ବାଣ ଭିଡ଼ୁଥିବାବେଳେ ବିସ୍ଫୋରଣ: ୨ ମୃତ, ୨ ଆହତ

ରଘୁନାଥ ଘୁନାଥପୁର,୩୧ (ରାଜେନ୍ଦ୍ର ନାରା ନାରାୟଣ ସିଂହ):ଥାନା ଅନ୍ତର୍ଗତ ଜଗତ୍‌ସିଂହପୁର ଥାନ ବଡ଼ବାଗ ଗ୍ରାମର ସୁଶୀଲ ଦାସଙ୍କ ଘରେ ଶୁକ୍ରବାର ରାତି ୧୦ଟାରେ ବାଣ ବିସ୍ଫୋରଣ ଘଟିଛି। ବାଣ ଭିଡ଼ୁଥିବା ବେଳେ ଏହି ଅଘଟଣ ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳି ନ ଥିବାବେଳେ ଆଉ ଜଣେ ହେଲେ ରାଜେଶ ଦାସ। ସେହିପରି ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ରାଜେଶଙ୍କ ଭାଇ ପରେଶ ଓ […] The post ବାଣ ଭିଡ଼ୁଥିବାବେଳେ ବିସ୍ଫୋରଣ: ୨ ମୃତ, ୨ ଆହତ appeared first on Dharitri Odia News.

ବାଣ ଭିଡ଼ୁଥିବାବେଳେ ବିସ୍ଫୋରଣ: ୨ ମୃତ, ୨ ଆହତ

ରଘୁନାଥ ଘୁନାଥପୁର,୩୧ (ରାଜେନ୍ଦ୍ର ନାରା ନାରାୟଣ ସିଂହ):ଥାନା ଅନ୍ତର୍ଗତ ଜଗତ୍‌ସିଂହପୁର ଥାନ ବଡ଼ବାଗ ଗ୍ରାମର ସୁଶୀଲ ଦାସଙ୍କ ଘରେ ଶୁକ୍ରବାର ରାତି ୧୦ଟାରେ ବାଣ ବିସ୍ଫୋରଣ ଘଟିଛି। ବାଣ ଭିଡ଼ୁଥିବା ବେଳେ ଏହି ଅଘଟଣ ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳି ନ ଥିବାବେଳେ ଆଉ ଜଣେ ହେଲେ ରାଜେଶ ଦାସ। ସେହିପରି ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ରାଜେଶଙ୍କ ଭାଇ ପରେଶ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା। ସେମାନଙ୍କୁ ପ୍ରଥମେ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି I ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଆଖପାଖ ଅଞ୍ଚଳ ଥରି ଉଠିଥିଲା। ଏଥିରେ ସୁଶୀଲଙ୍କ ଘର ଛାତ ସହ ଭୁଶୁଡ଼ି ପଡ଼ିଛି ଘଟଣାସ୍ଥଳରେ ଜଗତ୍‌ସିଂହପୁର ଏସ୍‌ପି, ଏସ୍‌ଡିପିଓ, ଥାନା ଅଧିକାରୀ, ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ବିଡିଓ, ତହସିଲଦାର ଉପସ୍ଥିତ ରହି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲେ।

The post ବାଣ ଭିଡ଼ୁଥିବାବେଳେ ବିସ୍ଫୋରଣ: ୨ ମୃତ, ୨ ଆହତ appeared first on Dharitri Odia News.