ଭୂସ୍ଖଳନରେ ଆର୍ମି କ୍ୟାମ୍ପ କ୍ଷତିଗ୍ରସ୍ତ, ୩ ଯବାନ ମୃତ: ଏବେ ୬ ନିଖୋଜ

ମାଟି ତଳକୁ ୩ ଯବାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଆଉ ୪ ଜଣ ଯବାନ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ବର୍ଷା ଲାଗି ରହିଥିଲେ ହେଁ ନିଖୋଜ ୬ ଜଣ ଯବାନଙ୍କୁ ଖୋଜା ଚାଲିଥିବା ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଭୂସ୍ଖଳନରେ ଆର୍ମି କ୍ୟାମ୍ପ କ୍ଷତିଗ୍ରସ୍ତ, ୩ ଯବାନ ମୃତ: ଏବେ ୬ ନିଖୋଜ

ଲଗାଣ ବର୍ଷା ପରେ ଏବେ ସିକ୍କିମର ବିଭିନ୍ନ ସ୍ଥାନରେ ଭୟଙ୍କର ଭୂସ୍ଖଳନ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ରାଜ୍ୟର ମାନଗାନ ଜିଲ୍ଲାର ଲାଚେନ ନିକଟ ଚାଟେନ ଠାରେ ହୋଇଥିବା ଭୂସ୍ଖଳନରେ ସ୍ଥଳ ସେନାର ଗୋଇଏ କ୍ୟାମ୍ପ କ୍ଷତି ଗ୍ରସ୍ତ ହୋଇଛି। ଭୂସ୍ଖଳନ ଯୋଗୁ ୩ ଜଣ ଯବାନ ପ୍ରାଣ ହରାଇଛନ୍ତି। ସେହିପରି ଆଉ ୬ ଜଣ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହଥଇଛି।

ବାସ୍ତବରେ ଭୂସ୍ଖଳନ ରବିବାର ସନ୍ଧ୍ୟା ୭ଟାରେ ହୋଇଥିଲା। ଭୂସ୍ଖଳନରେ ହାବିଲଦାର ଲକ୍ଷବିନ୍ଦର ସିଂହ, ଲାନ୍ସ ନାଏକ ମୁନୀଶ ଠାକୁର ଓ ପୋର୍ଟର ଅଭିଷେକ ଲଖାଡାଙ୍କ ମୃତ୍ୟୁ ହୋଇଥିବା ଆର୍ମି ପକ୍ଷରୁ ସୋମବାର ଜାରି ବିବୃତିରେ କୁହାଯାଇଛି।

ମାଟି ତଳକୁ ୩ ଯବାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଆଉ ୪ ଜଣ ଯବାନ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ବର୍ଷା ଲାଗି ରହିଥିଲେ ହେଁ ନିଖୋଜ ୬ ଜଣ ଯବାନଙ୍କୁ ଖୋଜା ଚାଲିଥିବା ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସ୍ଥଳ ସେନା ପକ୍ଷରୁ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଯାଇଛି ଓ ଆବଶ୍ୟକ ସହାୟତା କରିବାକୁ ପ୍ରତିଶ୍ରୁତି ଦିଆଯାଇଛି।