ବଲିଉଡ୍ ସଙ୍ଗୀତ ପ୍ରେମରେ ମାଲେସିଆ ପ୍ରଧାନମନ୍ତ୍ରୀ; ଅନଓ୍ବାର ଇବ୍ରାହିମ ଗାଇଲେ ‘ଦୋସ୍ତ ଦୋସ୍ତ ନା ରହା’

ନୂଆଦିଲ୍ଲୀ: ବଲିଉଡ୍ ପ୍ରେମରେ ମାଲେସିଆ ପ୍ରଧାନମନ୍ତ୍ରୀ । ଭାରତ ଗସ୍ତରେ ଆସି ଲୋକପ୍ରିୟ ବଲିଉଡ ସଙ୍ଗୀତ ଗାନ କରିଛନ୍ତି ଅନଓ୍ବାର ଇବ୍ରାହିମ । ଦିଲ୍ଲୀର ତାଜ୍ ମହଲ ହୋଟେଲରେ ରହିଥିବା ବେଳେ ‘ଦୋସ୍ତ ଦୋସ୍ତ ନା ରହା’ ହିନ୍ଦୀ ସଙ୍ଗୀତ ଗାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।  ଅନଓ୍ବାର ଇବ୍ରାହିମ୍ ୨୦୨୨ରେ ମାଲେସିଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ୨୦୨୪ ଅଗଷ୍ଟ ୧୯ରୁ ୨୧ ତାରିଖ ଯାଏ ସେ ୩ ଦିନିଆ ସରକାରୀ ଗସ୍ତରେ ଭାରତ ଆସିଥିଲେ । ତାଜ୍ ମହଲ ହୋଟେଲରେ ରହିଥିବା ବେଳେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ବିଦାୟୀ ସମାରୋହ ଆୟୋଜନ ହୋଇଥିଲା । ଏହି ସମୟରେ ସେ ୧୯୬୪ର ଲୋକପ୍ରିୟ ଫିଲ୍ମ ‘ସଙ୍ଗମ’ର ଗୀତ ‘ଦୋସ୍ତ ଦୋସ୍ତ ନା ରହା’ ଗାନ କରିଥିଲେ । ତାଙ୍କ ସଙ୍ଗୀତରେ ସେଠାରେ ଉପସ୍ଥିତ ଥିବା ସମସ୍ତେ ଉତ୍ସିହିତ ହୋଇଥିଲେ । ଏହାର ଭିଡିଓ କ୍ଲିପ୍ ତାଜ ମହଲ ହୋଟେଲ ସୋସିଆଲ୍ ମିଡିଆ ଓ୍ବେବସାଇଟରେ ଅପଲୋଡ୍ କରାଯାଇଛି ।     It was a pleasure to witness Honorable Prime Minister Dato’ Seri Anwar Ibrahim showcasing his love for Bollywood music during his farewell ceremony at the iconic Taj Mahal, New Delhi.@anwaribrahim @PMOIndia @TajHotels pic.twitter.com/oZyrMXiMRk— Taj Mahal, New Delhi (@TajMahalHotel) August

ବଲିଉଡ୍ ସଙ୍ଗୀତ ପ୍ରେମରେ ମାଲେସିଆ ପ୍ରଧାନମନ୍ତ୍ରୀ; ଅନଓ୍ବାର ଇବ୍ରାହିମ ଗାଇଲେ ‘ଦୋସ୍ତ ଦୋସ୍ତ ନା ରହା’

ନୂଆଦିଲ୍ଲୀ: ବଲିଉଡ୍ ପ୍ରେମରେ ମାଲେସିଆ ପ୍ରଧାନମନ୍ତ୍ରୀ । ଭାରତ ଗସ୍ତରେ ଆସି ଲୋକପ୍ରିୟ ବଲିଉଡ ସଙ୍ଗୀତ ଗାନ କରିଛନ୍ତି ଅନଓ୍ବାର ଇବ୍ରାହିମ । ଦିଲ୍ଲୀର ତାଜ୍ ମହଲ ହୋଟେଲରେ ରହିଥିବା ବେଳେ ‘ଦୋସ୍ତ ଦୋସ୍ତ ନା ରହା’ ହିନ୍ଦୀ ସଙ୍ଗୀତ ଗାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।  

ଅନଓ୍ବାର ଇବ୍ରାହିମ୍ ୨୦୨୨ରେ ମାଲେସିଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ୨୦୨୪ ଅଗଷ୍ଟ ୧୯ରୁ ୨୧ ତାରିଖ ଯାଏ ସେ ୩ ଦିନିଆ ସରକାରୀ ଗସ୍ତରେ ଭାରତ ଆସିଥିଲେ । ତାଜ୍ ମହଲ ହୋଟେଲରେ ରହିଥିବା ବେଳେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ବିଦାୟୀ ସମାରୋହ ଆୟୋଜନ ହୋଇଥିଲା । ଏହି ସମୟରେ ସେ ୧୯୬୪ର ଲୋକପ୍ରିୟ ଫିଲ୍ମ ‘ସଙ୍ଗମ’ର ଗୀତ ‘ଦୋସ୍ତ ଦୋସ୍ତ ନା ରହା’ ଗାନ କରିଥିଲେ । ତାଙ୍କ ସଙ୍ଗୀତରେ ସେଠାରେ ଉପସ୍ଥିତ ଥିବା ସମସ୍ତେ ଉତ୍ସିହିତ ହୋଇଥିଲେ । ଏହାର ଭିଡିଓ କ୍ଲିପ୍ ତାଜ ମହଲ ହୋଟେଲ ସୋସିଆଲ୍ ମିଡିଆ ଓ୍ବେବସାଇଟରେ ଅପଲୋଡ୍ କରାଯାଇଛି ।     


ଟାଇମ୍ସ ଇଣ୍ଡିଆ ରିପୋର୍ଟ ମୁତାବକ,  ମାଲେସିଆ ପ୍ରଧାନମନ୍ତ୍ରୀ  ଅନଓ୍ବାର ଇବ୍ରାହିମ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିଜ୍ ଏବଂ ଭେଟେରାନ୍ ଅଭିନେତା ସାମି କପୁରଙ୍କୁ ପ୍ରଶଂସା କରିବା ପରେ ତାଜ୍ ମହଲ ହୋଟେଲ୍ ପକ୍ଷରୁ ତାଙ୍କ ପାଇଁ ଏକ ବିଦାୟୀ ସମାରୋହ ଆୟୋଜନ କରାଯାଇଥିଲା । ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ବଲିଉଡ ସଙ୍ଗୀତ ଗାନ କରିବାର ଭିଡିଓ ଏବେ ଏକ୍ସରେ ଭାଇରାଲ୍ ହେବାରେ ଲାଗିଛି ।