ମୋଟା ପୋଲିସଙ୍କ ପାଇଁ ସତର୍କ ଘଣ୍ଟି, ପତଳା ନହେଲେ ଯିବ ଚାକିରି

ଆସାମର ମେଦବହୁଳ ପୋଲିସ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି। ତିନି ମାସ ମଧ୍ୟରେ ପତଳା ହୋଇନଥିଲେ ଚାଲିଯିବ ଚାକିରି। ତେବେ କୌଣସି ରୋଗ ଯୋଗୁଁ ମୋଟାପା କମୁନଥିବା ନେଇ ଡାକ୍ତରୀ ସାର୍ଟିଫିକେଟ ଦେଲେ ବଞ୍ଚି ଯାଇପାରେ ଚାକିରି। ଆସାମର ମେଦବହୁଳ ପୋଲିସ କର୍ମଚାରୀଙ୍କୁ ପତଳା କରିବା ପାଇଁ ଗତ ବର୍ଷ ମେ ମାସରେ ଫିଟନେସ ସର୍ବେକ୍ଷଣ ପାଇଁ ନିଷ୍ପତ୍ତି ହୋଇଥିଲା। ବ୍ୟାୟାମ କରି ବିଏମଆଇ ଟେଷ୍ଟ ପାଇଁ ପ୍ରସ୍ତୁତ ହେବାକୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। […] The post ମୋଟା ପୋଲିସଙ୍କ ପାଇଁ ସତର୍କ ଘଣ୍ଟି, ପତଳା ନହେଲେ ଯିବ ଚାକିରି appeared first on KNews Odisha.

ମୋଟା ପୋଲିସଙ୍କ ପାଇଁ ସତର୍କ ଘଣ୍ଟି, ପତଳା ନହେଲେ ଯିବ ଚାକିରି
police

ଆସାମର ମେଦବହୁଳ ପୋଲିସ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି। ତିନି ମାସ ମଧ୍ୟରେ ପତଳା ହୋଇନଥିଲେ ଚାଲିଯିବ ଚାକିରି। ତେବେ କୌଣସି ରୋଗ ଯୋଗୁଁ ମୋଟାପା କମୁନଥିବା ନେଇ ଡାକ୍ତରୀ ସାର୍ଟିଫିକେଟ ଦେଲେ ବଞ୍ଚି ଯାଇପାରେ ଚାକିରି। ଆସାମର ମେଦବହୁଳ ପୋଲିସ କର୍ମଚାରୀଙ୍କୁ ପତଳା କରିବା ପାଇଁ ଗତ ବର୍ଷ ମେ ମାସରେ ଫିଟନେସ ସର୍ବେକ୍ଷଣ ପାଇଁ ନିଷ୍ପତ୍ତି ହୋଇଥିଲା।

ବ୍ୟାୟାମ କରି ବିଏମଆଇ ଟେଷ୍ଟ ପାଇଁ ପ୍ରସ୍ତୁତ ହେବାକୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଅଗଷ୍ଟ ମାସରେ ହୋଇଥିବା ବଡି ମାସ ଇଣ୍ଡେକ୍ସ ବା ବିଏମଆଇ ପରୀକ୍ଷାରେ ୧୮୮୪ ପୋଲିସ କର୍ମଚାରୀ ମେଦବହୁଳ ଥିବା ଜଣାପଡିଥିଲା। ତିନି ମାସ ସମୟ ସରିବା ପରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଏହି ୧୮୮୪ କର୍ମଚାରୀଙ୍କ ଦ୍ୱିତୀୟ ରାଉଣ୍ଡ ବିଏମଆଇ ପରୀକ୍ଷଣ।

ଗୁଆହାଟୀ, ସିଲଚର ଓ ଜୋରହାଟରେ ମେଦବହୁଳ ପୋଲିସ କର୍ମଚାରୀଙ୍କ ବିଏମଆଇ ପରୀକ୍ଷା ଚାଲିଥିବା ସୂଚନା ଦେଇଛନ୍ତି ଆସାମ ପୋଲିସ ମହାନିର୍ଦ୍ଦେଶକ ଡିଜି ଜିପି ସିଂ। ମେଦବହୁଳ ପୋଲିସ କର୍ମଚାରୀଙ୍କୁ ଦ୍ୱିତୀୟ ରାଉଣ୍ଡ ପରୀକ୍ଷଣ ପୂର୍ବରୁ ମାଗଣା ଡାକ୍ତରୀ ସହାୟତା ପ୍ରଦାନ କରାଯାଇଥିଲା। ପୋଲିସ ବାହିନୀକୁ ପେଶାଦାର ଓ ଫିଟ ରଖିବା ଏହି ଅଭିଯାନର ଲକ୍ଷ୍ୟ ବୋଲି ଜଣାପଡିଛି।

The post ମୋଟା ପୋଲିସଙ୍କ ପାଇଁ ସତର୍କ ଘଣ୍ଟି, ପତଳା ନହେଲେ ଯିବ ଚାକିରି appeared first on KNews Odisha.