ଭାରତକୁ ୫-୦ରେ ପରାସ୍ତ କରିବ ଇଂଲଣ୍ଡ, ରୋହିତ ଶର୍ମାକୁ ଚେତାବନୀ ଦେଲେ ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ,୩୦।୧: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଛି। ପ୍ରଥମ ଇନିଂସରେ ଭାରତ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ବେଳେ ଦଳ ବିଫଳ ହୋଇଥିଲା। ଦ୍ୱିତୀୟ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ବର୍ତ୍ତମାନ ବିଶାଖାପାଟନମ୍ରେ ପହଞ୍ଚିବ। ଏହାପୂର୍ବରୁ ଇଂଲଣ୍ଡର ପୂର୍ବତନ କ୍ରିକେଟର ମଣ୍ଟି ପନେସର ଏହି ସିରିଜକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଟେଷ୍ଟ ସିରିଜରେ ଇଂଲଣ୍ଡ ଦଳ ଭାରତକୁ ୫-୦ରେ ପରାସ୍ତ କରିପାରେ […] The post ଭାରତକୁ ୫-୦ରେ ପରାସ୍ତ କରିବ ଇଂଲଣ୍ଡ, ରୋହିତ ଶର୍ମାକୁ ଚେତାବନୀ ଦେଲେ ପୂର୍ବତନ କ୍ରିକେଟର appeared first on Dharitri Odia News.
ନୂଆଦିଲ୍ଲୀ,୩୦।୧: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଛି। ପ୍ରଥମ ଇନିଂସରେ ଭାରତ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ବେଳେ ଦଳ ବିଫଳ ହୋଇଥିଲା। ଦ୍ୱିତୀୟ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ବର୍ତ୍ତମାନ ବିଶାଖାପାଟନମ୍ରେ ପହଞ୍ଚିବ। ଏହାପୂର୍ବରୁ ଇଂଲଣ୍ଡର ପୂର୍ବତନ କ୍ରିକେଟର ମଣ୍ଟି ପନେସର ଏହି ସିରିଜକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଟେଷ୍ଟ ସିରିଜରେ ଇଂଲଣ୍ଡ ଦଳ ଭାରତକୁ ୫-୦ରେ ପରାସ୍ତ କରିପାରେ ବୋଲି ପନେସର କହିଛନ୍ତି। କିନ୍ତୁ ଓଲି ପୋପ ଏବଂ ଟମ ହାର୍ଟଲିଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ।
ହାଇଦ୍ରାବାଦ ଟେଷ୍ଟରେ ହାର୍ଟଲି ଏବଂ ପୋପ ଇଂଲଣ୍ଡ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ। ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁଯାୟୀ, ପନେସର କହିଛନ୍ତି ଯେ, ଯଦି ଓଲି ପୋପ ଏବଂ ଟମ ହାର୍ଟଲି ଭଲ ପ୍ରଦର୍ଶନ ଜାରି ରଖନ୍ତି ତେବେ ଇଂଲଣ୍ଡ ୫-୦ରେ ଜିତିପାରେ। ଏହା (ହାଇଦ୍ରାବାଦ ଟେଷ୍ଟ) ଏକ ବିରାଟ ବିଜୟ । ସମସ୍ତେ ଭାବୁଥିଲେ ଯେ ଇଂଲଣ୍ଡ ହାରିଯିବ। କିନ୍ତୁ ପୋପ ଏକ ଚମତ୍କାର ପ୍ରଦର୍ଶନ ଦେଇଛନ୍ତି।
The post ଭାରତକୁ ୫-୦ରେ ପରାସ୍ତ କରିବ ଇଂଲଣ୍ଡ, ରୋହିତ ଶର୍ମାକୁ ଚେତାବନୀ ଦେଲେ ପୂର୍ବତନ କ୍ରିକେଟର appeared first on Dharitri Odia News.