ନିର୍ବାଚନ ପୂର୍ବରୁ ବିହାରରେ ପ୍ରଶାନ୍ତ କିଶୋରଙ୍କ ଗୁରୁମନ୍ତ୍ର, କହିଲେ ଭୋଟ୍‌ ଦେବା ସମୟରେ…

ପାଟ୍‌ନା,୩ା୮: ରଣନୀତିଜ୍ଞ ତଥା ଜନ ସୂରଜ ଅଭିଯାନର ମୁଖ୍ୟ ପ୍ରଶାନ୍ତ କିଶୋର ଆଗାମୀ ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ୨ ଅକ୍ଟୋବର ୨୦୨୪ରେ ପ୍ରଶାନ୍ତ କିଶୋର ତାଙ୍କ ପାର୍ଟିର ନାଁ ଘୋଷଣା କରିବେ। ନିକଟରେ ଏକ ସାଧାରଣ ସଭାରେ ପି.କେ. ବିହାରର ଲୋକଙ୍କୁ ଏକ ମନ୍ତ୍ର ଦେଇଛନ୍ତି। ସେ କହିଛନ୍ତି, ଆପଣମାନେ ଗତ ୫ ବର୍ଷ ଧରି ନର୍କ ଜୀବନ ବିତାଉଛନ୍ତି। ପ୍ରତିଦିନ କାନ୍ଦୁଛନ୍ତି, ଡ୍ରେନ୍‌ କିମ୍ବା ରାସ୍ତା ନାହିଁ। ତେଣୁ, […] The post ନିର୍ବାଚନ ପୂର୍ବରୁ ବିହାରରେ ପ୍ରଶାନ୍ତ କିଶୋରଙ୍କ ଗୁରୁମନ୍ତ୍ର, କହିଲେ ଭୋଟ୍‌ ଦେବା ସମୟରେ… appeared first on Dharitri Odia News.

ନିର୍ବାଚନ ପୂର୍ବରୁ ବିହାରରେ ପ୍ରଶାନ୍ତ କିଶୋରଙ୍କ ଗୁରୁମନ୍ତ୍ର, କହିଲେ ଭୋଟ୍‌ ଦେବା ସମୟରେ…

ପାଟ୍‌ନା,୩ା୮: ରଣନୀତିଜ୍ଞ ତଥା ଜନ ସୂରଜ ଅଭିଯାନର ମୁଖ୍ୟ ପ୍ରଶାନ୍ତ କିଶୋର ଆଗାମୀ ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ୨ ଅକ୍ଟୋବର ୨୦୨୪ରେ ପ୍ରଶାନ୍ତ କିଶୋର ତାଙ୍କ ପାର୍ଟିର ନାଁ ଘୋଷଣା କରିବେ। ନିକଟରେ ଏକ ସାଧାରଣ ସଭାରେ ପି.କେ. ବିହାରର ଲୋକଙ୍କୁ ଏକ ମନ୍ତ୍ର ଦେଇଛନ୍ତି। ସେ କହିଛନ୍ତି, ଆପଣମାନେ ଗତ ୫ ବର୍ଷ ଧରି ନର୍କ ଜୀବନ ବିତାଉଛନ୍ତି। ପ୍ରତିଦିନ କାନ୍ଦୁଛନ୍ତି, ଡ୍ରେନ୍‌ କିମ୍ବା ରାସ୍ତା ନାହିଁ। ତେଣୁ, ପରବର୍ତ୍ତୀ ସମୟରେ ଯେତେବେଳେ ଆପଣ ଭୋଟ୍‌ ଦେବାକୁ ଯିବେ। ସେତେବେଳେ ଆପଣ ଯାହାକୁ ଚାହିଁବେ ଭୋଟ୍‌ ଦେବେ କିନ୍ତୁ ଭୋଟ୍‌ ଦେବା ସମୟରେ ସ୍ବାର୍ଥପର ହୁଅନ୍ତୁ ।

ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି, ଆପଣ କହୁଛନ୍ତି, ପିଲାମାନଙ୍କ ପାଇଁ ରାସ୍ତା, ଖାଦ୍ୟ ଶସ୍ୟ ଏବଂ ଶିକ୍ଷା ନାହିଁ, କିନ୍ତୁ ଭୋଟ୍‌ ଦେବା ସମୟରେ ସେହି ଚୋର, ଘୃଣ୍ୟ ବ୍ୟକ୍ତି ଏବଂ ଦୁର୍ନୀତିଗ୍ରସ୍ତ ନେତାଙ୍କ ନାମରେ ଭୋଟ୍‌ ଦେଇଦେବେ। ସେ କହିଛନ୍ତି, ଆପଣ ଉନ୍ନତି ବନ୍ଦ କରି ଦେଇଛନ୍ତି। ତେଣୁ ମୁଁ ଆପଣଙ୍କୁ ଏପରି ଏକ ମନ୍ତ୍ର କହୁଛି ଯେ, ଆପଣ ପରବର୍ତ୍ତୀ ସମୟରେ ଭୋଟ୍‌ ଦେବାକୁ ଗଲେ, ଦୟାକରି ଆପଣଙ୍କ ଜୀବନରେ ଅନ୍ତତଃପକ୍ଷେ ଥରେ ମୋର ପରାମର୍ଶ ଅନୁସରଣ କରନ୍ତୁ।

The post ନିର୍ବାଚନ ପୂର୍ବରୁ ବିହାରରେ ପ୍ରଶାନ୍ତ କିଶୋରଙ୍କ ଗୁରୁମନ୍ତ୍ର, କହିଲେ ଭୋଟ୍‌ ଦେବା ସମୟରେ… appeared first on Dharitri Odia News.