ସରକାରଙ୍କ ବଡ଼ ଘୋଷଣା, ଆଜି ଏମାନଙ୍କୁ ମିଳିବ ୮୦୦ଟଙ୍କା ବୋନସ୍‌

ଭୁବନେଶ୍ୱର, ୮ା୧୨(ଅନିଲ ଦାସ): ରାଜ୍ୟ ସରକାର ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୮ ଶହ ଟଙ୍କାର ଇନ୍‌ପୁଟ ସବ୍‌ସିଡି ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଚାଷୀଙ୍କୁ ଧାନର ଇନ୍‌ପୁଟ ସହାୟତା ରାଶି ବଣ୍ଟନ କରିବେ। ବରଗଡ଼ ସୋହେଲାର ଇଚ୍ଛାପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଇନ୍‌ପୁଟ ସବ୍‌ସିଡି ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ଏ ନେଇ ସୂଚନା ଦିଆଯାଇଛି। କେନ୍ଦ୍ର ସରକାର ଧାନର ସର୍ବନିମ୍ନ […] The post ସରକାରଙ୍କ ବଡ଼ ଘୋଷଣା, ଆଜି ଏମାନଙ୍କୁ ମିଳିବ ୮୦୦ଟଙ୍କା ବୋନସ୍‌ appeared first on Dharitri Odia News.

ସରକାରଙ୍କ ବଡ଼ ଘୋଷଣା, ଆଜି ଏମାନଙ୍କୁ ମିଳିବ ୮୦୦ଟଙ୍କା ବୋନସ୍‌

ଭୁବନେଶ୍ୱର, ୮ା୧୨(ଅନିଲ ଦାସ): ରାଜ୍ୟ ସରକାର ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୮ ଶହ ଟଙ୍କାର ଇନ୍‌ପୁଟ ସବ୍‌ସିଡି ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଚାଷୀଙ୍କୁ ଧାନର ଇନ୍‌ପୁଟ ସହାୟତା ରାଶି ବଣ୍ଟନ କରିବେ। ବରଗଡ଼ ସୋହେଲାର ଇଚ୍ଛାପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଇନ୍‌ପୁଟ ସବ୍‌ସିଡି ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ଏ ନେଇ ସୂଚନା ଦିଆଯାଇଛି। କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୨୩୦୦ ଟଙ୍କା ଘୋଷଣା କରିଛନ୍ତି। ଏମ୍‌ଏସ୍‌ପି ସହ ଚାଷୀଙ୍କୁ ରାଜ୍ୟ ସରକାର ୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦେବେ। ରାଜ୍ୟ ସରକାର ଚାଷୀଙ୍କଠାରୁ ମୋଟ ୩୧୦୦ ଟଙ୍କାରେ ଧାନ କିଣିବେ। ଧାନ କିଣାଯିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ଯିବ। ପୁରୀ, ସମ୍ବଲପୁର, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ବାଲେଶ୍ୱର, ମୟୂରଭଞ୍ଜ, କନ୍ଧମାଳ, ଜଗତ୍‌ସିଂହପୁର, ଭଦ୍ରକ ଜିଲାରେ ସମାବେଶ କରି ଇନ୍‌ପୁଟ ସବ୍‌ସିଡି ବଣ୍ଟନ କରାଯିବ।

The post ସରକାରଙ୍କ ବଡ଼ ଘୋଷଣା, ଆଜି ଏମାନଙ୍କୁ ମିଳିବ ୮୦୦ଟଙ୍କା ବୋନସ୍‌ appeared first on Dharitri Odia News.