ପୁଣି ଦାଦନ ଦୁଃଖ: ଚେନ୍ନାଇରେ ଗଲା ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ଜୀବନ

ଚିକିଟି,୧୫ା୯(ପ୍ରକାଶ ଚନ୍ଦ୍ର ସାହୁ): ଚେନ୍ନାଇକୁ ଦାଦନ ଖଟିବାକୁ ଯାଇ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ ସୋରଳ ଗ୍ରାମ ଡୁଙ୍ଗାସାହିର ରାମଚନ୍ଦ୍ର ବେହେରା(୪୦)। ରାମଚନ୍ଦ୍ର ଦୀର୍ଘ ୧୦ ବର୍ଷ ହେଲା ପରିବାର ପ୍ରତିପୋଷଣ ପାଇଁ ଚେନ୍ନାଇର ତେନ୍ନାପେଟ୍ଟା ଥାନା ଅନ୍ତର୍ଗତ ଟି-ନଗରର ମାମଲାମକୁ ଯାଇ ଏକ ଠିକାଦାରଙ୍କ ପାଖରେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଥିଲେ। ରବିବାର ଭୋରରେ ଏକ ଫ୍ଲାଟର ନିର୍ମାଣ କାମ ଚାଳିଥିବା ବେଳେ ଲାଗିଥିବା […] The post ପୁଣି ଦାଦନ ଦୁଃଖ: ଚେନ୍ନାଇରେ ଗଲା ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ଜୀବନ appeared first on Dharitri Odia News.

ପୁଣି ଦାଦନ ଦୁଃଖ: ଚେନ୍ନାଇରେ ଗଲା ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ଜୀବନ

ଚିକିଟି,୧୫ା୯(ପ୍ରକାଶ ଚନ୍ଦ୍ର ସାହୁ): ଚେନ୍ନାଇକୁ ଦାଦନ ଖଟିବାକୁ ଯାଇ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ ସୋରଳ ଗ୍ରାମ ଡୁଙ୍ଗାସାହିର ରାମଚନ୍ଦ୍ର ବେହେରା(୪୦)। ରାମଚନ୍ଦ୍ର ଦୀର୍ଘ ୧୦ ବର୍ଷ ହେଲା ପରିବାର ପ୍ରତିପୋଷଣ ପାଇଁ ଚେନ୍ନାଇର ତେନ୍ନାପେଟ୍ଟା ଥାନା ଅନ୍ତର୍ଗତ ଟି-ନଗରର ମାମଲାମକୁ ଯାଇ ଏକ ଠିକାଦାରଙ୍କ ପାଖରେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଥିଲେ।

ରବିବାର ଭୋରରେ ଏକ ଫ୍ଲାଟର ନିର୍ମାଣ କାମ ଚାଳିଥିବା ବେଳେ ଲାଗିଥିବା ଲିଫ୍ଟଟି ଯାନ୍ତ୍ରିକ ତ୍ରୁଟି ଯୋଗୁ ଛିଣ୍ଡି ପଡିଥିଲା। ଫଳରେ ରାଜମିସ୍ତ୍ରୀ ରାମଚନ୍ଦ୍ର ୫ ମହଲା ଉପରୁ ପଡ଼ି ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସେଠାରେ କାର୍ଯ୍ୟରତ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ମେଡିକାଲ ଆସିଥିଲେ। ହେଲେ ଡାକ୍ତର ରାମଚନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ରାମଚନ୍ଦ୍ର ଏକ ଗରିବ ଶ୍ରେଣୀର ହୋଇଥିବା ବେଳେ ତୁରନ୍ତ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

The post ପୁଣି ଦାଦନ ଦୁଃଖ: ଚେନ୍ନାଇରେ ଗଲା ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ଜୀବନ appeared first on Dharitri Odia News.