୧୦୭ ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ, ମୃତକଙ୍କ ସଂଖ୍ୟା ୨୫ ହଜାର ଟପିଲା
ତେଲ, ଆଭିବ,୨୧।୧: ଗତ ବର୍ଷ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହିଂସାତ୍ମକ ବିବାଦ ଆରମ୍ଭ ହୋଇଥିଲା। ଅକ୍ଟୋବର ୭, ୨୦୨୩ ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରେ, ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ସେନାମାନେ ଗାଜା ଅଞ୍ଚଳରେ ହମାସ ଆତଙ୍କବାଦୀ ଟାର୍ଗେଟରେ ଲଗାତାର ବୋମା ମାଡ କରୁଛନ୍ତି। ଗତ ୧୦୭ଦିନ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ୨୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୭୮ […] The post ୧୦୭ ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ, ମୃତକଙ୍କ ସଂଖ୍ୟା ୨୫ ହଜାର ଟପିଲା appeared first on Dharitri Odia News.
ତେଲ, ଆଭିବ,୨୧।୧: ଗତ ବର୍ଷ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହିଂସାତ୍ମକ ବିବାଦ ଆରମ୍ଭ ହୋଇଥିଲା। ଅକ୍ଟୋବର ୭, ୨୦୨୩ ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରେ, ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ସେନାମାନେ ଗାଜା ଅଞ୍ଚଳରେ ହମାସ ଆତଙ୍କବାଦୀ ଟାର୍ଗେଟରେ ଲଗାତାର ବୋମା ମାଡ କରୁଛନ୍ତି। ଗତ ୧୦୭ଦିନ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ୨୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୭୮ ଜଣଙ୍କର ମୃତ୍ୟୁ ହୋଇଛି। ମୃତଶରୀର ଉଦ୍ଧାର ବ୍ୟତୀତ ୩୦୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି।
ଗାଜାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରବିବାର କହିଛି ଯେ ତିନି ମାସରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ହମାସ ଶାସକମାନଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି। ଏଥିରେ ହଜାର ହଜାର ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ୨୫ ହଜାର ଅତିକ୍ରମ କରିଛି।
The post ୧୦୭ ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ, ମୃତକଙ୍କ ସଂଖ୍ୟା ୨୫ ହଜାର ଟପିଲା appeared first on Dharitri Odia News.