ପଞ୍ଚମ ଦିନରେ ରଥ ନିର୍ମାଣ , ସରିଲା ୪୧ ଗୋଟି ତୁମ୍ବ କାମ

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ରଥକାମ ଆରମ୍ଭ। ରଥଖଳାରେ ଜୋର୍‌ସୋରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଏହି କ୍ରମରେ ରଥ ନିର୍ମାଣର ପଞ୍ଚମ ଦିନର କାର୍ଯ୍ୟ ଶେଷ ସୁଦ୍ଧା ତିନି ରଥର ମୋଟ ୪୨ ଗୋଟି ତୁମ୍ବରୁ ୪୧ ଗୋଟି ତୁମ୍ବର ଗୋଲେଇ ସହ ମଠା କାମ ଶେଷ ହୋଇଛି।ସେଥି ମଧ୍ୟରୁ ନନ୍ଦିଘୋଷ ରଥର ୧୬ ଟି ତୁମ୍ବ ଏବଂ ଦର୍ପ ଦଳନ ରଥର ୧୨ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ସହ ମଠ। କାର୍ଯ୍ୟ ଶେଷ ହୋଇଛି। ତାଳଧ୍ଵଜ ରଥର ୧୪ ଗୋଟି ତୁମ୍ବ ରୁ ୧୩ ଟି ତୁମ୍ଭର ଗୋଲେଇ ସହ ମଠା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।ଆସନ୍ତାକାଲି ତୁମ୍ବ ବିନ୍ଧ ପାଇଁ ତିନି ରଥ ର ତୁମ୍ବ ଗୁଡିକରେ ସୂତା ବାଡ଼ିଆ କାର୍ଯ୍ୟ ଆରମ୍ଭ ହେବ। ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ଜି.ଆଇ ଲୁହା ରଡ କାଟି ୬/୭" ର ଅର କଣ୍ଟା ନିର୍ମାଣ ସହ ତୁମ୍ବରେ ବସିବା ପାଇଁ ପନ୍ଦାରି ବଳା ନିର୍ମାଣ ଜାରି ରଖିଛନ୍ତି ।

ପଞ୍ଚମ ଦିନରେ ରଥ ନିର୍ମାଣ , ସରିଲା ୪୧ ଗୋଟି ତୁମ୍ବ କାମ

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ରଥକାମ ଆରମ୍ଭ। ରଥଖଳାରେ ଜୋର୍‌ସୋରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଏହି କ୍ରମରେ ରଥ ନିର୍ମାଣର ପଞ୍ଚମ ଦିନର କାର୍ଯ୍ୟ ଶେଷ ସୁଦ୍ଧା ତିନି ରଥର ମୋଟ ୪୨ ଗୋଟି ତୁମ୍ବରୁ ୪୧ ଗୋଟି ତୁମ୍ବର ଗୋଲେଇ ସହ ମଠା କାମ ଶେଷ ହୋଇଛି।

ସେଥି ମଧ୍ୟରୁ ନନ୍ଦିଘୋଷ ରଥର ୧୬ ଟି ତୁମ୍ବ ଏବଂ ଦର୍ପ ଦଳନ ରଥର ୧୨ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ସହ ମଠ। କାର୍ଯ୍ୟ ଶେଷ ହୋଇଛି। ତାଳଧ୍ଵଜ ରଥର ୧୪ ଗୋଟି ତୁମ୍ବ ରୁ ୧୩ ଟି ତୁମ୍ଭର ଗୋଲେଇ ସହ ମଠା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ଆସନ୍ତାକାଲି ତୁମ୍ବ ବିନ୍ଧ ପାଇଁ ତିନି ରଥ ର ତୁମ୍ବ ଗୁଡିକରେ ସୂତା ବାଡ଼ିଆ କାର୍ଯ୍ୟ ଆରମ୍ଭ ହେବ। ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ଜି.ଆଇ ଲୁହା ରଡ କାଟି ୬/୭" ର ଅର କଣ୍ଟା ନିର୍ମାଣ ସହ ତୁମ୍ବରେ ବସିବା ପାଇଁ ପନ୍ଦାରି ବଳା ନିର୍ମାଣ ଜାରି ରଖିଛନ୍ତି ।