ଆଜିର ରାଶିଫଳ : ଆଜି ଏହି ରାଶିର ଲୋକେ ବାହାରକୁ ଯାତ୍ରା କରିବେ, ପରିବାର ସହିତ ଖୁସିର ସମୟ କାଟିବେ
ମେଷ: ଦିନଟି ଠିକ୍ ଠାକ ରହିବ । ବ୍ୟବସାୟର କିଛି ନୂଆ ଉପାୟ ଭାବିବେ । ଅର୍ଥ ପାଇଁ ଅଳ୍ପ ଚିନ୍ତିତ ରହିବେ । ଭାଇ ଓ ଭଉଣୀଙ୍କ ସମ୍ପର୍କ ଠିକ୍ ରହିବ । ବୃଷ: ଆଜି ଆପଣଙ୍କୁ କୌଣସି ପ୍ରକାର ବିବାଦରୁ ଦୂରେଇ ରହିବାକୁ ପଡିବ । ପ୍ରତିଯୋଗିତାରେ ଭଲ ଫଳ ମିଳିବ । ଘର ସଜାଇବାରେ ଧ୍ୟାନ ଦେବେ । ପରିବାରର କୌଣସି ବ୍ୟକ୍ତିଙ୍କୁ ନିଜ ମନ କଥା କହିବା ପାଇଁ ସୁଯୋଗ ମିଳିବ […] The post ଆଜିର ରାଶିଫଳ : ଆଜି ଏହି ରାଶିର ଲୋକେ ବାହାରକୁ ଯାତ୍ରା କରିବେ, ପରିବାର ସହିତ ଖୁସିର ସମୟ କାଟିବେ appeared first on KNews Odisha.

ମେଷ: ଦିନଟି ଠିକ୍ ଠାକ ରହିବ । ବ୍ୟବସାୟର କିଛି ନୂଆ ଉପାୟ ଭାବିବେ । ଅର୍ଥ ପାଇଁ ଅଳ୍ପ ଚିନ୍ତିତ ରହିବେ । ଭାଇ ଓ ଭଉଣୀଙ୍କ ସମ୍ପର୍କ ଠିକ୍ ରହିବ ।
ବୃଷ: ଆଜି ଆପଣଙ୍କୁ କୌଣସି ପ୍ରକାର ବିବାଦରୁ ଦୂରେଇ ରହିବାକୁ ପଡିବ । ପ୍ରତିଯୋଗିତାରେ ଭଲ ଫଳ ମିଳିବ । ଘର ସଜାଇବାରେ ଧ୍ୟାନ ଦେବେ । ପରିବାରର କୌଣସି ବ୍ୟକ୍ତିଙ୍କୁ ନିଜ ମନ କଥା କହିବା ପାଇଁ ସୁଯୋଗ ମିଳିବ ।
ମିଥୁନ: ବରିଷ୍ଠ ଲୋକଙ୍କ ସହ ମିଳିମିଶି କାମ କରିବେ । କୌଣସି କାର୍ଯ୍ୟକୁ ନିର୍ଭୟର ସହ ପୂରା କରିବେ । ବ୍ୟବସାୟ ଆଗକୁ ବଢାଇବେ ଏବଂ ଆର୍ଥିକ ସ୍ଥିତି ସୁଦୃଢ ରହିବ ।
କର୍କଟ: ଆଜି ପିଲାମାନଙ୍କର କୌଣସି କଥାରେ ଖୁସି ରହିବେ ଏବଂ କିଛି କାମରେ ସଫଳ ହେବେ । ନୃତ୍ୟ କରୁଥିବା ଲୋକଙ୍କୁ ଭଲ ଫଳ ମିଳିବ । ସମସ୍ତଙ୍କ ସହ ମିଳିମିଶି କାର୍ଯ୍ୟ କରିବେ । ନିଜର ବ୍ୟବହାର ଠିକ୍ ରଖିବେ ।
ସିଂହ: ଦାୟିତ୍ୱ ପୂରଣ କରିବେ । ଆପଣଙ୍କୁ ଆଶାଠାରୁ ଅଧିକ ଧନ ମିଳିବ । ପରିବାରରେ କଳହ ଦୂର ହେବ । ସେୟାର ମାର୍କେଟରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ।
କନ୍ୟା: ଆଜିର ଦିନଟି ଆପଣଙ୍କ ଭାଗ୍ୟ ଦୃଷ୍ଟିକୋଣରୁ ଉତ୍ତମ ରହିବ । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ଖର୍ଚ୍ଚ କମ୍ କରିବାକୁ ପଡିବ, ନଚେତ୍ ସମସ୍ୟା ହୋଇପାରେ ।
ତୁଳା: ଆଜି ଆପଣଙ୍କୁ ଦେବାନେବା କାମରେ ସାବଧାନ ରହିବାକୁ ପଡିବ । ଦାନଧର୍ମରେ ରୁଚି ରହିବ । ଶୁଭ ଖବର ମିଳିବ । କିଛି ନୂଆ ଲୋକଙ୍କ ସହ ଜଡିତ ହେବେ । ଆପଣ ଆଜି ସତ୍ୟ ପଥରେ ଚାଲିବେ ।
ବିଛା: ଦିନଟି ଅନୁକୂଳ ରହିବ । ସାଙ୍ଗଙ୍କ ସହ କିଛି ସମୟ କାଟିବେ । ଆର୍ଥିକ ସ୍ଥିତି ଠିକ୍ ରହିବ । ବେପାରୀଙ୍କ ପାଇଁ ଦିନଟି ଭଲ । ଆଜି ଆପଣ ଯେକୌଣସି କାମ କରିବେ, ତାହା ଭଲ ହେବ ।
ଧନୁ: ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ସୁବିଧା ମିଳିବ । କୌଣସି ଶୁଭ କାମରେ ଯୋଗ ଦେବେ । ଭାବିଚିନ୍ତି କାମ କଲେ ଆପଣଙ୍କୁ ଲାଭ ମିଳିବ ।
ମକର: ଆପଣଙ୍କୁ କୌଣସି କାର୍ଯ୍ୟରେ ସୁବିଧା ସୁଯୋଗ ମିଳିବ । ନୂତନ ପଦବୀ ମିଳିପାରେ । ନୂଆ ସାଙ୍ଗ ଗଢିବେ । ଆଜି ଘରକୁ ଅତିଥି ଆସିପାରନ୍ତି । ଛାତ୍ରଛାତ୍ରୀ ପାଠପଢାକୁ ନେଇ ଗୁରୁଜନଙ୍କ ସହ କଥା ହେବେ ।
କୁମ୍ଭ: ଦିନଟି ଭଲରେ କଟିବ । ବଡ ଲୋକଙ୍କଠାରୁ ସାହାଯ୍ୟ ମିଳିବ । କୌଣସି କାର୍ଯ୍ୟରେ ସଫଳତା ମିଳିବ । କିଛି କାମ ପୂରା କରିବାକୁ ଚେଷ୍ଟା କରିବେ । ନିଜ କାମ ଦ୍ୱାରା ଉଚ୍ଚ ଅଧିକାରୀଙ୍କ ମନ ଜିତିବେ ।
ମୀନ: ଆଜି ଆପଣଙ୍କ ଆବଶ୍ୟକତା ପୂର୍ଣ୍ଣ ହେବ, ଯାହାଦ୍ୱାରା ଆପଣ ଆଗକୁ ବଢିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରେ । କୌଣସି ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଠିକ୍ ହେବ ।
The post ଆଜିର ରାଶିଫଳ : ଆଜି ଏହି ରାଶିର ଲୋକେ ବାହାରକୁ ଯାତ୍ରା କରିବେ, ପରିବାର ସହିତ ଖୁସିର ସମୟ କାଟିବେ appeared first on KNews Odisha.