ମ୍ୟାଟ୍ରିକ ପରୀକ୍ଷାରେ ରଖିଛନ୍ତି ୯୯ ପ୍ରତିଶତ, ହେଲେ ପଢ଼ି ପାରୁନାହାଁନ୍ତି ଗୋଟେ ବି ଅକ୍ଷର

ଏଇ ନିକଟରେ ପ୍ରକାଶ ପାଇଛି ମ୍ୟାଟ୍ରି ପରୀକ୍ଷା ଫଳ । ଏଥିରେ ଅନେକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଖବର ରହିଛି । ଅନେକ ଛାତ୍ରଛାତ୍ରୀ ମଧ୍ୟ ଟପ୍ପର ହୋଇଛନ୍ତି । ଛାତ୍ରଛାତ୍ରୀମାନେ ୯୦ରୁ ୯୯% ମାର୍କ ରଖିଥିବାବେଳେ ଏବେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର । କିଛି ଏମିତି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମାଟ୍ରିକ୍‌ରେ ରଖିଛନ୍ତି ୯୯.୫% କିନ୍ତୁ ପଢି ପାରୁ ନାହାଁନ୍ତି ଗୋଟିଏ ବି ଅକ୍ଷର […] The post ମ୍ୟାଟ୍ରିକ ପରୀକ୍ଷାରେ ରଖିଛନ୍ତି ୯୯ ପ୍ରତିଶତ, ହେଲେ ପଢ଼ି ପାରୁନାହାଁନ୍ତି ଗୋଟେ ବି ଅକ୍ଷର appeared first on KNews Odisha.

ମ୍ୟାଟ୍ରିକ ପରୀକ୍ଷାରେ ରଖିଛନ୍ତି ୯୯ ପ୍ରତିଶତ, ହେଲେ ପଢ଼ି ପାରୁନାହାଁନ୍ତି ଗୋଟେ ବି ଅକ୍ଷର
write

ଏଇ ନିକଟରେ ପ୍ରକାଶ ପାଇଛି ମ୍ୟାଟ୍ରି ପରୀକ୍ଷା ଫଳ । ଏଥିରେ ଅନେକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଖବର ରହିଛି । ଅନେକ ଛାତ୍ରଛାତ୍ରୀ ମଧ୍ୟ ଟପ୍ପର ହୋଇଛନ୍ତି । ଛାତ୍ରଛାତ୍ରୀମାନେ ୯୦ରୁ ୯୯% ମାର୍କ ରଖିଥିବାବେଳେ ଏବେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର । କିଛି ଏମିତି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମାଟ୍ରିକ୍‌ରେ ରଖିଛନ୍ତି ୯୯.୫% କିନ୍ତୁ ପଢି ପାରୁ ନାହାଁନ୍ତି ଗୋଟିଏ ବି ଅକ୍ଷର । ଏହିପରି ଅନେକ ମାମଲା ସାରା ଦେଶରେ ସାମ୍ନାକୁ ଆସିଛି ଯେଉଁଥିରେ ସରକାରୀ ବିଭାଗରେ କାମ କରୁଥିବା ଲୋକମାନେ ଠିକ୍ ଭାବରେ ପଢି ପାରନ୍ତି ନାହିଁ ଏବଂ ଠିକ ଭାବରେ ଲେଖି ବି ପାରନ୍ତିନାହିଁ ।

ହେଲେ ଏହା ସତ୍ତ୍ବେ ମଧ୍ୟ ସେମାନେ ସରକାରୀ ଅଫିସରେ କାମ କରନ୍ତି । ଏଭଳି ଘଟଣା ଦେଖି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରେ ଯେ ଉପଯୁକ୍ତ ଶିକ୍ଷା ବିନା ସେମାନେ କିପରି ନିଯୁକ୍ତି ପାଇଲେ କିମ୍ବା ପ୍ରତିଯୋଗିତା ପରୀକ୍ଷାରେ କିପରି ପାସ୍ କଲେ ? ଏବେ ଏଭଳି ଏକ ମାମଲା କର୍ଣ୍ଣାଟକରୁ ସାମ୍ନାକୁ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ।

କର୍ଣ୍ଣାଟକର ଜେପିଏଫସି କୋର୍ଟର ଜଣେ ବିଚାରପତିଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପୋଲିସ କୋର୍ଟର ଜଣେ ପିଅନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି । ଜଜ୍ ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ପି‌ଅନ୍ ଉପରେ ସନ୍ଦେହ ପ୍ରକାଶ କରିବା ପରେ ଏପରି ଘଟିଛି । ପ୍ରଭାସ ନାମକ ୨୩ ବର୍ଷର ପିଅନ୍ ସଠିକ୍ ଭାବରେ ପଢି ପାରନ୍ତି ନାହିଁ କି ଲେଖି ମଧ୍ୟ ପାରନ୍ତି ନାହିଁ । କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ଦଶମ ଶ୍ରେଣୀରେ ୯୯.୫ ପ୍ରତିଶତ ମାର୍କ ରଖିଛନ୍ତି ।

ପ୍ରଭାସ ରାଇଚୁରର ବାସିନ୍ଦା ଏବଂ ଏହାପୂର୍ବରୁ ସେ କପାଲ ସିଜେଏମ୍‌ସି କୋର୍ଟରେ ପରିମଳ କର୍ମଚାରୀ ଭାବରେ କାମ କରୁଥିଲେ । କିନ୍ତୁ ସେ ଦଶମ ଶ୍ରେଣୀରେ ୯୯.୫ ପ୍ରତିଶତ ମାର୍କ ହାସଲ କରି ଏକ ପିଅନ୍‌ ଚାକିରି କରିବା କୋର୍ଟର ଜଣେ ଜଜଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଯାହ ପରେ ଏଭଳି ଘଟଣା ସାମ୍ନାକୁ ଆସିଲା ।

ବିଚାରପତିଙ୍କ କହିବାନୁସାରେ, ନକଲି ସାର୍ଟିଫିକେଟ୍ ମାଧ୍ୟମରେ ସରକାରୀ ଚାକିରି ପାଇବା କେବଳ ପ୍ରତିଭାଶାଳୀ ଛାତ୍ରମାନଙ୍କୁ ନିରାଶ କରେ ନାହିଁ ବରଂ ସେମାନଙ୍କ ପ୍ରତି ମଧ୍ୟ ଅନ୍ୟାୟ । ଖୁବ୍ ଶୀଘ୍ର ପୋଲିସ ଏ ବାବଦରେ ଏକ ରିପୋର୍ଟ ଦାଖଲ କରିବ ବୋଲି ଜଣାପଡ଼ିଛି। ଏହି ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

The post ମ୍ୟାଟ୍ରିକ ପରୀକ୍ଷାରେ ରଖିଛନ୍ତି ୯୯ ପ୍ରତିଶତ, ହେଲେ ପଢ଼ି ପାରୁନାହାଁନ୍ତି ଗୋଟେ ବି ଅକ୍ଷର appeared first on KNews Odisha.