ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ
ଆମେରିକୀୟ ହାସ୍ୟ ଅଭିନେତା ରିଚାର୍ଡ ଲୁଇସଙ୍କ ପରଲୋକ ଘଟିଛି। ୭୦ ଓ ୮୦ ଦଶକରେ ସେ ନିଜର ଚମତ୍କାର ଅଭିନୟ ସହିତ ସମଗ୍ର ବିଶ୍ୱକୁ ହସାଇଥିଲେ। ରିଚାର୍ଡ ଲୁଇସ ଲସ ଏଞ୍ଜେଲସରେ ଥିବା ତାଙ୍କ ଘରେ ୭୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଅଭିନେତା ରିଚାର୍ଡ ଲୁଇସଙ୍କ ମୁଖପାତ୍ର ଜେଫ ଆବ୍ରାହମ ଏହି ସୂଚନା ଦେଇଛନ୍ତି। ଆବ୍ରହାମ କହିଛନ୍ତି, ହୃଦଘାତରେ ରିଚାର୍ଡଙ୍କର ମୃତ୍ୟୁ ଘଟିଛି। ରିଚାର୍ଡ ଷ୍ଟାଣ୍ଡ ଅପ କମେଡିଆନ୍ ଭାବରେ ସ୍ମରଣ କରାଯିବ। […] The post ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ appeared first on Dharitri Odia News.
ଆମେରିକୀୟ ହାସ୍ୟ ଅଭିନେତା ରିଚାର୍ଡ ଲୁଇସଙ୍କ ପରଲୋକ ଘଟିଛି। ୭୦ ଓ ୮୦ ଦଶକରେ ସେ ନିଜର ଚମତ୍କାର ଅଭିନୟ ସହିତ ସମଗ୍ର ବିଶ୍ୱକୁ ହସାଇଥିଲେ। ରିଚାର୍ଡ ଲୁଇସ ଲସ ଏଞ୍ଜେଲସରେ ଥିବା ତାଙ୍କ ଘରେ ୭୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଅଭିନେତା ରିଚାର୍ଡ ଲୁଇସଙ୍କ ମୁଖପାତ୍ର ଜେଫ ଆବ୍ରାହମ ଏହି ସୂଚନା ଦେଇଛନ୍ତି।
ଆବ୍ରହାମ କହିଛନ୍ତି, ହୃଦଘାତରେ ରିଚାର୍ଡଙ୍କର ମୃତ୍ୟୁ ଘଟିଛି। ରିଚାର୍ଡ ଷ୍ଟାଣ୍ଡ ଅପ କମେଡିଆନ୍ ଭାବରେ ସ୍ମରଣ କରାଯିବ। ସେ ୧୯୭୦ ଏବଂ ୧୯୮୦ ଦଶକରେ ତାଙ୍କ ହାସ୍ୟ ଶୈଳୀରେ ଲୋକଙ୍କ ମନୋରଞ୍ଜନ କରିଥିଲେ। ସେ ନ୍ୟୁୟର୍କର ନାଇଟ କ୍ଲବଗୁଡ଼ିକରେ ବେଶ୍ ପ୍ରସିଦ୍ଧ ଥିଲେ। ରିଚାର୍ଡ ରବିନ ହୁଡ: ମେନ ଇନ ଟାଇଟ୍ସ ଭଳି ହିଟ୍ ଚଳଚ୍ଚିତ୍ର କରିଛନ୍ତି। ଲୁଇସ ଗତ ବର୍ଷ ଘୋଷଣା କରିଥିଲେ ଯେ ,ତାଙ୍କୁ ପାର୍କିନ୍ସନ ରୋଗ ହୋଇଛି। ଅସୁସ୍ଥତା ହେତୁ ରିଚାର୍ଡ ୨୦୨୧ରେ ଷ୍ଟାଣ୍ଡ ଅପ କମେଡିରୁ ଅବସର ଘୋଷଣା କରିଥିଲେ।
The post ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ appeared first on Dharitri Odia News.