ବିଜେଡି କର୍ମୀ ସମ୍ମିଳନୀରେ ତୁମୁଳକାଣ୍ଡ: ଫୁଟିଲା ବାଣ, ଭାଙ୍ଗିଲା ଚେୟାର
ଭଞ୍ଜନଗର,୮ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦୋମୁହାଁଣିରେ ବିଜେଡିର କର୍ମୀ ସମ୍ମିଳନୀ ହୋଇଥିଲା। ଏଥିରେ ଦୋମୁହାଁଣି, ଗାଲେରୀ, ହରିଗଡ ପଞ୍ଚାୟତର କର୍ମୀମାନେ ଯୋଗ ଦେଇଥିଲେ। ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏଥିରେ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ୩ ଜିଲା ପରିଷଦ ସଭ୍ୟ, ବିଜେଡି ନେତା ରାଜ କୁମାର ସାହୁ, ଜଗବନ୍ଧୁ ଜେନା, ଦିଲୀପ ଦାସ, ମହେନ୍ଦ୍ର କେଶରୀ ଆରୁଖ, ଟୁଟୁ ପ୍ରଧାନ, ମିଟୁ ପ୍ରଧାନ, କ୍ରିଷ୍ଠା […] The post ବିଜେଡି କର୍ମୀ ସମ୍ମିଳନୀରେ ତୁମୁଳକାଣ୍ଡ: ଫୁଟିଲା ବାଣ, ଭାଙ୍ଗିଲା ଚେୟାର appeared first on Dharitri Odia News.
ଭଞ୍ଜନଗର,୮ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦୋମୁହାଁଣିରେ ବିଜେଡିର କର୍ମୀ ସମ୍ମିଳନୀ ହୋଇଥିଲା। ଏଥିରେ ଦୋମୁହାଁଣି, ଗାଲେରୀ, ହରିଗଡ ପଞ୍ଚାୟତର କର୍ମୀମାନେ ଯୋଗ ଦେଇଥିଲେ। ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏଥିରେ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ୩ ଜିଲା ପରିଷଦ ସଭ୍ୟ, ବିଜେଡି ନେତା ରାଜ କୁମାର ସାହୁ, ଜଗବନ୍ଧୁ ଜେନା, ଦିଲୀପ ଦାସ, ମହେନ୍ଦ୍ର କେଶରୀ ଆରୁଖ, ଟୁଟୁ ପ୍ରଧାନ, ମିଟୁ ପ୍ରଧାନ, କ୍ରିଷ୍ଠା ସ୍ବାଇଁ ପ୍ରମୁଖ ଯୋଗଦେଇ ଦଳୀୟ ସଙ୍ଗଠନ କିଭଳି ବୃଦ୍ଧି ପାଇବ ସେ ନେଇ କହିଥିଲେ। ସଭା ପ୍ରାୟ ସରି ଯାଇଥିବା ବେଳେ କେତେଜଣ ଯୁବକ ଆସି ବାଣ ଫୁଟାଇଥିଲେ। ଏହାପରେ ରାସ୍ତା ଉପରେ କାହିଁକି ସଭା କରିଛ କହି ସେଠାରେ ହୋହାଲ୍ଲା କରିଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ପରେ କିଛି ଯୁବକ କିଛି ଚେୟାରକୁ ବାଡେଇ ଭାଙ୍ଗି ଦେଇଥିଲେ। ମଞ୍ଚରେ ଲାଗିଥିବା ବ୍ୟାନର ଚିରି ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ଗଣ୍ଡଗୋଳକାରୀଙ୍କୁ ବୁଝା ଶୁଝା କରିଥିଲା। ସନ୍ଧ୍ୟାରେ ବିଜେଡି ପକ୍ଷରୁ ଏ ନେଇ ଗାଲେରୀ ଫାଣ୍ଡିରେ ଘଟଣା ସମ୍ପର୍କରେ ଅଭିଯୋଗ ହୋଇଥିଲା। ପୋଲିସ ଏତଲା ରଖି ଘଟଣାର ତଦନ୍ତ ଚଳାଇଛି। ଘଟଣାକୁ ନେଇ ଦୋମୁହାଁଣି ଗ୍ରାମରେ ଉତ୍ତେଜନା ଲାଗିରହିଛି। ସମ୍ପୃକ୍ତ ଅଞ୍ଚଳରେ ସ୍ବାଭାବିକ ସ୍ଥିତି କିଭଳି ଫେରି ଆସିବ ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି।
The post ବିଜେଡି କର୍ମୀ ସମ୍ମିଳନୀରେ ତୁମୁଳକାଣ୍ଡ: ଫୁଟିଲା ବାଣ, ଭାଙ୍ଗିଲା ଚେୟାର appeared first on Dharitri Odia News.