪ ମଧ୍ୟରେ ସବୁଠୁ ଅଧିକ ଟି-୨୦ ମ୍ୟାଚ୍ ଜିତିଛି କରିଛି ରେକର୍ଡ । ଆଉ ନିଜର ଓ୍ବିନିଙ୍ଗ୍ ପର୍ସେଣ୍ଟେଜ୍ ୭୬ ପ୍ରତିଶତରୁ ଅଧିକ ବି ରଖିଛି । ଯାହାକୁ ଅନ୍ୟ କୌଣସି ଟିମ୍ ବ୍ରେକ୍ କରିବା କାଠିକର । ଅଷ୍ଟ୍ରେଲିଆରେ ଖେଳାଯାଇଥିଲା ୨୦୨୨ ଟି-୨୦ ବିଶ୍ୱକପ୍ । ଏହି ଟୁର୍ଣ୍ଣାମେଣ୍ଟର ସେମି ଫାଇଟ୍ରେ ଇଂଲଣ୍ଡଠୁ ଶୋଚନୀୟ ଭାବେ ହାରିଥିଲା ମେନ୍ ଇନ୍ ବ୍ଲୁ । ନିଜର ଭୁଲ୍କୁ ସୁଧାରି ଆଉ ଥରେ ଗଢା ହେଲା କୋର୍ ଟିମ୍ । କିଏ ହେଲା ଆଉଟ୍ , ଆଉ କିଏ ହେଲା ଆଉଟ୍ । ପର୍ଯ୍ୟାୟକ୍ରମେ ଟିମ୍ ହେଲା ଶକ୍ତିଶାଳୀ । ୨୦୨୨ରୁ ଏବେ ଯାଏଁ ଟିମ୍ ଇଣ୍ଡିଆ ୪୨ଟି ଟି-୨୦ ମ୍ୟାଚ୍ ଖେଳିସାରିଛି । ଯେଉଁଥିରେ ୩୨ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ମା
ମୁମ୍ବାଇ ୨୯।୦୭ : ୨୦୨୨ରୁ ୨୦୨୪ । ବିଶ୍ୱ କ୍ରିକେଟ୍ରେ ଟିମ୍ ଇଣ୍ଡିଆର ଦବ୍ଦବା । ଟି-୨୦ କ୍ରିକେଟ୍ରେ ଏବେ ଟିମ୍ ଇଣ୍ଡିଆ ନମ୍ବର ଓ୍ୱାନ୍। ୨୦୨୨ ଟି-୨୦ ବିଶ୍ୱକପ୍ର ସେମି ଫାଇଟ୍ରେ ଇଂଲଣ୍ଡ ଠାରୁ ୧୦ ଓ୍ୱିକେଟ୍ରେ ହାରିଥିଲା । ଚାରିଆଡୁ ହେବାକୁ ପଡିଥିଲା ସମାଲୋଚନାର ସାମ୍ନା । ତଥାପି ନିଜର ଲକ୍ଷ୍ୟଠୁ କେବେ ଦୂରେଇ ଯାଇନଥିଲେ । ନିଜର ଦମ୍ଦାର ପ୍ରଦର୍ଶନ ବଳରେ ୨୦୨୪ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଛି । ୧୧ ବର୍ଷ ପରେ ଦେଶକୁ ଆସିଛି କୌଣସି ଆଇସିସି ଟ୍ରଫି । ଏହି ଟ୍ରଫି ଜିତିବା ସହ ଟି-୨୦ କ୍ରିକେଟ୍ର ନୂଆ ରେକର୍ଡ କରିଚାଲିଛି ଟିମ୍ ଇଣ୍ଡିଆ । ୨୦୨୨ରୁ ୨୪ ମଧ୍ୟରେ ସବୁଠୁ ଅଧିକ ଟି-୨୦ ମ୍ୟାଚ୍ ଜିତିଛି କରିଛି ରେକର୍ଡ । ଆଉ ନିଜର ଓ୍ବିନିଙ୍ଗ୍ ପର୍ସେଣ୍ଟେଜ୍ ୭୬ ପ୍ରତିଶତରୁ ଅଧିକ ବି ରଖିଛି । ଯାହାକୁ ଅନ୍ୟ କୌଣସି ଟିମ୍ ବ୍ରେକ୍ କରିବା କାଠିକର ।
ଅଷ୍ଟ୍ରେଲିଆରେ ଖେଳାଯାଇଥିଲା ୨୦୨୨ ଟି-୨୦ ବିଶ୍ୱକପ୍ । ଏହି ଟୁର୍ଣ୍ଣାମେଣ୍ଟର ସେମି ଫାଇଟ୍ରେ ଇଂଲଣ୍ଡଠୁ ଶୋଚନୀୟ ଭାବେ ହାରିଥିଲା ମେନ୍ ଇନ୍ ବ୍ଲୁ । ନିଜର ଭୁଲ୍କୁ ସୁଧାରି ଆଉ ଥରେ ଗଢା ହେଲା କୋର୍ ଟିମ୍ । କିଏ ହେଲା ଆଉଟ୍ , ଆଉ କିଏ ହେଲା ଆଉଟ୍ । ପର୍ଯ୍ୟାୟକ୍ରମେ ଟିମ୍ ହେଲା ଶକ୍ତିଶାଳୀ । ୨୦୨୨ରୁ ଏବେ ଯାଏଁ ଟିମ୍ ଇଣ୍ଡିଆ ୪୨ଟି ଟି-୨୦ ମ୍ୟାଚ୍ ଖେଳିସାରିଛି । ଯେଉଁଥିରେ ୩୨ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ମାତ୍ର ୮ଟି ମ୍ୟାଚ୍ରେ ହୋଇଛି ପରାସ୍ତ । ଟିମ୍ ଇଣ୍ଡିଆର ମୋଟ୍ ଓ୍ବିନିଙ୍ଗ୍ ପର୍ସେଣ୍ଟେଜ୍ ୭୬ ପ୍ରତିଶତରୁ ଅଧିକ ରହିଛି ।
ଭାରତ ପଛକୁ ରହିଛି ବାଂଲାଦେଶ । ୨୦୨୨ ଟି-୨୦ ବିଶ୍ୱକପ୍ ପରଠୁ ବାଂଲାଦେଶ ଏବେ ଯାଏଁ ୩୨ଟି ମ୍ୟାଚ୍ ଖେଳିସାରିଛି । ଯେଉଁଥିରୁ ୧୯ଟି ମ୍ୟାଚ୍ରେ ବିଜୟୀ ହୋଇଥିବା ବେଳେ ୧୨ଟି ମୁକାବିଲାରେ ହୋଇଛି ପରାସ୍ତ । ସେହିପରି ତୃତୀୟ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ । ୨୦୨୨ରୁ ଏବେ ଯାଏଁ ନ୍ୟୁଜିଲାଣ୍ଡ ୪୦ଟି ମ୍ୟାଚ୍ ଖେଳିଛି । ତାମଧ୍ୟରୁ ୧୮ଟିରେ ବିଜୟୀ ହୋଇଥିବା ବେଳେ ୧୮ରେ ହାରିଛି । ବାକି ୪ଟି ମ୍ୟାଚ୍ରେ କୌଣସି ରେଜଲ୍ଟ ଆସିନାହିଁ ।
ସେହିପରି ୪ର୍ଥ ସ୍ଥାନରେ ରହିଛି ଓ୍ୱେଷ୍ଟଇଣ୍ଡିଜ୍ ଟିମ୍। ୨୦୨୨ ଟି-୨୦ ବିଶ୍ୱକପ୍ ପରଠୁ ଦଳ ଏବେ ଯାଏଁ ୨୬ଟି ମ୍ୟାଚ୍ ଖେଳିସାରିଛି । ଯାହାମଧ୍ୟରୁ ୧୭ଟିରେ ବିଜୟୀ ହୋଇଥିବା ବେଳେ ୯ଟି ପରାସ୍ତ ହୋଇଛି । ୬୫ ପ୍ରତିଶତରୁ ଅଧିକ ରହିଛି ଟିମ୍ର ଓ୍ବିନିଙ୍ଗ୍ ପର୍ସେଣ୍ଟେଜ୍ । ଏହାପଛକୁ ମାନେ ପଞ୍ଚମ ସ୍ଥାନରେ ରହିଛି ଟିମ୍ ଆଫଗାନିସ୍ତାନ । ୨୦୨୨ ଟି-୨୦ ବିଶ୍ୱକପ୍ ପରଠାରୁ ଏବେ ଯାଏଁ ଟିମ୍ ୩୧ଟି ମ୍ୟାଚ୍ ଖେଳିସାରିଛି । ଯେଉଁଥିରୁ ୧୬ଟିରେ ବିଜୟୀ ହୋଇଥିବା ବେଳେ ୧୪ରେ ହାରିଛି । ବାକି ଗୋଟିଏ ମ୍ୟାଚ୍ର କୌଣସି ରେଜଲ୍ଟ ବାହାରିନାହିଁ । ଟପ୍ ୫ରେ ଏହି ସବୁ ଟିମ୍ ରହିଥିବା ବେଳେ ଷଷ୍ଠ ସ୍ଥାନରେ ଅଷ୍ଟ୍ରେଲିଆ, ସପ୍ତମ ସ୍ଥାନରେ ପାକିସ୍ତାନ, ଅଷ୍ଟମ ସ୍ଥାନରେ ଇଂଲଣ୍ଡ, ନବମ ସ୍ଥାନରେ ଦକ୍ଷିଣ ଆଫ୍ରିକା, ଆଉ ଦଶମ ସ୍ଥାନରେ ରହିଛି ଶ୍ରୀଲଙ୍କା ।
ଯଦି ଓ୍ୱିନ୍ ପର୍ସେଣ୍ଟ ଅନୁସାରେ ଗଣନା କରାଯାଏ । ତେବେ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ୍ ଟିମ୍ ଶେଷରେ ରହିବ । କାହିଁକି ନା ଟି-୨୦ କ୍ରିକେଟ୍ରେ ଭାରତୀୟ ଟିମ୍ରେ ଓ୍ୱିନ୍ ପର୍ସେଣ୍ଟ ୭୬ ପ୍ରତିଶତରୁ ଅଧିକ ରହିଥିବା ବେଳେ ପାକିସ୍ତାନର ଓ୍ବିନିଙ୍ଗ୍ ପର୍ସେଣ୍ଟେଜ୍ ୩୬ ପ୍ରତିଶତରୁ ଟିକିଏ ଅଧିକ ରହିଛି । ଯାହାକି ଟି-୨୦ କ୍ରିକେଟ୍ରେ ସବୁଠୁ କମ୍ । ପାକିସ୍ତାନ ଟିମ୍ ୨୦୨୨ ଟି-୨୦ ବିଶ୍ୱକପ୍ ପରଠୁ ଏବେ ଯାଏଁ ୩୦ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୧୧ଟିରେ ବିଜୟୀ ହୋଇଥିବା ବେଳେ ୧୭ଟିରେ ମୁକାବିଲାରେ ପରାସ୍ତର ସାମ୍ନା କରିଛି । ବାକି ୨ଟି ମ୍ୟାଚ୍ରେ କୌଣସି ରେଜଲ୍ଟ ଆସିନାହିଁ।