ସୁନ୍ଦରଗଡ ଝିର୍ଡାପାଲିରେ ଚାଞ୍ଚଲ୍ୟ : ସୁନା ଚେନ ଲୁଟ ବେଳେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା

କନକ ବ୍ୟୁରୋ: ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା। ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି ଏହି ଅଭାବନୀୟ ଖବର  । ବଣାଇ ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲି ଗାଁରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଲୁଟ ଉଦ୍ୟମ ସମୟରେ ଗର୍ଭବତୀ ମହିଳା ଚିତ୍କାର କରିବାରୁ ଧରାପଡିବା ଭୟରେ ଦୁଇ ଲୁଟେରା ଛାତିକୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ହେଲେ ଝିର୍ଡାପାଲି ଗାଁର ଦେବେନ ବେହେରାଙ୍କ ସ୍ତ୍ରୀ ସୌମ୍ୟାମୟୀ ବେହେରା ।  ଅଭିଯୋଗ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଝିର୍ଡାପାଲି ଗାଁର ଦେବେନ ବେହେରାଙ୍କ ଘରେ ଦୁଇ ଲୁଟେରା କବାଟ ବାଡେଇ ଡାକିଥିଲେ। ଚିହ୍ନା ପରିଚିତ କେହି ହୋଇଥିବେ ଭାବି ଦେବେନ ବେହେରାଙ୍କ ଗର୍ଭବତୀ ସ୍ତ୍ରୀ ସୌମ୍ୟାମୟୀ ବେହେରା କବାଟ ଖୋଲିଥିଲେ । କବାଟ ଖୋଲିବା ମାତ୍ରେ ମହିଳାଙ୍କ ବେକରୁ ସୁନା ଚେନ ହଟାତ୍ ଟାଣି ନେଇଥିଲେ ଦୁଇ ଦୁର୍ବୃତ୍ତ । ସୌମ୍ୟାମୟୀ ଚିତ୍କାର କରିବାରୁ ଧରାପଡ଼ିଯିବା ଭୟରେ ଛାତିକୁ ଲକ୍ଷ୍ୟ କରି ଗୁଳି କରିଥିଲେ ଦୁଇ ଦୁର୍ବୃତ୍ତ । ଗୁଳି ଶବ୍ଦ ଶୁଣି ଦେବେନ ଦୌଡ଼ି ଆସିବାରୁ ଦୁଇ ଲୁଟେରା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ  । ମହିଳାଙ୍କ ବାମ ପାର୍ଶ୍ୱ ଛାତି ଉପରେ ଗୁଳି ମାଡ଼ ହୋଇଥିବାରୁ ରକ୍ତସ୍ରାବ ହେଉଥିବା ଦେଖି ତୁରନ୍ତ ପରିବାର ଲୋକ ତାଙ୍କୁ  ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଟିକାୟତପାଲି

ସୁନ୍ଦରଗଡ ଝିର୍ଡାପାଲିରେ ଚାଞ୍ଚଲ୍ୟ : ସୁନା ଚେନ ଲୁଟ ବେଳେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା

କନକ ବ୍ୟୁରୋ: ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା। ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି ଏହି ଅଭାବନୀୟ ଖବର  । ବଣାଇ ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲି ଗାଁରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।

ଲୁଟ ଉଦ୍ୟମ ସମୟରେ ଗର୍ଭବତୀ ମହିଳା ଚିତ୍କାର କରିବାରୁ ଧରାପଡିବା ଭୟରେ ଦୁଇ ଲୁଟେରା ଛାତିକୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ହେଲେ ଝିର୍ଡାପାଲି ଗାଁର ଦେବେନ ବେହେରାଙ୍କ ସ୍ତ୍ରୀ ସୌମ୍ୟାମୟୀ ବେହେରା ।

 ଅଭିଯୋଗ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଝିର୍ଡାପାଲି ଗାଁର ଦେବେନ ବେହେରାଙ୍କ ଘରେ ଦୁଇ ଲୁଟେରା କବାଟ ବାଡେଇ ଡାକିଥିଲେ। ଚିହ୍ନା ପରିଚିତ କେହି ହୋଇଥିବେ ଭାବି ଦେବେନ ବେହେରାଙ୍କ ଗର୍ଭବତୀ ସ୍ତ୍ରୀ ସୌମ୍ୟାମୟୀ ବେହେରା କବାଟ ଖୋଲିଥିଲେ ।

କବାଟ ଖୋଲିବା ମାତ୍ରେ ମହିଳାଙ୍କ ବେକରୁ ସୁନା ଚେନ ହଟାତ୍ ଟାଣି ନେଇଥିଲେ ଦୁଇ ଦୁର୍ବୃତ୍ତ । ସୌମ୍ୟାମୟୀ ଚିତ୍କାର କରିବାରୁ ଧରାପଡ଼ିଯିବା ଭୟରେ ଛାତିକୁ ଲକ୍ଷ୍ୟ କରି ଗୁଳି କରିଥିଲେ ଦୁଇ ଦୁର୍ବୃତ୍ତ ।

ଗୁଳି ଶବ୍ଦ ଶୁଣି ଦେବେନ ଦୌଡ଼ି ଆସିବାରୁ ଦୁଇ ଲୁଟେରା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ  । ମହିଳାଙ୍କ ବାମ ପାର୍ଶ୍ୱ ଛାତି ଉପରେ ଗୁଳି ମାଡ଼ ହୋଇଥିବାରୁ ରକ୍ତସ୍ରାବ ହେଉଥିବା ଦେଖି ତୁରନ୍ତ ପରିବାର ଲୋକ ତାଙ୍କୁ  ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ।

ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଟିକାୟତପାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ମୃତ ମହିଳା ଜଣଙ୍କ ସାତ ମାସର ଗର୍ଭମତି ଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।