କେମିତି ହେବ NTAର ପରୀକ୍ଷା ପଦ୍ଧତି? ଛାତ୍ରଛାତ୍ରୀ ଓ ଅଭିଭାବକ ଦେବେ ପରାମର୍ଶ
ନୂଆଦିଲ୍ଲୀ: NTAର ପରୀକ୍ଷା ପଦ୍ଧତିରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ଗଠନ କରିଛନ୍ତି ବିଶେଷଜ୍ଞ ପ୍ୟାନେଲ୍। ଏହି କ୍ରମରେ NEET ପରୀକ୍ଷା ସମେତ NTAର ପଦ୍ଧତିରେ ସଠିକ୍ ପରିଚାଳନା କିଭଳି ହୋଇପାରିବ, ଏନେଇ ଛାତ୍ର, ଅଭିଭାବକ ଏବଂ ଅନ୍ୟାନ୍ୟ ଭାଗୀଦାରଙ୍କଠାରୁ ପରାମର୍ଶ ଲୋଡିଛନ୍ତି।MyGov ୱେବସାଇଟରେ ଜୁଲାଇ 7 ପର୍ଯ୍ୟନ୍ତ ଜନସାଧାରଣ ସେମାନଙ୍କର ପ୍ରସ୍ତାବ ଓ ମତାମତ ଦାଖଲ କରିପାରିବେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ କମିଟି ଭାଗୀଦାରୀ, ବିଶେଷକରି ଛାତ୍ର ଏବଂ ଅଭିଭାବକମାନଙ୍କ ଠାରୁ ଜୁନ୍ ୨୭ରୁ ଜୁଲାଇ ୭ ପର୍ଯ୍ୟନ୍ତ ପରାମର୍ଶ, ମତାମତ ଏବଂ ଧାରଣା ଲୋଡିଛି। My Gov ଓ୍ୱେବସାଇଟ୍କୁ ଯାଇ ସେମାନେ ନିଜ ନିଜର ପ୍ରସ୍ତାବ କିମ୍ବା ମତାମତ ଦାଖଲ କରିପାରିବେ। ନିଟ୍ ୟୁଜି ୨୦୨୪ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ମାମଲା ରୁଜୁ କରିଛି ସିବିଆଇ। କେନ୍ଦ୍ର ସରକାର ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦେବା ପରେ ରବିବାର ମାମଲା ରୁଜୁ ହୋଇଛି। ସୂଚନା ଥାଉକି ମେ ୫ ତାରିଖରେ ୪,୭୫୦ କେନ୍ଦ୍ରରେ ପାଖାପାଖି ୨୪ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ। ଜୁନ ୪ ତାରିଖରେ ପରୀକ୍ଷା ଘୋଷଣା କରାଯାଇଥିଲା। ପ୍ରକୃତ ତାରିଖର ୧୦ ଦିନ ପୂର୍ବରୁ ରେଜଲ୍ଟ ପ୍ରକାଶ ପାଇଥିଲା। ଏହାର କିଛିଦିନ ପରେ ବିହାରରେ ନିଟ୍ ୟୁଜି ପେପର ଲିକ୍ ହେବା ଜଣା ପଡ଼ିବା ପରେ ପାଟନା ପୁଲିସ ୪ ପରୀକ୍ଷାର୍ଥୀଙ୍କ ସମେତ ୭ ଜଣଙ୍କୁ ଗିର
ନୂଆଦିଲ୍ଲୀ: NTAର ପରୀକ୍ଷା ପଦ୍ଧତିରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ଗଠନ କରିଛନ୍ତି ବିଶେଷଜ୍ଞ ପ୍ୟାନେଲ୍। ଏହି କ୍ରମରେ NEET ପରୀକ୍ଷା ସମେତ NTAର ପଦ୍ଧତିରେ ସଠିକ୍ ପରିଚାଳନା କିଭଳି ହୋଇପାରିବ, ଏନେଇ ଛାତ୍ର, ଅଭିଭାବକ ଏବଂ ଅନ୍ୟାନ୍ୟ ଭାଗୀଦାରଙ୍କଠାରୁ ପରାମର୍ଶ ଲୋଡିଛନ୍ତି।
MyGov ୱେବସାଇଟରେ ଜୁଲାଇ 7 ପର୍ଯ୍ୟନ୍ତ ଜନସାଧାରଣ ସେମାନଙ୍କର ପ୍ରସ୍ତାବ ଓ ମତାମତ ଦାଖଲ କରିପାରିବେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ କମିଟି ଭାଗୀଦାରୀ, ବିଶେଷକରି ଛାତ୍ର ଏବଂ ଅଭିଭାବକମାନଙ୍କ ଠାରୁ ଜୁନ୍ ୨୭ରୁ ଜୁଲାଇ ୭ ପର୍ଯ୍ୟନ୍ତ ପରାମର୍ଶ, ମତାମତ ଏବଂ ଧାରଣା ଲୋଡିଛି।
My Gov ଓ୍ୱେବସାଇଟ୍କୁ ଯାଇ ସେମାନେ ନିଜ ନିଜର ପ୍ରସ୍ତାବ କିମ୍ବା ମତାମତ ଦାଖଲ କରିପାରିବେ। ନିଟ୍ ୟୁଜି ୨୦୨୪ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ମାମଲା ରୁଜୁ କରିଛି ସିବିଆଇ। କେନ୍ଦ୍ର ସରକାର ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦେବା ପରେ ରବିବାର ମାମଲା ରୁଜୁ ହୋଇଛି।
ସୂଚନା ଥାଉକି ମେ ୫ ତାରିଖରେ ୪,୭୫୦ କେନ୍ଦ୍ରରେ ପାଖାପାଖି ୨୪ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ। ଜୁନ ୪ ତାରିଖରେ ପରୀକ୍ଷା ଘୋଷଣା କରାଯାଇଥିଲା। ପ୍ରକୃତ ତାରିଖର ୧୦ ଦିନ ପୂର୍ବରୁ ରେଜଲ୍ଟ ପ୍ରକାଶ ପାଇଥିଲା। ଏହାର କିଛିଦିନ ପରେ ବିହାରରେ ନିଟ୍ ୟୁଜି ପେପର ଲିକ୍ ହେବା ଜଣା ପଡ଼ିବା ପରେ ପାଟନା ପୁଲିସ ୪ ପରୀକ୍ଷାର୍ଥୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା।