ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି
ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଏମ୍ ଏସ୍ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟସ୍ ଜିତିବା ପରେ ରୋହିତ ଏକାଦଶ ଘୋଷଣା କରିବା ମାତ୍ରେ କୋହଲି ଏହି ଉପଲବ୍ଧି ହାସଲ କରିଥିଲେ। ସେ ଭାରତ ପାଇଁ ସବୁଠାରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା କ୍ରିକେଟର ପାଲଟିଛନ୍ତି। ଏହି ମାମଲାରେ ସେ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି। ଭାରତ ପାଇଁ ସବୁଠାରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ରେକର୍ଡ ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଛି। ସେ ନିଜ କ୍ୟାରିୟରରେ […] The post ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି appeared first on Dharitri Odia News.
ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଏମ୍ ଏସ୍ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟସ୍ ଜିତିବା ପରେ ରୋହିତ ଏକାଦଶ ଘୋଷଣା କରିବା ମାତ୍ରେ କୋହଲି ଏହି ଉପଲବ୍ଧି ହାସଲ କରିଥିଲେ। ସେ ଭାରତ ପାଇଁ ସବୁଠାରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା କ୍ରିକେଟର ପାଲଟିଛନ୍ତି। ଏହି ମାମଲାରେ ସେ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି।
ଭାରତ ପାଇଁ ସବୁଠାରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ରେକର୍ଡ ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଛି। ସେ ନିଜ କ୍ୟାରିୟରରେ ୬୬୪ ମ୍ୟାଚ୍ ଖେଳିଥିଲେ। ଏହି ତାଲିକାରେ ୫୩୫ ମ୍ୟାଚ୍ ସହ ଧୋନୀ ୨ନଂ ସ୍ଥାନରେ ଥିଲେ। ହେଲେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବାକୁ ଓହ୍ଲାଇ କୋହଲି ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏହି ଟେଷ୍ଟ କୋହଲିଙ୍କ କ୍ୟାରିୟରର ୫୩୬ତମ ମ୍ୟାଚ୍।
ସଚିନ, ବିରାଟ, ଧୋନୀଙ୍କ ପରେ ରାହୁଲ ଦ୍ରାବିଡ ଏକମାତ୍ର ଭାରତୀୟ ଖେଳାଳି ଯିଏ ୫୦୦ରୁ ଅଧିକ ମ୍ୟାଚ କେଳିଛନ୍ତି। ରୋହିତ ଶର୍ମା ଏଯାବତ ୪୮୬ ମ୍ୟାଚ୍ ଖେଳିଛନ୍ତି।
The post ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି appeared first on Dharitri Odia News.