ବଙ୍ଗୋପସାଗରରେ ଅବପାତ, ୫ ଦିନ ପ୍ରବଳ ବର୍ଷିବ

ବଙ୍ଗୋପସାଗରରେ ଅବପାତ । ଆସନ୍ତାକାଲି ସକାଳୁ ପୁରୀ ଉପକୂଳ ଅତିକ୍ରମ କରିବ । ୫ ଦିନ ପ୍ରବଳ ବର୍ଷିବ । ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ଯୋଗୁ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି […] The post ବଙ୍ଗୋପସାଗରରେ ଅବପାତ, ୫ ଦିନ ପ୍ରବଳ ବର୍ଷିବ appeared first on KNews Odisha.

ବଙ୍ଗୋପସାଗରରେ ଅବପାତ, ୫ ଦିନ ପ୍ରବଳ ବର୍ଷିବ
rain

ବଙ୍ଗୋପସାଗରରେ ଅବପାତ । ଆସନ୍ତାକାଲି ସକାଳୁ ପୁରୀ ଉପକୂଳ ଅତିକ୍ରମ କରିବ । ୫ ଦିନ ପ୍ରବଳ ବର୍ଷିବ । ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ଯୋଗୁ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି ।

ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କନ୍ଧମାଳ, ବୌଦ୍ଦ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ । ସେହିପରି ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୦ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ଲଘୁଚାପ ପରେ ଲଘୁଚାପ । କିନ୍ତୁ ରାଜ୍ୟର ଭରଣା ହୋଇପାରୁନି ନିଅଣ୍ଟିଆ ବର୍ଷା । ଏଯାଏ ସ୍ବାଭାବିକଠୁ ୨୫ ପ୍ରତିଶତ କମ୍ ବର୍ଷା ହୋଇଛି । ୧୨ ଜିଲ୍ଲାରେ ସ୍ବାଭାବିକ ବୃଷ୍ଟିପାତ ରହିଥିବା ବେଳେ ବାକି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଚିନ୍ତା ବଢ଼ାଇଛି । ସ୍ବଳ୍ପ ବୃଷ୍ଟି ପାଇଁ ବିଭିନ୍ନ ସ୍ଥାନରେ ଚାଷ କାର୍ଯ୍ଯ ବାଧାପ୍ରାପ୍ତ । ତଳି ପୋଡ଼ି ନଷ୍ଟ ହେବାକୁ ବସିଲାଣି । ପନିପରିବା ଚାଷ ମଧ୍ୟ ପ୍ରଭାବିତ ହୋଇଛି ।  ଆଗକୁ ୨୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ୨୪ କିମ୍ବା ୨୫ ତାରିଖରେ ଲଘୁଚାପ ସୃଷ୍ଟି ହୋଇପାରେ । ତେବେ ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

The post ବଙ୍ଗୋପସାଗରରେ ଅବପାତ, ୫ ଦିନ ପ୍ରବଳ ବର୍ଷିବ appeared first on KNews Odisha.