କେବେ ଖୋଲିବ ରତ୍ନଭଣ୍ଡାର ? ମଙ୍ଗଳବାର ବସିବ ରତ୍ନଭଣ୍ଡାର କମିଟିର ୨ୟ ବୈଠକ
ପୁରୀ ୦୯।୦୭ : ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ନୂତନ ରତ୍ନଭଣ୍ଡାର ତଦାରଖ କମିଟିର ଆଜି ଦ୍ବିତୀୟ ବୈଠକ ଅନୁଷ୍ଠିତ ହେବ। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧକ୍ଷତାରେ ବୈଠକ ବସିବ। ସକାଳ ୧୦ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ। ତେବେ ଗତ ୬ ତାରିଖ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ମଙ୍ଗଳବାର ବୈଠକରେ ରତ୍ନଭଣ୍ଡାର ଚାବି ଉପସ୍ଥାପନ ସହ କେବେ ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାରର ଗଣତି, ମଣତି ଓ ମରାମତି କରାଯିବ ସେନେଇ ଆଲୋଚନା ହେବ। ରତ୍ନଭଣ୍ଡାର ଡୁପ୍ଲିକେଟ ଚାବି କମିଟି ସାମ୍ନାରେ ଦିଆଯିବା ନେଇ , ପୂର୍ବ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ରତ୍ନଭଣ୍ଡାର କେବେ ଖୋଲାଯିବ, ଏହାର ମରାମତି ଓ ଗଣତି ମଣତି କେବେ ହେବ । ସେନେଇ ଆଜି ତାରିଖ ଧାର୍ଯ୍ୟ ହେବ। ବୈଠକରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ।
ପୁରୀ ୦୯।୦୭ : ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ନୂତନ ରତ୍ନଭଣ୍ଡାର ତଦାରଖ କମିଟିର ଆଜି ଦ୍ବିତୀୟ ବୈଠକ ଅନୁଷ୍ଠିତ ହେବ। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧକ୍ଷତାରେ ବୈଠକ ବସିବ। ସକାଳ ୧୦ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ।
ତେବେ ଗତ ୬ ତାରିଖ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ମଙ୍ଗଳବାର ବୈଠକରେ ରତ୍ନଭଣ୍ଡାର ଚାବି ଉପସ୍ଥାପନ ସହ କେବେ ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାରର ଗଣତି, ମଣତି ଓ ମରାମତି କରାଯିବ ସେନେଇ ଆଲୋଚନା ହେବ। ରତ୍ନଭଣ୍ଡାର ଡୁପ୍ଲିକେଟ ଚାବି କମିଟି ସାମ୍ନାରେ ଦିଆଯିବା ନେଇ , ପୂର୍ବ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ରତ୍ନଭଣ୍ଡାର କେବେ ଖୋଲାଯିବ, ଏହାର ମରାମତି ଓ ଗଣତି ମଣତି କେବେ ହେବ । ସେନେଇ ଆଜି ତାରିଖ ଧାର୍ଯ୍ୟ ହେବ। ବୈଠକରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ।