ଲେବୁଲ୍ କ୍ରସିଂରୁ ବୋଲେରୋକୁ କାବୁକଲା ଅବକାରୀ ବିଭାଗ: ମିଳିଲା ପୁଳାପୁଳା ଘଞ୍ଜେଇ
ନିରାକାରପୁର,୧୩।୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ନିରାକାରପୁର ଥାନା ନାକତଳୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି। ସୋମବାର ଭୋର ସମୟରେ ଟାଙ୍ଗୀ ଅବକାରୀ ବିଭାଗ କୌଣସି ବିଶେଷ ସୂତ୍ରରୁ ଖବରପାଇ ନିରାକାରପୁର ଲେବୁଲ୍ କ୍ରସିଂରୁ ଗଞ୍ଜେଇ ଭର୍ତ୍ତି ଏକ ବୋଲେରୋ ନଂ(OD-୧୩R-୫୯୬୪ )କୁ କାବୁକରିଥିଲେ। ଯାଞ୍ଚ ବେଳେ ଉକ୍ତ ଗାଡ଼ିରୁ ପ୍ରାୟ ୪ କୁଇଣ୍ଟାଲ ଗଞ୍ଜେଇ ସହ ୨ଟି ମୋବାଇଲ ଜବତ ହୋଇଛି। ଘଟଣାରେ ସମ୍ପୃକ୍ତ […] The post ଲେବୁଲ୍ କ୍ରସିଂରୁ ବୋଲେରୋକୁ କାବୁକଲା ଅବକାରୀ ବିଭାଗ: ମିଳିଲା ପୁଳାପୁଳା ଘଞ୍ଜେଇ appeared first on Dharitri Odia News.
ନିରାକାରପୁର,୧୩।୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ନିରାକାରପୁର ଥାନା ନାକତଳୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି। ସୋମବାର ଭୋର ସମୟରେ ଟାଙ୍ଗୀ ଅବକାରୀ ବିଭାଗ କୌଣସି ବିଶେଷ ସୂତ୍ରରୁ ଖବରପାଇ ନିରାକାରପୁର ଲେବୁଲ୍ କ୍ରସିଂରୁ ଗଞ୍ଜେଇ ଭର୍ତ୍ତି ଏକ ବୋଲେରୋ ନଂ(OD-୧୩R-୫୯୬୪ )କୁ କାବୁକରିଥିଲେ। ଯାଞ୍ଚ ବେଳେ ଉକ୍ତ ଗାଡ଼ିରୁ ପ୍ରାୟ ୪ କୁଇଣ୍ଟାଲ ଗଞ୍ଜେଇ ସହ ୨ଟି ମୋବାଇଲ ଜବତ ହୋଇଛି। ଘଟଣାରେ ସମ୍ପୃକ୍ତ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଗିରଫ ଚାଳକଜଣଙ୍କ ହେଲେ ପୁରୀ ଜିଲା ବ୍ରହ୍ମଗିରି ଗୌଡ଼ସାହିର ପୂର୍ଣ୍ଣଚନ୍ଦ୍ର ଦେ।
ତେବେ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪୫ ଲକ୍ଷରୁ ଊର୍ଦ୍ଧ୍ୱ ହେବବୋଲି ଟାଙ୍ଗୀ ଅବକାରୀ ବିଭାଗଠାରୁ ସୂଚନା ମିଳିଛି। ଏହି ଚଢ଼ାଉରେ ଟାଙ୍ଗୀ ଅବକାରୀ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତଥିଲେ ସମସ୍ତ ଷ୍ଟାଫ ସାମିଲଥିଲେ। ଗଞ୍ଜେଇ ଶେରଗଡ଼ରୁ ଆସୁଥିଲା ଯାହା ପୁରୀ ଜିଲା ବ୍ରହ୍ମଗିରିକୁ ଯାଇଥାନ୍ତା । ତେବେ ଏଥିରେ ପ୍ରାୟ ୧୬ ବସ୍ତା ଗଞ୍ଜେଇ ରହିଥିବା କୁହାଯାଇଛି। କେସ୍ ୧୧୯/୨୫ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ହୋଇଛି।
The post ଲେବୁଲ୍ କ୍ରସିଂରୁ ବୋଲେରୋକୁ କାବୁକଲା ଅବକାରୀ ବିଭାଗ: ମିଳିଲା ପୁଳାପୁଳା ଘଞ୍ଜେଇ appeared first on Dharitri Odia News.