୨ ନୂଆ କାର୍ କିଣିଲେ କୋହଲି: ଦାମ୍ ଜାଣିଲେ ଉଡିଯିବ ହୋଶ୍
ନୂଆଦିଲ୍ଲୀ,୧୩।୧୧: ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ବିରାଟ କୋହଲି ଅଭ୍ୟାସ ଆରମ୍ଭ କରିଛନ୍ତି। ନଭେମ୍ବର ୨୨ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ବିରାଟ କୋହଲି ଏବେ କେବଳ ତାଙ୍କ ଖେଳ ପାଇଁ ଚର୍ଚ୍ଚାରେ ନୁହଁନ୍ତି ବରଂ କାର୍ କିଣିବାକୁ ନେଇ ଆଲୋଚନାରେ ଅଛନ୍ତି। କୋହଲିଙ୍କ ଗ୍ୟାରେଜରେ ଦୁଇଟି ନୂତନ ଚକଚକିଆ ବ୍ରାଣ୍ଡେଡ କାର ପହଞ୍ଚିଛି, ଯାହାର ମୂଲ୍ୟ କୋଟି କୋଟି। କୋହଲି ଲ୍ୟାଣ୍ଡ ରୋଭର Land Rover […] The post ୨ ନୂଆ କାର୍ କିଣିଲେ କୋହଲି: ଦାମ୍ ଜାଣିଲେ ଉଡିଯିବ ହୋଶ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୧୧: ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ବିରାଟ କୋହଲି ଅଭ୍ୟାସ ଆରମ୍ଭ କରିଛନ୍ତି। ନଭେମ୍ବର ୨୨ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ବିରାଟ କୋହଲି ଏବେ କେବଳ ତାଙ୍କ ଖେଳ ପାଇଁ ଚର୍ଚ୍ଚାରେ ନୁହଁନ୍ତି ବରଂ କାର୍ କିଣିବାକୁ ନେଇ ଆଲୋଚନାରେ ଅଛନ୍ତି। କୋହଲିଙ୍କ ଗ୍ୟାରେଜରେ ଦୁଇଟି ନୂତନ ଚକଚକିଆ ବ୍ରାଣ୍ଡେଡ କାର ପହଞ୍ଚିଛି, ଯାହାର ମୂଲ୍ୟ କୋଟି କୋଟି। କୋହଲି ଲ୍ୟାଣ୍ଡ ରୋଭର Land Rover Defender 110 SUV ଏବଂ BMW iX1 EV କାର କିଣିଛନ୍ତି।
କୋହଲିଙ୍କ ପ୍ରଥମ ନୂତନ କାର ହେଉଛି Land Rover Defender 110 SUV, ଯାହା ୫ ଡୋର୍ର ସଂସ୍କରଣରେ ଉପଲବ୍ଧ। ଏହି କାରର ମୂଲ୍ୟ ୧.୦୪ କୋଟିରୁ ୧.୫୭ କୋଟି ଟଙ୍କା ମଧ୍ୟରେ ରହିଛି ଏବଂ ଏହା ଉଭୟ ପେଟ୍ରୋଲ ଏବଂ ଡିଜେଲ ଭାରିଆଣ୍ଟରେ ଉପଲବ୍ଧ।
BMW iX1 EV କାର୍
ନିକଟରେ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ନୂଆ କାର BMW iX1 EV କାର ସହିତ ଦେଖିବାକୁ ମିଳିଥିଲା। BMW ix1 ହେଉଛି ଏକ ଇଲେକ୍ଟ୍ରିକ SUV, ଯାହାକି ୬୬.୪ kWh ବ୍ୟାଟେରୀରେ ଚାଲିଥାଏ। ଏହାର ମୂଲ୍ୟ ୬୬.୯୦ ଲକ୍ଷ।
The post ୨ ନୂଆ କାର୍ କିଣିଲେ କୋହଲି: ଦାମ୍ ଜାଣିଲେ ଉଡିଯିବ ହୋଶ୍ appeared first on Dharitri Odia News.