ଫାଇନାଲ ହେଲା ଟିକେଟ୍‌! ପ୍ରତାପ କହିଲେ ଲେଖାଶ୍ରୀ ଲଢିଲେ କୌଣସି…

ଭୁବନେଶ୍ୱର,୯।୪: ଲେଖାଶ୍ରୀ ସାମନ୍ତସିଂହାର ଭାଜପା ଛାଡି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ଦଳ ବାଲେଶ୍ୱରରୁ ଲୋକ ସଭା ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଭାଜପା ଲୋକ ସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି। ପ୍ରତାପ କହିଛନ୍ତି, ସେ ପ୍ରାର୍ଥୀ ହେଲେ ଭାଜପାକୁ ବିଶେଷ କିଛି ଅସୁବିଧା ନାହିଁ । ଏଥର ବାଲେଶ୍ୱରରେ ଭାଜପାର ଫଳାଫଳ ଭଲ ହେବ । ଗତ ଥର ଅପେକ୍ଷା ଏଥର ଅଧିକ ବ୍ୟବଧାନରେ ବାଲେଶ୍ୱରରେ […] The post ଫାଇନାଲ ହେଲା ଟିକେଟ୍‌! ପ୍ରତାପ କହିଲେ ଲେଖାଶ୍ରୀ ଲଢିଲେ କୌଣସି… appeared first on Dharitri Odia News.

ଫାଇନାଲ ହେଲା ଟିକେଟ୍‌! ପ୍ରତାପ କହିଲେ ଲେଖାଶ୍ରୀ ଲଢିଲେ କୌଣସି…

ଭୁବନେଶ୍ୱର,୯।୪: ଲେଖାଶ୍ରୀ ସାମନ୍ତସିଂହାର ଭାଜପା ଛାଡି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ଦଳ ବାଲେଶ୍ୱରରୁ ଲୋକ ସଭା ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଭାଜପା ଲୋକ ସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି। ପ୍ରତାପ କହିଛନ୍ତି, ସେ ପ୍ରାର୍ଥୀ ହେଲେ ଭାଜପାକୁ ବିଶେଷ କିଛି ଅସୁବିଧା ନାହିଁ । ଏଥର ବାଲେଶ୍ୱରରେ ଭାଜପାର ଫଳାଫଳ ଭଲ ହେବ । ଗତ ଥର ଅପେକ୍ଷା ଏଥର ଅଧିକ ବ୍ୟବଧାନରେ ବାଲେଶ୍ୱରରେ ଜିତିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରତାପ। ଏଥିସହ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରି ନେତା ଆସିବେ ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି ।

ଅନ୍ୟପଟେ, ବିଜେଡିରେ ଯୋଗ ଦେବା ପରେ ଲେଖାଶ୍ରୀ କହିଥିଲେ, ମୋର ଯେତିକି ଦକ୍ଷତା ଥିଲା, ସେହି ଅନୁସାରେ ମୁଁ ଦୀର୍ଘ ୧୦ ବର୍ଷ ଧରି ଭାରତୀୟ ଜନତା ପାର୍ଟି ପାଇଁ କାର୍ଯ୍ୟ କରିଥିଲି। ମୋର ଯେଉଁ ଇଚ୍ଛା ଥିଲା, ତାହା ୧୦ ବର୍ଷ ପରେ ମଧ୍ୟ ଭାଜପାରେ ପୂରଣ ହୋଇପାରିଲାନାହିଁ। ସେମାନେ ମଧ୍ୟ କୌଣସି କାରଣରୁ ମୋ ଉପରେ ଭରସା କରିପାରିଲେ ନାହିଁ। ତେଣୁ ମୁଁ ଅନୁଭବ କଲି ଭାରତୀୟ ଜନତା ପାର୍ଟିରେ ମୋର କାମ ସରିଯାଇଛି। ଆଉ ଆଗକୁ ବଢିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଯାତ୍ରାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି।

The post ଫାଇନାଲ ହେଲା ଟିକେଟ୍‌! ପ୍ରତାପ କହିଲେ ଲେଖାଶ୍ରୀ ଲଢିଲେ କୌଣସି… appeared first on Dharitri Odia News.