ADR ରିପୋର୍ଟରେ ବଡ଼ ଖୁଲାସା, ଚର୍ଚ୍ଚାରେ ଓଡ଼ିଶାର ଏହି ବିଧାୟକ

ନୂଆଦିଲ୍ଲୀ,୧୯।୩: ନିର୍ବାଚନର ସ୍ବଚ୍ଛତା ଉପରେ କାମ କରୁଥିବା ସଂଗଠନ ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ ଦେଶର ପ୍ରାୟ 4,092 ବିଧାୟକଙ୍କ ସମ୍ପତ୍ତି ଏବଂ ଅପରାଧିକ ରେକର୍ଡ ବ୍ୟତୀତ ଅନେକ ଦିଗ ଉପରେ ଅଧ୍ୟୟନ କରିଛି। ADR ରିପୋର୍ଟ ଅନୁଯାୟୀ, ଚାରି ହଜାରରୁ ଅଧିକ ବିଧାୟକଙ୍କ ମୋଟ ସମ୍ପତ୍ତି ପ୍ରାୟ ୭୩ ହଜାର କୋଟି ଟଙ୍କା ରହିଛି। ଯାହା ନାଗାଲାଣ୍ଡ, ତ୍ରିପୁରା ଏବଂ ମେଘାଳୟର ମୋଟ ବଜେଟ ଠାରୁ ଅଧିକ। ଯଦି ଆମେ ରାଜନୈତିକ ଦଳଗୁଡ଼ିକ ଅନୁସାରେ ଏହି […] The post ADR ରିପୋର୍ଟରେ ବଡ଼ ଖୁଲାସା, ଚର୍ଚ୍ଚାରେ ଓଡ଼ିଶାର ଏହି ବିଧାୟକ appeared first on Dharitri Odia News.

ADR ରିପୋର୍ଟରେ ବଡ଼ ଖୁଲାସା, ଚର୍ଚ୍ଚାରେ ଓଡ଼ିଶାର ଏହି ବିଧାୟକ

ନୂଆଦିଲ୍ଲୀ,୧୯।୩: ନିର୍ବାଚନର ସ୍ବଚ୍ଛତା ଉପରେ କାମ କରୁଥିବା ସଂଗଠନ ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ ଦେଶର ପ୍ରାୟ 4,092 ବିଧାୟକଙ୍କ ସମ୍ପତ୍ତି ଏବଂ ଅପରାଧିକ ରେକର୍ଡ ବ୍ୟତୀତ ଅନେକ ଦିଗ ଉପରେ ଅଧ୍ୟୟନ କରିଛି। ADR ରିପୋର୍ଟ ଅନୁଯାୟୀ, ଚାରି ହଜାରରୁ ଅଧିକ ବିଧାୟକଙ୍କ ମୋଟ ସମ୍ପତ୍ତି ପ୍ରାୟ ୭୩ ହଜାର କୋଟି ଟଙ୍କା ରହିଛି। ଯାହା ନାଗାଲାଣ୍ଡ, ତ୍ରିପୁରା ଏବଂ ମେଘାଳୟର ମୋଟ ବଜେଟ ଠାରୁ ଅଧିକ।

ଯଦି ଆମେ ରାଜନୈତିକ ଦଳଗୁଡ଼ିକ ଅନୁସାରେ ଏହି ବିଧାୟକମାନଙ୍କ ସମ୍ପତ୍ତି ଦେଖିବା, ତେବେ ଆମେ ଜାଣିବାକୁ ପାଇବୁ ଯେ ଭାରତୀୟ ଜନତା ପାର୍ଟିର ୧,୬୫୩ ବିଧାୟକଙ୍କର ମୋଟ ୨୬ ହଜାର କୋଟି ଟଙ୍କାର ସମ୍ପତ୍ତି ଅଛି। ଯେତେବେଳେ ୬୪୬ ଜଣ କଂଗ୍ରେସ ବିଧାୟକଙ୍କ ସମ୍ପତ୍ତି ପ୍ରାୟ ୧୭ ହଜାର କୋଟି ଟଙ୍କା। ଭାଜପା ଓ କଂଗ୍ରେସ ପରେ, ଟିଡିପିର ୧୩୪ ଜଣ ବିଧାୟକଙ୍କ ମୋଟ ସମ୍ପତ୍ତି ପ୍ରାୟ ୯ ହଜାର କୋଟି ଟଙ୍କା।

ଆସନ୍ତୁ ଏହି ରିପୋର୍ଟରେ ଜାଣିବା ଦେଶର ଟପ୍‌ ୧୦ ଗରିବ ବିଧାୟକଙ୍କ ବିଷୟରେ, ଯେଉଁମାନଙ୍କ ପାଖରେ ସବୁଠାରୁ କମ ସମ୍ପତ୍ତି ଅଛି। କହିରଖୁଛୁ କି, ଦେଶର ପ୍ରାୟ ଚାରି ହଜାର ବିଧାୟକଙ୍କ ହାରାହାରି ସମ୍ପତ୍ତି ୧୮ କୋଟି ଟଙ୍କା। ତେବେ ଦେଶର ସବୁଠାରୁ କମ ସମ୍ପତ୍ତି ଥିବା ବିଧାୟକଙ୍କ ଲିଷ୍ଟରେ ନିର୍ମଳ କୁମାର ଧାରା ମଧ୍ୟ ଅଛନ୍ତି, ଯାହାଙ୍କର ମୋଟ ସମ୍ପତ୍ତି ମାତ୍ର ୧୭୦୦ ଟଙ୍କା। ଏସସି ସମ୍ପ୍ରଦାୟରୁ ଆସିଥିବା ଧାରା ପଶ୍ଚିମବଙ୍ଗର ସିନ୍ଧୁସ ଆସନରୁ ବିଧାୟକ ଅଟନ୍ତି।

ଏହା ପରେ, ଏହି ତାଲିକାରେ ତିନି ଜଣ ବିଧାୟକ ଆମ ଆଦମୀ ପାର୍ଟିର ଅଛନ୍ତି। ପଞ୍ଜାବର ଫାଜିଲକାରୁ ନରିନ୍ଦର ପାଲ ସିଂହ, ସାଙ୍ଗରୁରରୁ ନରିନ୍ଦର କୌର ଏବଂ ଜମ୍ମୁ-କଶ୍ମୀରର ଡୋଡାର ବିଧାୟକ ମେହରାଜ ମଲିକଙ୍କ ସମ୍ପତ୍ତି 30,000 ଟଙ୍କାରୁ କମ ଅଟେ। ଏଗୁଡ଼ିକ ବ୍ୟତୀତ ଚିତ୍ରକୁଟର ସପା ବିଧାୟକ ଅନିଲ କୁମାରଙ୍କ ସମ୍ପତ୍ତି ପ୍ରାୟ 30 ହଜାର ଟଙ୍କା। ନିର୍ମଳଙ୍କ ବ୍ୟତୀତ ଆଉ ଦୁଇ ଜଣ ଭାଜପା ବିଧାୟକ ଏହି ତାଲିକାରେ ଅଛନ୍ତି।

ସେହିପରି ଓଡ଼ିଶାରୁ ମଧ୍ୟ ଜଣେ ନେତା ଅଛନ୍ତି। ସେ ହେଲେ ବାଙ୍ଗିରିପୋଷିର ଭାଜପା ବିଧାୟକ ସଞ୍ଜଳୀ ମୁର୍ମୁ। ତାଙ୍କର ମୋଟ ସମ୍ପତ୍ତି ମାତ୍ର 35,000 ଟଙ୍କା। ସେହିପରି, ପଶ୍ଚିମବଙ୍ଗର ସଲଟୋରାର ଭାଜପା ବିଧାୟକ ଏବଂ ଅନୁସୂଚିତ ଜାତି ସମ୍ପ୍ରଦାୟର ଚନ୍ଦନା ବାଉରୀଙ୍କ ମୋଟ ସମ୍ପତ୍ତି ପ୍ରାୟ 62 ହଜାର ଟଙ୍କା। ଏହି ତାଲିକାରେ ବିହାରର ରାଷ୍ଟ୍ରୀୟ ଜନତା ଦଳ, ତ୍ରିପୁରାର ଟିପ୍ରା ମୋଥା ଏବଂ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ଜଣେ ଲେଖାଏଁ ବିଧାୟକ ଅଛନ୍ତି।

ପଶ୍ଚିମବଙ୍ଗର ନବଦ୍ୱୀପର ତୃଣମୂଳ କଂଗ୍ରେସ ବିଧାୟକ ପୁଣ୍ଡ୍ରିକାକ୍ଷୟ ସାହାଙ୍କ ସମ୍ପତ୍ତିର ମୂଲ୍ୟ 30 ହଜାର ଟଙ୍କା। ଟିପ୍ରା ମୋଥାର ବିଧାୟକ ନନ୍ଦିତା ଦେବବର୍ମାଙ୍କ ସମ୍ପତ୍ତିର ମୂଲ୍ୟ ୬୩,୦୦୦ ଟଙ୍କା ଥିବା ବେଳେ, ବିହାରର ଆଲୌଲିରୁ ରାଷ୍ଟ୍ରୀୟ ଜନତା ଦଳ ବିଧାୟକ ଭାବରେ ନିର୍ବାଚିତ ରାମବୃକ୍ଷ ସଦାଙ୍କ ମୋଟ ସମ୍ପତ୍ତି ମାତ୍ର ୭୦,୦୦୦ ଟଙ୍କା। ଅର୍ଥାତ ସବୁଠାରୁ କମ ସମ୍ପତ୍ତି ଥିବା ୧୦ ଜଣ ବିଧାୟକଙ୍କ ମଧ୍ୟରେ ଆମ ଆଦମୀ ପାର୍ଟି ଏବଂ ଭାଜପାର ତିନି ଜଣ ଲେଖାଏଁ ବିଧାୟକ ଅଛନ୍ତି।

The post ADR ରିପୋର୍ଟରେ ବଡ଼ ଖୁଲାସା, ଚର୍ଚ୍ଚାରେ ଓଡ଼ିଶାର ଏହି ବିଧାୟକ appeared first on Dharitri Odia News.