ଏ ବାବୁ କାହିଁକି ସାଇତିଛନ୍ତି ୨୫ ଲକ୍ଷ ପେପର୍ ?
ଅନେକ ସମୟରେ ସମାଜର ଲୋକଙ୍କ ପାଇଁ ଭଲ କାମ କରି କେତେ କିଏ ସାମ୍ନାକୁ ଆସିଛନ୍ତି l ତେବେ ଲୋକଙ୍କ ଭଲ ମଙ୍ଗଳ ଚିନ୍ତା କରୁଥିବା ମଣିଷ ଏ ସମାଜରେ ପ୍ରାୟ କମ ଦେଖିବାକୁ ମିଳେ l ଅନେକ ମଣିଷ ଅଛନ୍ତି ସମାଜରେ ଘଟୁଥିବା ଘଟଣାକୁ ଦେଖି ତାର ପ୍ରତିକାର କେମିତି ହେବ ସେହି ଚିନ୍ତାରେ ବାଟ ଖୋଜନ୍ତି l ହେଲେ ପ୍ରତିକାର ନପାଇ ହାର ମାନନ୍ତି ନାହିଁ l ଅବାଟରେ ଯାଉଥିବା ସମାଜକୁ ଯିଏ ବାଟ […] The post ଏ ବାବୁ କାହିଁକି ସାଇତିଛନ୍ତି ୨୫ ଲକ୍ଷ ପେପର୍ ? appeared first on KNews Odisha.

ଅନେକ ସମୟରେ ସମାଜର ଲୋକଙ୍କ ପାଇଁ ଭଲ କାମ କରି କେତେ କିଏ ସାମ୍ନାକୁ ଆସିଛନ୍ତି l ତେବେ ଲୋକଙ୍କ ଭଲ ମଙ୍ଗଳ ଚିନ୍ତା କରୁଥିବା ମଣିଷ ଏ ସମାଜରେ ପ୍ରାୟ କମ ଦେଖିବାକୁ ମିଳେ l ଅନେକ ମଣିଷ ଅଛନ୍ତି ସମାଜରେ ଘଟୁଥିବା ଘଟଣାକୁ ଦେଖି ତାର ପ୍ରତିକାର କେମିତି ହେବ ସେହି ଚିନ୍ତାରେ ବାଟ ଖୋଜନ୍ତି l ହେଲେ ପ୍ରତିକାର ନପାଇ ହାର ମାନନ୍ତି ନାହିଁ l
ଅବାଟରେ ଯାଉଥିବା ସମାଜକୁ ଯିଏ ବାଟ ଦେଖାନ୍ତି ସେମାନେ ଅନେକ ସମୟରେ ସମାଜରେ ବଞ୍ଚିଥିବା ମଣିଷ ମାନଙ୍କ ପାଇଁ କିଛି ନା କିଛି ଭଲ କାମ କରିବାକୁ ଚିନ୍ତା କରନ୍ତି । ତେବେ ଆମେ ପାଇଥିଲୁ ଜଣେ ମଣିଷକୁ ଯାହାଙ୍କର ଚିନ୍ତାଧାରା ଏ ସମାଜର ମଙ୍ଗଳ ପାଇଁ ଥିଲା ନିଆରା । ଯାହାଙ୍କର ହୃଦୟ ଅନେକ ସମୟରେ ସମାଜ ଲୋକମାନଙ୍କ ପାଇଁ କାନ୍ଦି ଉଠୁଥିଲା । ତେଣୁ ସମାଜରେ ଘଟୁଥିବା ଘଟଣା ଗୁଡ଼ିକ ସାଉଁଟୁଥିଲେ ପେପର ମାଧ୍ୟମରେ । ଏ ହେଉଛନ୍ତି ଜଳଧର ପାଇକରାୟ । ତାଙ୍କୁ ଆମେ ପାଇଥିଲୁ ଭୁବନେଶ୍ୱର ଉପକଣ୍ଠ ରଙ୍ଗ ବଜାର ଛକରେ । କଥା ତାଙ୍କର ଅତି ଧୀର ସ୍ଥିର । ମଣିଷ ହିସାବରେ ସେ ବହୁତ ଶାନ୍ତ ସରଳ ଏବଂ ଭିନ୍ନ ସ୍ୱଭାବର । ଅସୁବିଧାରେ ପଡ଼ିଥିବା ମଣିଷଟିକୁ ଦେଖିଲେ ଧାଇଁ ଯାଆନ୍ତି ସାହାଯ୍ୟ କରିବାକୁ । ମହାପୁରୁଷଙ୍କର ପ୍ରତିମୂର୍ତ୍ତି ଦେଖିଲେ ଧୂପ ଲଗାଇଥାଆନ୍ତି । ସେଥିପାଇଁ ସେ ଘରେ ବିଜୁ ପଟ୍ଟନାୟକଙ୍କ ଫଟୋ ରଖି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ପାଇଁ କିଛି କରନ୍ତି । ସେ ରାସ୍ତାରେ ଯାଉଥିବା ପାଗଳକୁ ଦେଖିଲେ ତାର ଚୁଟି କାଟି ତାର ଯତ୍ନ ନେଇଥାଆନ୍ତି । ଏଭଳି ଉଦାର ହୃଦୟର ମଣିଷଟିକୁ ଯେତେବେଳେ ପାଇଥିଲୁ ପଚାରିଥିଲୁ କିଛି କଥା । ସେତେବେଳେ ତାଙ୍କ ମୁହଁରୁ ଶୁଣିଥିଲୁ ଆପଣମାନଙ୍କୁ ଆଶ୍ଚର୍ଯ୍ୟ କଲାଭଳି କଥାଟିଏ । କଥାଟି ହେଲା ତାଙ୍କ ପାଖରେ ରହିଛି ଲକ୍ଷ ଲକ୍ଷ ପେପର୍ । କଥାଟି ଅବିଶ୍ୱସନୀୟ ଲାଗୁଥିଲା ସତ କିନ୍ତୁ ପରଖିବା ପାଇଁ ଆମେ ପଚାରିଲୁ କୋଉଠି ରଖିଛନ୍ତି ଏତେ ପେପର । ତା’ ପରେ ସେ ଆମକୁ ଟାଣିନେଇଥିଲେ ତାଙ୍କ ଘର ଭିତରକୁ । ଘର ଭିତରର ଦୃଶ୍ୟ ଦେଖି ଆମେ ହତବାକ୍ ହୋଇଯାଇଥିଲୁ । ଯୁଆଡ଼େ ଦେଖିଲୁ ସେଆଡ଼େ ପେପର ଗଦା ହୋଇଛି । ଆଲମାରୀ ଭିତରେ,ଥାକରେ ପେପର, ଜୋତା ଷ୍ଟାଣ୍ଡରେ ପେପର୍ ସବୁ ଜାଗାରେ ପେପର୍ ଭରପୂର ହୋଇ ରହିଥିଲା । ଆମକୁ ଦେଖି ପେପ୍ର ଗୁଡ଼ିକୁ ସୋଫା ଉପରେ ଗଦେଇ ଦେଇ କେଉଁ ଦିନରେ କଣ ଘଟଣା ଘଟିଛି ସେସବୁ ଦେଖେଇବାକୁ ଲାଗିଲେ ।
ପ୍ରଥମେ ଏସବୁ ଦୃଶ୍ୟ ଦେଖିକି ଆମକୁ ଯେତିକି ଅଡ଼ୁଆ ଲାଗିଥିଲା ସେତିକି କୌତୁହଳ ଲାଗୁଥିଲା । କଣ ଏମିତି ରହସ୍ୟ ରହିଛି ଯୁଆଡ଼େ ଦେଖିଲେ ସେଆଡ଼େ ଘର ଭିତରେ ପେପର୍ ଗଦେଇଛନ୍ତି । ଆମେ ତାଙ୍କୁ କହିଲୁ କାହିଁକି ଏସବୁ ପେପର୍ ଘରେ ରଖିଛନ୍ତି । ସେ ଅତି ସୁନ୍ଦର ଉତ୍ତର ଦେଇଥିଲେ ଯେ ଟିଭିରେ କି ଅନ୍ୟ ଯେଉଁଥିରେ ଖବର ପ୍ରସାରଣ ହେଉଛି ସେସବୁ ଗୋଟିଏ ଦିନ ପରେ ସମସ୍ତେ ଭୁଲି ଯାଉଛନ୍ତି । ପେପର୍ ମଧ୍ୟ ଯେଉଁଦିନ ଖବର ବାହାରୁଛି ସେହିଦିନ ପଢ଼ିସାରିଲା ପରେ ଲୋକେ ତାକୁ ଫିଙ୍ଗି ଦେଉଛନ୍ତି ଘଟଣା ସମ୍ପର୍କରେ ମନରୁ ମଧ୍ୟ ପାସୋରି ଦେଉଛନ୍ତି । ତେଣୁ ୨୦୦୨ ମସିହାର ଗୋଟିଏ ଘଟଣା ଯାହାକି ବହୁତ୍ ଚର୍ଚ୍ଚିତ ବିଷୟ ଥିଲା ସେ ଘଟଣା କିଛି ଦିନ ପରେ କୁଆଡ଼େ ହଜିଗଲା । ତେଣୁ ସେହିଦିନ ଠାରୁ ସେ ଚିନ୍ତା କଲେ ଯେ ପ୍ରତ୍ୟେକ ଦିନର ବିଭିନ୍ନ ପ୍ରକାର ପେପର ସାଇତି ରଖିବା ପାଇଁ । ସେହିଦିନ ଠାରୁ ସେ ସାଇତି ଆସିଛନ୍ତି ପେପର୍ । ବର୍ତ୍ତମାନ ତାଙ୍କ ପାଖରେ ସେ କୁହନ୍ତି ପାଖାପାଖି ୨୫ ଲକ୍ଷ ପେପର୍ ସାଇତି ରଖିଛନ୍ତି । ବିଭିନ୍ନ ସମୟରେ ଘଟିଥିବା ଘଟଣା ଗୁଡ଼ିକୁ ଚିହ୍ନଟ କରି ତାକୁ ଫାଇଲ୍ ଭିତରେ ସାଇତି ରଖିବା ହେଉଛି ତାଙ୍କର କାମ । ଏଭଳି କରି ସେ ଲକ୍ଷ ରଖିଛନ୍ତି କୋଟିଏ ପେପର ଘରେ ସାଇତିବେ । ଏହା ପଛରେ ପ୍ରକୃତ ଉଦ୍ଦେଶ୍ୟ ହେଉଛି ଯେଉଁ ସବୁ ଘଟଣା ସମାଜରେ ଘଟୁଛି କିଛି ଦିନ ପରେ ଲୁଚି ଯାଉଛି ଏବଂ ଲୋକଙ୍କ ମନରେ ହଜିଯାଉଛି ତାକୁ ଆଜି ନହେଲେ କାଲି ରଖିଥିବା ପେପର୍ ମାଧ୍ୟମରେ ଲୋକଙ୍କ ସାମ୍ନାକୁ ଆସିଲେ ସେ ଘଟଣାର ପର୍ଦ୍ଦାଫାସ୍ ହେବ ବୋଲି ଆଶା ରଖିଛନ୍ତି ।
The post ଏ ବାବୁ କାହିଁକି ସାଇତିଛନ୍ତି ୨୫ ଲକ୍ଷ ପେପର୍ ? appeared first on KNews Odisha.