ବିରୋଧୀ ଦଳରେ ଯେଉଁ ମଜା ଶାସକ ଦଳରେ ନାହିଁ

ଜଗତ୍‌ସିଂହପୁର, ୧୭ା୧୦(ପ୍ରମୋଦ କୁମାର ନାୟକ): ବିରୋଧୀ ଦଳରେ ରହିଲେ ଯେଉଁ ମଜା ଅଛି, ତାହା ଶାସକ ଦଳରେ ନାହିଁ। ଦୀର୍ଘ ୧୦ ବର୍ଷ ଭିତରେ ମୁଁ ନେଇଛି ସେ ମଜା। ଆପଣମାନେ କେବେ ଫିଲ୍‌ କରନ୍ତୁ ନାହିଁ କି, ଆମ ସରକାରଟା ପଳାଇଛି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ ଅବସରରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଜିଲାସ୍ତରୀୟ ରକ୍ତଦାନ ଶିବିରରେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଏହା […] The post ବିରୋଧୀ ଦଳରେ ଯେଉଁ ମଜା ଶାସକ ଦଳରେ ନାହିଁ appeared first on Dharitri Odia News.

ବିରୋଧୀ ଦଳରେ ଯେଉଁ ମଜା ଶାସକ ଦଳରେ ନାହିଁ

ଜଗତ୍‌ସିଂହପୁର, ୧୭ା୧୦(ପ୍ରମୋଦ କୁମାର ନାୟକ): ବିରୋଧୀ ଦଳରେ ରହିଲେ ଯେଉଁ ମଜା ଅଛି, ତାହା ଶାସକ ଦଳରେ ନାହିଁ। ଦୀର୍ଘ ୧୦ ବର୍ଷ ଭିତରେ ମୁଁ ନେଇଛି ସେ ମଜା। ଆପଣମାନେ କେବେ ଫିଲ୍‌ କରନ୍ତୁ ନାହିଁ କି, ଆମ ସରକାରଟା ପଳାଇଛି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ ଅବସରରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଜିଲାସ୍ତରୀୟ ରକ୍ତଦାନ ଶିବିରରେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଏହା କହିଛନ୍ତି। ସେ ଏ କଥା ମଧ୍ୟ କହିଥିଲେ, ଆମେ ସବୁବେଳେ ମଟନ, ଚିକେନ୍‌ ଖାଇ ଆସିଛୁ। ଆଜି ଯଦି ପଖାଳଭାତ କିମ୍ବା ପଖାଳ-ଶାଗଭଜା ଖାଇବାକୁ ପଡୁଛି ତେବେ ଖାଇବା। କିନ୍ତୁ ଲୋକଙ୍କ ପାଇଁ କାମ କରିବାକୁ ପ୍ରସ୍ତୁତ ହୋଇ ରହିବା। ଲୋକଙ୍କ ପାଇଁ ଷ୍ଟ୍ରଗଲ ଏବଂ ଫାଇଟ୍‌ କରିବା। ବିଧାୟକ ରମାକାନ୍ତଙ୍କ ଏହି ବୟାନ ରାଜନୈତିକ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ, ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ଶ୍ରମିକନେତା ଅରିନ୍ଦମ ସର୍ଖେଲ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଦଳର ଜିଲା ସଭାପତି ରବିନାରାୟଣ ଜେନା, ବରିଷ୍ଠ ନେତା ଦୀପ୍ତି ଦାସ ପ୍ରମୁଖ ନବୀନଙ୍କ ପ୍ରଶଂସା କରିଥିଲେ।
ନବୀନ ୨୪ ବର୍ଷ କାଳ ରାଜ୍ୟ ଶାସନଭାର ମୁଣ୍ଡାଇଥିଲେ। ତାଙ୍କ ଶାସନ ସମୟରେ ରାଜ୍ୟର ପ୍ରଗତି କ୍ରିୟାଶୀଳ ହୋଇଥିଲା। ସେ ଦୀର୍ଘାୟୁ ହେବା ସହ ରାଜ୍ୟ ପାଇଁ ନିରନ୍ତର ସେବା କରିଚାଲନ୍ତୁ ବୋଲି ଦଳୀୟ ନେତାମାନେ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଜେଡି ଜଗତ୍‌ସିଂହପୁର ନଗର ସଭାପତି ପ୍ରିୟବ୍ରତ ମହାପାତ୍ର, ଦିଲୀପ ସିଂହ, ଛାତ୍ରନେତା ସମ୍ବିତ୍‌ ଲେଙ୍କା ଓ ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ। କିନ୍ତୁ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ଗତ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଥିବା ଚିରଞ୍ଜୀବ ବିଶ୍ୱାଳ ଓ ପୂର୍ବତନ ପାରାଦୀପ ବିଧାୟକ ସମ୍ବିତ୍‌ ରାଉତରାୟ, ପୂର୍ବତନ ଏମ୍‌ପି ଡା. ରାଜଶ୍ରୀ ମଲ୍ଲିକଙ୍କୁ ଦେଖିବାକୁ ମିଳି ନ ଥିଲା। ଏ ସମ୍ପର୍କରେ ଚିରଞ୍ଜୀବଙ୍କ ସହ ଯୋଗାଯୋଗ କରିବାରୁ ସେ ଭୁବନେଶ୍ୱରରେ ନ ଥିବାରୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇପାରି ନ ଥିଲେ। କିନ୍ତୁ ନବୀନଙ୍କ ଜନ୍ମଦିନରେ ଶୁଭେଚ୍ଛା ସହ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ ପାଇଁ ସେ ଭିଡିଓ ବାର୍ତ୍ତା ଶେୟାର କରିଥିବା କହିଛନ୍ତି। କିନ୍ତୁ ସମ୍ବିତ୍‌ ଓ ରାଜଶ୍ରୀଙ୍କୁ ତାଙ୍କ ମୋବାଇଲ ଫୋନ ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ଉଠାଇ ନ ଥିଲେ।
ସୂଚନାଯୋଗ୍ୟ, ନିକଟରେ ଜଗତ୍‌ସିଂହପୁର ଭାଜପା ବିଧାୟକ ଅମରେନ୍ଦ୍ର ଦାସ ମହିଷାସୁର ଓ ରାବଣ କବଳରୁ ଓଡ଼ିଶା ମୁକୁଳିଛି ବୋଲି କହି ବିଜେଡିକୁ ଟାର୍ଗେଟ୍‌ କରିଥିଲେ। ସେହିପରି ମନ୍ତ୍ରୀ ସମ୍ପଦ ସ୍ବାଇଁ ମଧ୍ୟ ବିଜେଡି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଏବେ ଯେଉଁଭଳି ଭାବରେ କାମ ଚାଲିଛି ତାହା କେତେକ ରାବଣ ପ୍ରକୃତିର ଲୋକଙ୍କ ପୋଡ଼ାଜଳା ଆରମ୍ଭ କଲାଣି ବୋଲି କଟାକ୍ଷ କରିଥିଲେ। ଭାଜପା ନେତାଦ୍ୱୟଙ୍କ ଏହି ବୟାନ ପରେ ତିର୍ତ୍ତୋଲ ବିଜେଡି ବିଧାୟକଙ୍କ ଶାଗ, ପଖାଳଖିଆ କଥା ସାରାଜିଲାରେ ଚର୍ଚ୍ଚାକୁ ବହୁଗୁଣିତ କରିଛି।

The post ବିରୋଧୀ ଦଳରେ ଯେଉଁ ମଜା ଶାସକ ଦଳରେ ନାହିଁ appeared first on Dharitri Odia News.