ଭାରତରେ ପ୍ରଥମ କର୍ମଚାରୀ ନିଯୁକ୍ତ କଲା OpenAI, ପୂର୍ବରୁ ଟ୍ରୁ-କଲର ଏବଂ ମେଟାରେ କରିସାରିଛନ୍ତି କାମ

ନୂଆଦିଲ୍ଲୀ: କେବଳ ଭାରତ ନୁହେଁ ବରଂ ଅନେକ ଦେଶ ବର୍ତ୍ତମାନ ଏଆଇ ଉପରେ ଧ୍ୟାନ ଦେଉଛନ୍ତି। ଅନେକ ଏଆଇ କମ୍ପାନି ମଧ୍ୟ ସାମ୍‌ନାକୁ ଆସିଲେଣି। ଏସବୁ ମଧ୍ୟରେ ଏଆଇ ଦୗଡ଼ରେ ସବୁଠୁ ଆଗରେ ରହିଛି ମାଇକ୍ରୋସଫ୍ଟ ସମର୍ଥିତ ଓପନଏଆଇ। କମ୍ପାନିର ଏଆଇ ଚାଟଜିପିଟି ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛି। ଆଉ ଅନେକ ସ୍ଥାନରେ ଏହାର ବହୁଳ ବ୍ୟବହାର ମଧ୍ୟ ହେଲାଣି।ଏହାକୁ ଦୃଷ୍ଟିରେ କମ୍ପାନି ଏହାର କାୟା ବିସ୍ତାର କରିବା ଆରମ୍ଭ କରିଦେଲାଣି। ଏହି କ୍ରମରେ ଚାଟଜିପିଟି ଡେଭଲପର OpenAI ଭାରତରେ ଏହାର ପ୍ରଥମ କର୍ମଚାରୀ ନିଯୁକ୍ତ କରିଛି। ପ୍ରକୃତରେ କମ୍ପାନି, ପ୍ରଜ୍ଞା ମିଶ୍ରାଙ୍କୁ ଭାରତରେ ଏହାର ଗଭର୍ଣ୍ଣମେଣ୍ଟ ରିଲେସନ ହେଡଙ୍କୁ ନିଯୁକ୍ତ କରିଛି। ଏସଂକ୍ରାନ୍ତରେ ଅବଗତ ଥିବା ଲୋକଙ୍କ କହିବା ଅନୁଯାୟୀ ମାଇକ୍ରୋସଫ୍ଟ କର୍ପ ସମର୍ଥିତ କମ୍ପାନି OpenAI ଭାରତରେ ପବ୍ଲିକ୍ ପଲିସି ଆଫେୟର୍ସ ଆଣ୍ଡ୍ ପାର୍ଟନରସିପ୍‌କୁ ନେତୃତ୍ବ କରିବା ପାଇଁ ପ୍ରଜ୍ଞା ମିଶ୍ରାଙ୍କୁ ନିଯୁକ୍ତ କରିଛି। ୩୯ ବର୍ଷୀୟ ପ୍ରଜ୍ଞା ମିଶ୍ରା ପୂର୍ବରୁ ଟ୍ରୁ କଲର AB ଏବଂ ମେଟା ପ୍ଲାଟଫର୍ମ ଆଇଏନସିରେ କାମ କରିସାରିଛନ୍ତି।ତେବେ ସେ କମ୍ପାନିର ଏଆଇ ଉପରେ ବିଭିନ୍ନ ନିୟମ ଉପରେ କାମ କରିବା ନେଇ କୁହାଯାଉଛି । କାରଣ ଦୁନିଆରେ ଅନେକ ସରକାର, ଦ୍ରୁତ ଭାବରେ ବିକଶିତ ହେଉଥିବା ଏହି ଜ୍ଞାନକୌଶଳକୁ କିଭଳି ନିୟନ୍ତ୍ରିତ କରାଯାଇପାରିବ ସେ ଦିଗ ଉପରେ ବିଚାର କରୁଛନ୍ତି।ଉଲ୍ଲ

ଭାରତରେ ପ୍ରଥମ କର୍ମଚାରୀ ନିଯୁକ୍ତ କଲା OpenAI, ପୂର୍ବରୁ ଟ୍ରୁ-କଲର ଏବଂ ମେଟାରେ କରିସାରିଛନ୍ତି କାମ

ନୂଆଦିଲ୍ଲୀ: କେବଳ ଭାରତ ନୁହେଁ ବରଂ ଅନେକ ଦେଶ ବର୍ତ୍ତମାନ ଏଆଇ ଉପରେ ଧ୍ୟାନ ଦେଉଛନ୍ତି। ଅନେକ ଏଆଇ କମ୍ପାନି ମଧ୍ୟ ସାମ୍‌ନାକୁ ଆସିଲେଣି। ଏସବୁ ମଧ୍ୟରେ ଏଆଇ ଦୗଡ଼ରେ ସବୁଠୁ ଆଗରେ ରହିଛି ମାଇକ୍ରୋସଫ୍ଟ ସମର୍ଥିତ ଓପନଏଆଇ। କମ୍ପାନିର ଏଆଇ ଚାଟଜିପିଟି ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛି। ଆଉ ଅନେକ ସ୍ଥାନରେ ଏହାର ବହୁଳ ବ୍ୟବହାର ମଧ୍ୟ ହେଲାଣି।ଏହାକୁ ଦୃଷ୍ଟିରେ କମ୍ପାନି ଏହାର କାୟା ବିସ୍ତାର କରିବା ଆରମ୍ଭ କରିଦେଲାଣି। 

ଏହି କ୍ରମରେ ଚାଟଜିପିଟି ଡେଭଲପର OpenAI ଭାରତରେ ଏହାର ପ୍ରଥମ କର୍ମଚାରୀ ନିଯୁକ୍ତ କରିଛି। ପ୍ରକୃତରେ କମ୍ପାନି, ପ୍ରଜ୍ଞା ମିଶ୍ରାଙ୍କୁ ଭାରତରେ ଏହାର ଗଭର୍ଣ୍ଣମେଣ୍ଟ ରିଲେସନ ହେଡଙ୍କୁ ନିଯୁକ୍ତ କରିଛି। ଏସଂକ୍ରାନ୍ତରେ ଅବଗତ ଥିବା ଲୋକଙ୍କ କହିବା ଅନୁଯାୟୀ ମାଇକ୍ରୋସଫ୍ଟ କର୍ପ ସମର୍ଥିତ କମ୍ପାନି OpenAI ଭାରତରେ ପବ୍ଲିକ୍ ପଲିସି ଆଫେୟର୍ସ ଆଣ୍ଡ୍ ପାର୍ଟନରସିପ୍‌କୁ ନେତୃତ୍ବ କରିବା ପାଇଁ ପ୍ରଜ୍ଞା ମିଶ୍ରାଙ୍କୁ ନିଯୁକ୍ତ କରିଛି। ୩୯ ବର୍ଷୀୟ ପ୍ରଜ୍ଞା ମିଶ୍ରା ପୂର୍ବରୁ ଟ୍ରୁ କଲର AB ଏବଂ ମେଟା ପ୍ଲାଟଫର୍ମ ଆଇଏନସିରେ କାମ କରିସାରିଛନ୍ତି।

ତେବେ ସେ କମ୍ପାନିର ଏଆଇ ଉପରେ ବିଭିନ୍ନ ନିୟମ ଉପରେ କାମ କରିବା ନେଇ କୁହାଯାଉଛି । କାରଣ ଦୁନିଆରେ ଅନେକ ସରକାର, ଦ୍ରୁତ ଭାବରେ ବିକଶିତ ହେଉଥିବା ଏହି ଜ୍ଞାନକୌଶଳକୁ କିଭଳି ନିୟନ୍ତ୍ରିତ କରାଯାଇପାରିବ ସେ ଦିଗ ଉପରେ ବିଚାର କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଓପନଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ ଭାରତ ଆସିଥିଲେ। ଭାରତ ଗସ୍ତ ସମୟରେ ସେ କହିଥିଲେ ଯ, ଭାରତ ଭଳି ଦେଶକୁ ଏଆଇ ରିସର୍ଚ୍ଚର ଏଭଳି ଉପାୟକୁ ସହଯୋଗ କରିବା ଦରକାର, ଯାହାଦ୍ବାରା ସ୍ବାସ୍ଥ୍ୟସେବା ଭଳି ସରକାରୀ ସେବାରେ ସୁଧାର ହୋଇପାରିବ। ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିଥିଲେ। ଆଉ ଅଲ୍ଟମ୍ୟାନ ଏଆଇ ଉପରେ ଅଧିକ ନିୟମ ଲଗାଇବାକୁ ମଧ୍ୟ କହିଥିଲେ। ଭାରତରେ ପ୍ରଥମ କର୍ମଚାରୀ ନିଯୁକ୍ତ କଲା ଓପନଏଆଇ, ପୂର୍ବରୁ ଟ୍ରୁ-କଲର ଏବଂ ମେଟାରେ କରିସାରିଛନ୍ତି କାମ