ମନମୋହନଙ୍କୁ ନେଇ ସାରା ଦେଶ ଶୋକ ପାଳୁଥିବା ବେଳେ ଭିଏତନାମ ଗଲେ ରାହୁଲ ଗାନ୍ଧୀ, କଟାକ୍ଷ କଲା ଭାଜପା
ନୂଆଦିଲ୍ଲୀ,୩୦।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ସୋମବାର ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମାଲୋଚନା କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକର କିଛି ଦିନ ପରେ ନୂଆ ବର୍ଷକୁ ସ୍ବାଗତ କରିବାକୁ ରାହୁଲ ଭିଏତନାମ ଯାଇଛନ୍ତି। ଏପରି କରି ସେ ଦିବଂଗତ ନେତାଙ୍କ ଅପମାନ ଏବଂ ତାଙ୍କ ସହ ଦୁର୍ବବ୍ୟବହାର କରିଥିବା ଭାଜପା କହିଛି। ଭାଜପା ମୁଖପାତ୍ର ଶହଜାଦ ପୁନାଓ୍ବାଲା ଏଏନ୍ଆଇକୁ କହିଛନ୍ତି, ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକରେ ଶୋକ […] The post ମନମୋହନଙ୍କୁ ନେଇ ସାରା ଦେଶ ଶୋକ ପାଳୁଥିବା ବେଳେ ଭିଏତନାମ ଗଲେ ରାହୁଲ ଗାନ୍ଧୀ, କଟାକ୍ଷ କଲା ଭାଜପା appeared first on Dharitri Odia News.
ନୂଆଦିଲ୍ଲୀ,୩୦।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ସୋମବାର ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମାଲୋଚନା କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକର କିଛି ଦିନ ପରେ ନୂଆ ବର୍ଷକୁ ସ୍ବାଗତ କରିବାକୁ ରାହୁଲ ଭିଏତନାମ ଯାଇଛନ୍ତି। ଏପରି କରି ସେ ଦିବଂଗତ ନେତାଙ୍କ ଅପମାନ ଏବଂ ତାଙ୍କ ସହ ଦୁର୍ବବ୍ୟବହାର କରିଥିବା ଭାଜପା କହିଛି।
ଭାଜପା ମୁଖପାତ୍ର ଶହଜାଦ ପୁନାଓ୍ବାଲା ଏଏନ୍ଆଇକୁ କହିଛନ୍ତି, ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକରେ ଶୋକ ପାଳନ କରାଯାଉଛି, ସେତେବେଳେ ରାହୁଲ ନୂଆ ବର୍ଷକୁ ସ୍ବାଗତ କରିବାକୁ ବିଦେଶ ଚାଲିଯାଇଛନ୍ତି। ଦେଶ ଏବେ ୭ ଦିନର ରାଷ୍ଟ୍ରୀୟ ଶୋକ ପାଳନ କରୁଛି। କଂଗ୍ରେସ ମନମୋହନଙ୍କୁ ସମ୍ମାନ ଦିଏ ନାହିଁ। ଦଳ ତାଙ୍କ ଜୀବନକାଳରେ ଅନେକଥର ଅପମାନ କରିଛି ଏବଂ ଗାଳି ଦେଇଛି। ଏବେ ବି ସେମାନେ ସେଭଳି କରୁଛନ୍ତି। କାଲି କେହି ତାଙ୍କର ଅସ୍ଥି ଆଣିବାକୁ ଯାଇ ନ ଥିଲେ। କଂଗ୍ରେସ ତାଙ୍କୁ ଭାରତ ରତ୍ନ ଦେବାକୁ ମନା ମଧ୍ୟ କରିଦେଇଛି। ଏହା ଦଳର ଅସଲ ରୂପ ବୋଲି ସେ କହିଛନ୍ତି।
କେବଳ ଏତିକି ନୁହେଁ ରାହୁଲ ଗାନ୍ଧୀଙ୍କୁ ଭାଜପା ନେତା ‘ପର୍ଯ୍ୟଟନର ନେତା’ ମଧ୍ୟ କହିଥିଲେ। ସେ କହିଥିଲେ ଯେ ରାହୁଲ ବିରୋଧୀ ଦଳର ନେତା ନୁହନ୍ତି ବରଂ ପର୍ଯ୍ୟଟନର ନେତା। ଏମିତି ସମୟରେ ସେ ପାର୍ଟି ଏବଂ ବୁଲିବାକୁ ବାହାରିଛନ୍ତି। କେବଳ ଏତିକି ନୁହେଁ ଦେଶରେ ଯେତେବେଳେ ୨୬/୧୧ ଭଳି ଆକ୍ରମଣ ହୋଇଥିଲା, ସେ ରାତିସାରା ପାର୍ଟି କରଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିବା ସେ କଟାକ୍ଷ କରି କହିଛନ୍ତି।
The post ମନମୋହନଙ୍କୁ ନେଇ ସାରା ଦେଶ ଶୋକ ପାଳୁଥିବା ବେଳେ ଭିଏତନାମ ଗଲେ ରାହୁଲ ଗାନ୍ଧୀ, କଟାକ୍ଷ କଲା ଭାଜପା appeared first on Dharitri Odia News.