ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ : ଫଟୋ ଭାଇରାଲ କରି ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୬ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଅନ୍ତର୍ଗତ ଏକ ଗାଁର ଦଶମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ସବୁବେଳେ ପିଛା କରି ତାଙ୍କୁ ଆପତ୍ତିଜନକ ମନ୍ତବ୍ୟ ଦେବା, ଅସଦାଚରଣ ପ୍ରଦର୍ଶନ କରିବା ଏବଂ ତାଙ୍କ ସହ ଥିବା ଫଟୋକୁ ଏଡିଟିଂ କରି ଫେସବୁକ୍‌ ଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଅଭିଯୋଗରେ ପୋଲିସ ସେହି ଗାଁର ଅଭିଯୁକ୍ତ ମନୋଜ ନାଇକ ଓରଫ ରାଜାଙ୍କୁ ମଙ୍ଗଳବାର ଗିରଫ କରି ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ ତଥା ସ୍ବତନ୍ତ୍ର […] The post ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ : ଫଟୋ ଭାଇରାଲ କରି ଜେଲ ଗଲେ ଅଭିଯୁକ୍ତ appeared first on Dharitri Odia News.

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ : ଫଟୋ ଭାଇରାଲ କରି ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୬ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଅନ୍ତର୍ଗତ ଏକ ଗାଁର ଦଶମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ସବୁବେଳେ ପିଛା କରି ତାଙ୍କୁ ଆପତ୍ତିଜନକ ମନ୍ତବ୍ୟ ଦେବା, ଅସଦାଚରଣ ପ୍ରଦର୍ଶନ କରିବା ଏବଂ ତାଙ୍କ ସହ ଥିବା ଫଟୋକୁ ଏଡିଟିଂ କରି ଫେସବୁକ୍‌ ଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଅଭିଯୋଗରେ ପୋଲିସ ସେହି ଗାଁର ଅଭିଯୁକ୍ତ ମନୋଜ ନାଇକ ଓରଫ ରାଜାଙ୍କୁ ମଙ୍ଗଳବାର ଗିରଫ କରି ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ ତଥା ସ୍ବତନ୍ତ୍ର ପୋକ୍ସ କୋର୍ଟକୁ ଚାଲାଣ କରିଛି। ଥାନା ମାମଲା ନଂ.୪୬୬/୨୪ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।
ମାମଲାର ବିବରଣୀରୁ ଜଣାପଡିଛି, ଛାତ୍ରୀ ଜଣକ ଗାଁ ନିକଟସ୍ଥ ହାଇସ୍କୁଲକୁ ପାଠ ପଢିବା ପାଇଁ ଯାଉଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କୁ ପିଛା କରି ନିରୋଳା ରାସ୍ତାରେ ତାଙ୍କୁ ଅଶ୍ଳିଳ ବ୍ୟବହାର କରୁଥିଲେ। ସେ ଛାତ୍ରୀଙ୍କୁ ତାଙ୍କ ସହ ଫଟୋ ଉଠାଇବାକୁ ବାଧ୍ୟ କରୁଥିଲେ। ସେ ମନା କରିବାରୁ ତାଙ୍କ ସହ ଫଟୋ ନ ଉଠାଇଲେ ସେ ତାଙ୍କ ବାପାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଛାତ୍ରୀ ଜଣକ ଭୟଭୀତ ହୋଇ ତାଙ୍କ ସହ ଫଟୋ ଉଠାଇଥିଲେ। ଏହି ଫଟୋକୁ ମନୋଜ ଏଡିଟିଂ କରି ତାହାକୁ ମୋବାଇଲ ଫୋନ୍‌ ଯୋଗେ ଭାଇରାଲ କରିଥିଲେ। ତାହା ପ୍ରଘଟ ହେବା ପରେ ଛାତ୍ରୀଙ୍କ ପରିବାର ପକ୍ଷରୁ ତାଙ୍କ ମାଆ ମଙ୍ଗଳବାର ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ ପାତ୍ର ମାମଲା ରୁଜୁ କରି ଏହାର ତଦନ୍ତ କରି ମନୋଜଙ୍କୁ ଗିରଫ କରିଥିଲେ। ମନୋଜଙ୍କ ମୋବାଇଲ ଫୋନକୁ ପୋଲିସ ଜବତ କରିଛି।

 

The post ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ : ଫଟୋ ଭାଇରାଲ କରି ଜେଲ ଗଲେ ଅଭିଯୁକ୍ତ appeared first on Dharitri Odia News.