୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠୁ ଅଧିକ ରେକର୍ଡ

ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଆଜି ସବୁଠୁ ଅଧିକ ଖରା ହୋଇଛି।

୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠୁ ଅଧିକ ରେକର୍ଡ

ରାଜ୍ୟର ୧୮ଟି ସହରର ଦିନର ସର୍ବୋଚ୍ଚ ତାପମାତ୍ରା ଆଜି ୪୦ ଡିଗ୍ରୀ ସେଲ୍‌ସିୟସ ବା ତା’ ଉପରେ ରେକର୍ଡ କରାଯାଇଛି। ବାରିପଦାରେ ଆଜି ସବୁଠୁ ଅଧିକ ଖରା ହୋଇଛି। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରୀ ରହିଛି। ଏହା ତଳକୁ ରହିଛି ଭୁବନେଶ୍ୱର,ଚାନ୍ଦବାଲି ଓ ନୂଆପଡ଼ା। ଏହି ତିନୋଟି ସହରର ତାପମାତ୍ରା ୪୧.୨ ଡିଗ୍ରୀ ରହିଥିଲା। ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିବା ବେଳେ ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରାରେ ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବା ସମ୍ଭାବନା ଥିବା କୁହାଯାଇଛି। 

ମାଲକାନଗିରିରେ ତାପମାତ୍ରା ୪୧.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ୪୧, ଝାରସୁଗୁଡ଼ାରେ ୪୧, ଟିଟିଲାଗଡ଼ରେ ୪୧,ଜଗତସିଂହପୁରରେ ୪୧, ପାରଳାଖେମୁଣ୍ଡିରେ ୪୧, କେନ୍ଦ୍ରାପଡ଼ାରେ ୪୦.୨, ଖୋର୍ଦ୍ଧାରେ ୪୦.୫, ନୟାଗଡ଼ରେ ୪୦.୫, ଭବାନୀପାଟଣାରେ ୪୦, ବଲାଙ୍ଗିରରେ ୪୦,ଯାଜପୁରରେ ୪୦ ଓ ଭଦ୍ରକରେ ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଅନ୍ୟପକ୍ଷରେ କଟକରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳରେ ୩୯.୭, ହୀରାକୁଦରେ ୩୯.୬,ଢେଙ୍କାନାଳରେ ୩୯.୬, ସମ୍ବଲପୁରରେ ୩୯.୬, ରାଉରକେଲାରେ ୩୯.୬ ଓ ସୁନ୍ଦରଗଡ଼ରେ ୩୯.୫ ଡିଗ୍ରୀ ସେଲସିୟସ ରହିଥିଲା।