ହମାସର ଆଉ ଜଣେ ଟପ୍ କମାଣ୍ଡରଙ୍କୁ ହତ୍ୟା କଲା ଇସ୍ରାଏଲ
ଜେରୁଜେଲମ: ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ହମାସର ଆଉ ଜଣେ ଟପ କମାଣ୍ଡର ଇସ୍ମାଇଲ ନଫାଲକୁ ହତ୍ୟା କରିଛି। ଆଇଡିଏଫ ରବିବାର ଏହି ସୂଚନା ଦେଇଛି। ଟାଇମ୍ସ ଅଫ ଇସ୍ରାଏଲ ରିପୋର୍ଟ ଅନୁସାରେ ଇସ୍ରାଏଲ ବାୟୁସେନାର ଏକ ବିମାନ ନୁସେରାତ କ୍ଷେତ୍ର ଉପରେ ଆକ୍ରମଣ କରି ଇସ୍ମାଇଲ ନଫାଲକୁ ହତ୍ୟା କରିଛି। ଆଇଡିଏଫ ଅନୁସାରେ ଇସ୍ରାଏଲ ଉପରେ ୭ ଅକ୍ଟୋବର ୨୦୨୩ରେ ହୋଇଥିବା ଆକ୍ରମଣରେ ନଫାଲ ମଧ୍ୟ ଜଣେ ଅଭିଯୁକ୍ତ ଥିଲା। ଇସ୍ରାଏଲ ସେନା ଅନୁସାରେ ସେତେବେଳେ ଇସ୍ରାଏଲ କ୍ଷେତ୍ର ଉପରକୁ ହୋଇଥିବା ରକେଟ ଆକ୍ରମଣରେ ନଫାଲ ଥିଲା ଓ ସେ ୭ ଅକ୍ଟୋବର ନରସଂହାରରେ ଭାଗ ନେଇଥିଲା। ହମାସର ଏହି ଆକ୍ରମଣରେ ଇସ୍ରାଏଲର ଅନୁନ୍ୟ ୨୦୦୦ ଲୋକେ ପ୍ରାଣ ହରାଇଥିଲେ ଓ ୨୫୦ ଜଣଙ୍କୁ ବନ୍ଧକ କରାଯାଇଥିଲା। ଆଇଡିଏଫ କହିଛି ଯେ ନଫାଲକୁ ଆଇଡିଏଫ ଓ ଆଇଏସଏ ଗୋଇନ୍ଦା ସୂଚନା ଆଧାରରେ ବାୟୁସେନା ବିମାନରୁ ସଠିକ ଟାର୍ଗେଟ କରି ହତ୍ୟା କରାଯାଇଛି। ଏହି ଘଟଣାର ଗୋଟିଏ ରାତି ପୂର୍ବରୁ ମଧ୍ୟ ଗାଜା ଷ୍ଟ୍ରିପର ଡେର ଅଲ-ବଲାହରେ ଆତଙ୍କବାଦୀ ଗତିବିଧି ସଞ୍ଚାଳନ କରୁଥିବା ହମାସର ଆଉ ଏକ ଆତଙ୍କବାଦୀ ଉପରେ ବାୟୁସେନା ବିମାନରୁ ଆକ୍ରମଣ କରାଯାଇଥିଲା। ଇସ୍ରାଏଲର ବାୟୁସେନା ଆକ୍ରମଣରେ ହମାସର ଏକ ଅସ୍ତ୍ରଶସ୍ତ୍ର ଗୋଦାମକୁ ମଧ୍ୟ ଧ୍ୱଂସ୍ତ କରାଯାଇଛି। ଇସ୍ରାଏଲୀ ସେନା ଶନିବାର ଗାଜାର ୫୦ଟି ଆତଙ୍କବାଦୀ ଟାର୍ଗେଟ୍ ଉପରେ ଆକ୍ରମଣ କରିଥିଲା। ଏହା ଛଡା ରଫାରେ ମଧ୍ୟ ଗୁଇନ୍ଦା ସୂଚନ
ଜେରୁଜେଲମ: ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ହମାସର ଆଉ ଜଣେ ଟପ କମାଣ୍ଡର ଇସ୍ମାଇଲ ନଫାଲକୁ ହତ୍ୟା କରିଛି। ଆଇଡିଏଫ ରବିବାର ଏହି ସୂଚନା ଦେଇଛି। ଟାଇମ୍ସ ଅଫ ଇସ୍ରାଏଲ ରିପୋର୍ଟ ଅନୁସାରେ ଇସ୍ରାଏଲ ବାୟୁସେନାର ଏକ ବିମାନ ନୁସେରାତ କ୍ଷେତ୍ର ଉପରେ ଆକ୍ରମଣ କରି ଇସ୍ମାଇଲ ନଫାଲକୁ ହତ୍ୟା କରିଛି। ଆଇଡିଏଫ ଅନୁସାରେ ଇସ୍ରାଏଲ ଉପରେ ୭ ଅକ୍ଟୋବର ୨୦୨୩ରେ ହୋଇଥିବା ଆକ୍ରମଣରେ ନଫାଲ ମଧ୍ୟ ଜଣେ ଅଭିଯୁକ୍ତ ଥିଲା।
ଇସ୍ରାଏଲ ସେନା ଅନୁସାରେ ସେତେବେଳେ ଇସ୍ରାଏଲ କ୍ଷେତ୍ର ଉପରକୁ ହୋଇଥିବା ରକେଟ ଆକ୍ରମଣରେ ନଫାଲ ଥିଲା ଓ ସେ ୭ ଅକ୍ଟୋବର ନରସଂହାରରେ ଭାଗ ନେଇଥିଲା। ହମାସର ଏହି ଆକ୍ରମଣରେ ଇସ୍ରାଏଲର ଅନୁନ୍ୟ ୨୦୦୦ ଲୋକେ ପ୍ରାଣ ହରାଇଥିଲେ ଓ ୨୫୦ ଜଣଙ୍କୁ ବନ୍ଧକ କରାଯାଇଥିଲା। ଆଇଡିଏଫ କହିଛି ଯେ ନଫାଲକୁ ଆଇଡିଏଫ ଓ ଆଇଏସଏ ଗୋଇନ୍ଦା ସୂଚନା ଆଧାରରେ ବାୟୁସେନା ବିମାନରୁ ସଠିକ ଟାର୍ଗେଟ କରି ହତ୍ୟା କରାଯାଇଛି।
ଏହି ଘଟଣାର ଗୋଟିଏ ରାତି ପୂର୍ବରୁ ମଧ୍ୟ ଗାଜା ଷ୍ଟ୍ରିପର ଡେର ଅଲ-ବଲାହରେ ଆତଙ୍କବାଦୀ ଗତିବିଧି ସଞ୍ଚାଳନ କରୁଥିବା ହମାସର ଆଉ ଏକ ଆତଙ୍କବାଦୀ ଉପରେ ବାୟୁସେନା ବିମାନରୁ ଆକ୍ରମଣ କରାଯାଇଥିଲା। ଇସ୍ରାଏଲର ବାୟୁସେନା ଆକ୍ରମଣରେ ହମାସର ଏକ ଅସ୍ତ୍ରଶସ୍ତ୍ର ଗୋଦାମକୁ ମଧ୍ୟ ଧ୍ୱଂସ୍ତ କରାଯାଇଛି। ଇସ୍ରାଏଲୀ ସେନା ଶନିବାର ଗାଜାର ୫୦ଟି ଆତଙ୍କବାଦୀ ଟାର୍ଗେଟ୍ ଉପରେ ଆକ୍ରମଣ କରିଥିଲା। ଏହା ଛଡା ରଫାରେ ମଧ୍ୟ ଗୁଇନ୍ଦା ସୂଚନା ଅନୁସାରେ ମିସନ ଜାରି ରହିଛି।