ଗାଜାର 'ଓସାମା ବିନ୍ ଲାଡେନ୍' ମହମ୍ମଦ ଦେଇଫ୍ ନିହତ, ହାନିୟେଙ୍କ ଶେଷକୃତ୍ୟ ବେଳେ ଘୋଷଣା କଲା ଇସ୍ରାଏଲ୍
ନୂଆଦିଲ୍ଲୀ: ହମାସର ସୁପ୍ରିମ୍ ନେତା ଇସ୍ମାଇଲ୍ ହାନିୟେଙ୍କୁ ଇରାନରେ ହତ୍ୟା କରିବା ପରେ ଇସ୍ରାଏଲକୁ ଯୁଦ୍ଧରେ ଆଉ ଏକ ସଫଳତା ମିଳିଛି । ଇସ୍ରାଏଲ୍ ସେନା ଦାବି କରିଛି ଯେ ଗାଜା ଉପରେ ଆକ୍ରମଣରେ ହମାସ୍ର ମିଲିଟାରୀ ମୁଖ୍ୟ ମହମ୍ମଦ ଦେଇଫ୍ ନିହତ ହୋଇଛନ୍ତି । ଗୋଟିଏ ଆଖି ନଥିବା ମହମ୍ମଦ ଦେଇଫ୍ ଇସ୍ରାଏଲ୍ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲା ଏବଂ ଅକ୍ଟୋବର ୭ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ତେଣୁ ଦେଇଫ୍ଙ୍କ ମୃତ୍ୟୁ ଗତ ୯ ମାସ ଧରି ଜାରି ଯୁଦ୍ଧରେ ଇସ୍ରାଏଲ୍ ନିର୍ଣ୍ଣାୟକ ସଫଳତା ପାଇଛି ବୋଲି କୁହାଯାଉଛି । ଲଗାତାର ଦୁଇ ଦିନରେ ହମାସ୍ ଏବଂ ହିଜବୁଲ୍ଲାହର ତିନି ଶୀର୍ଷ ନେତାଙ୍କୁ ମାରିବାରେ ଇସ୍ରାଏଲ୍ ସଫଳ ହୋଇଛି । ଇସ୍ରାଏଲ୍ ସେନା ଗୁରୁବାର ମହମ୍ମଦ ଦେଇଫ୍ଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଛି । ଉଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ଇସ୍ରାଏଲ୍ ବୁଧବାର ଲେବାନନ୍ରେ ହିଜବୁଲ୍ଲାହର ଟପ୍ କମାଣ୍ଡର ଫୁବାଦ ଶୁକ୍ରର ନିହତ ଖବର ଦେଇଥିଲା । ଇସ୍ରାଏଲ୍ କହିଛି ଯେ ଗତ ମାସରେ ଦକ୍ଷିଣ ଗାଜାର ସହର ଖାନ୍ ୟୁନିସରେ ଆକ୍ରମଣ ବେଳେ ମହମ୍ମଦ ଦେଇଫ୍ ନିହତ ହୋଇଥିଲା । ଇସ୍ରାଏଲ୍ ମିଲିଟାରୀ ବୟାନ ଜାରି କରିଛି, 'ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ପକ୍ଷରୁ ଘୋଷଣା କରାଯାଉଛି ଯେ ଖାନ୍ ୟୁନିସରେ ଜୁଲାଇ ୧୩ରେ ଫାଇଟର୍ ଜେଟ୍ ଆକ୍ରମଣରେ ମହମ୍ମଦ ଦେଇଫ୍ ମୃତ ହୋଇଥିବା ସ୍ଫଷ୍ଟ ହୋଇଛି । ଗୁଇନ୍ଦା ସୂଚନା ଆଧାରରେ ଏ
ନୂଆଦିଲ୍ଲୀ: ହମାସର ସୁପ୍ରିମ୍ ନେତା ଇସ୍ମାଇଲ୍ ହାନିୟେଙ୍କୁ ଇରାନରେ ହତ୍ୟା କରିବା ପରେ ଇସ୍ରାଏଲକୁ ଯୁଦ୍ଧରେ ଆଉ ଏକ ସଫଳତା ମିଳିଛି । ଇସ୍ରାଏଲ୍ ସେନା ଦାବି କରିଛି ଯେ ଗାଜା ଉପରେ ଆକ୍ରମଣରେ ହମାସ୍ର ମିଲିଟାରୀ ମୁଖ୍ୟ ମହମ୍ମଦ ଦେଇଫ୍ ନିହତ ହୋଇଛନ୍ତି । ଗୋଟିଏ ଆଖି ନଥିବା ମହମ୍ମଦ ଦେଇଫ୍ ଇସ୍ରାଏଲ୍ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲା ଏବଂ ଅକ୍ଟୋବର ୭ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ତେଣୁ ଦେଇଫ୍ଙ୍କ ମୃତ୍ୟୁ ଗତ ୯ ମାସ ଧରି ଜାରି ଯୁଦ୍ଧରେ ଇସ୍ରାଏଲ୍ ନିର୍ଣ୍ଣାୟକ ସଫଳତା ପାଇଛି ବୋଲି କୁହାଯାଉଛି । ଲଗାତାର ଦୁଇ ଦିନରେ ହମାସ୍ ଏବଂ ହିଜବୁଲ୍ଲାହର ତିନି ଶୀର୍ଷ ନେତାଙ୍କୁ ମାରିବାରେ ଇସ୍ରାଏଲ୍ ସଫଳ ହୋଇଛି । ଇସ୍ରାଏଲ୍ ସେନା ଗୁରୁବାର ମହମ୍ମଦ ଦେଇଫ୍ଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଛି । ଉଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ଇସ୍ରାଏଲ୍ ବୁଧବାର ଲେବାନନ୍ରେ ହିଜବୁଲ୍ଲାହର ଟପ୍ କମାଣ୍ଡର ଫୁବାଦ ଶୁକ୍ରର ନିହତ ଖବର ଦେଇଥିଲା ।
ଇସ୍ରାଏଲ୍ କହିଛି ଯେ ଗତ ମାସରେ ଦକ୍ଷିଣ ଗାଜାର ସହର ଖାନ୍ ୟୁନିସରେ ଆକ୍ରମଣ ବେଳେ ମହମ୍ମଦ ଦେଇଫ୍ ନିହତ ହୋଇଥିଲା । ଇସ୍ରାଏଲ୍ ମିଲିଟାରୀ ବୟାନ ଜାରି କରିଛି, 'ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ପକ୍ଷରୁ ଘୋଷଣା କରାଯାଉଛି ଯେ ଖାନ୍ ୟୁନିସରେ ଜୁଲାଇ ୧୩ରେ ଫାଇଟର୍ ଜେଟ୍ ଆକ୍ରମଣରେ ମହମ୍ମଦ ଦେଇଫ୍ ମୃତ ହୋଇଥିବା ସ୍ଫଷ୍ଟ ହୋଇଛି । ଗୁଇନ୍ଦା ସୂଚନା ଆଧାରରେ ଏହି ଆକ୍ରମଣ ହୋଇଥିଲା ।'
ୟହୁଦୀ ଦେଶର ସେନା କହିଛି ଯେ ମହମ୍ମଦ ଦେଇଫ୍ ଅକ୍ଟୋବର ୭ରେ ହୋଇଥିବା ଆକ୍ରମଣ ଷଡ଼ଯନ୍ତ୍ର ରଚିବା ସହ ଏହାକୁ କାର୍ଯ୍ୟକାରୀ କରିଥିଲା । ଇସ୍ରାଏଲ୍ ପକ୍ଷରୁ ଏହି ଘୋଷଣା ଏପରି ସମୟରେ କରାଯାଇଛି, ଯେତେବେଳେ ଇରାନର ରାଜଧାନୀ ତେହରାନରେ ହମାସ୍ ମୁଖ୍ୟ ଇସ୍ମାଇଲ୍ ହାନିୟେଙ୍କ ଶେଷକୃତ୍ୟରେ ହଜାର ହଜାର ଲୋକ ଏକାଠି ହୋଇଥିଲେ । କୁହାଯାଉଛି ଯେ ଇସ୍ରାଏଲ୍ ଜାଣିଶୁଣି ଘୋଷଣା ପାଇଁ ଏହି ସମୟକୁ ବାଛିଥିଲା । ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ଇସ୍ରାଏଲ୍ ତେହରାନରେ ଇସ୍ମାଇଲ୍ ହାନିୟେଙ୍କୁ ହତ୍ୟା କରିଥିଲା । ହାନିୟେ ଇରାନର ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ତେହରାନ ଗସ୍ତରେ ଥିଲେ ।
ମହମ୍ମଦ ଦେଇଫ୍ଙ୍କ ମୃତ୍ୟୁ ଇସ୍ରାଏଲ୍ ପାଇଁ ଏକ ବଡ଼ ସଫଳତା । ଗତ ୩୦ ବର୍ଷ ଧରି ଆଇଡିଏଫ୍ ଟାର୍ଗେଟରେ ଥିଲେ ଦେଇଫ୍ । ୨୦୧୫ରେ ଆମେରିକା ନିଜର ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀଙ୍କ ସୂଚୀରେ ତାଙ୍କୁ ସାମିଲ କରିଥିଲା । ଇସ୍ରାଏଲ୍ ସେନା କରିଛି ଯେ ତାଙ୍କ ଦେଶ ଉପରେ ଦେଇଫ୍ ଅନେକ ଥର ଆକ୍ରମଣ କରିଥିଲା ।