ବଜେଟ ଅଧିବେଶନର ତୃତୀୟ ଦିନ: ଆଜି ବି ହୁଲସ୍ତୁଲ ହୋଇପାରେ ଗୃହ

ଭୁବନେଶ୍ବର: ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ପ୍ରଶ୍ନକାଳ ସ୍ବଭାବିକ ଚାଲିବକି କି ନାହିଁ ତାକୁ ନେଇ ସନ୍ଦେହ... The post ବଜେଟ ଅଧିବେଶନର ତୃତୀୟ ଦିନ: ଆଜି ବି ହୁଲସ୍ତୁଲ ହୋଇପାରେ ଗୃହ appeared first on .

ବଜେଟ ଅଧିବେଶନର ତୃତୀୟ ଦିନ: ଆଜି ବି ହୁଲସ୍ତୁଲ ହୋଇପାରେ ଗୃହ

ଭୁବନେଶ୍ବର: ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ପ୍ରଶ୍ନକାଳ ସ୍ବଭାବିକ ଚାଲିବକି କି ନାହିଁ ତାକୁ ନେଇ ସନ୍ଦେହ ଦେଖାଦେଇଛି। ଚାଷୀ ଓ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ବିଜେଡି ସରକାରଙ୍କୁ ଘେରିଥିବା ବେଳେ ସରକାର ପଳାୟନପନ୍ଥି ହୋଇଛନ୍ତି। ଆଜି ମହିଳା-ଶିଶୁ ବିକାଶ, ନିର୍ମାଣ, ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି, ଆଇନ ବିଭାଗର ପ୍ରଶ୍ନକାଳ ରହିଛି । ବିଧାୟକ ମାନେ ଚାହିଁଲେ ଭିନ୍ନ ପ୍ରଶ୍ନ ମଧ୍ୟ ପଚାରି ପାରିବେ। ଶୂନ୍ୟକାଳରେ ଧାନର କଟନୀ ଛଟନୀ, ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ପାରନ୍ତି ବିରୋଧୀ। ଏହା ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ଆଜି ଗୃହ ସ୍ବାଭାବିକ ଚାଲିବ ନା ପୁଣି ଆରମ୍ଭରୁ ଅଚଳାବସ୍ଥା ଜାରି ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି।

The post ବଜେଟ ଅଧିବେଶନର ତୃତୀୟ ଦିନ: ଆଜି ବି ହୁଲସ୍ତୁଲ ହୋଇପାରେ ଗୃହ appeared first on .