ଓଡ଼ିଶାର ଜୁଲି, ପ୍ୟାରୀ, ଲିନ୍ଡା ସାମିଲ
ନୂଆଦିଲ୍ଲୀ, ୮।୫: ତାସକେଣ୍ଟଠାରେ ମେ’ ୩୧ ଓ ଜୁନ୍ ୪ରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ଉଜ୍ବେକିସ୍ତାନ ବିପକ୍ଷରେ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ। ଫିଫା ଓମେନ୍ସ ଇଣ୍ଟରନ୍ୟାଶନାଲ ମ୍ୟାଚ୍ ଓ୍ବିଣ୍ଡୋର ଏହା ଏକ ଅଂଶବିଶେଷ। ଆଗାମୀ ୨ ମ୍ୟାଚ ପାଇଁ ମୁଖ୍ୟ କୋଚ୍ ଲଙ୍ଗମ ଚାଓବା ଦେବୀ ୩୦ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ ଘୋଷଣା କରିଛନ୍ତି। ଏଥିରେ ଓଡ଼ିଶାର ଜୁଲି କିଷାନ, ପ୍ୟାରୀ ଖାଖା ଓ ୨୦୨୨ରୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ମଣିପୁରର […] The post ଓଡ଼ିଶାର ଜୁଲି, ପ୍ୟାରୀ, ଲିନ୍ଡା ସାମିଲ appeared first on Dharitri Odia News.
ନୂଆଦିଲ୍ଲୀ, ୮।୫: ତାସକେଣ୍ଟଠାରେ ମେ’ ୩୧ ଓ ଜୁନ୍ ୪ରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ଉଜ୍ବେକିସ୍ତାନ ବିପକ୍ଷରେ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ। ଫିଫା ଓମେନ୍ସ ଇଣ୍ଟରନ୍ୟାଶନାଲ ମ୍ୟାଚ୍ ଓ୍ବିଣ୍ଡୋର ଏହା ଏକ ଅଂଶବିଶେଷ। ଆଗାମୀ ୨ ମ୍ୟାଚ ପାଇଁ ମୁଖ୍ୟ କୋଚ୍ ଲଙ୍ଗମ ଚାଓବା ଦେବୀ ୩୦ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ ଘୋଷଣା କରିଛନ୍ତି। ଏଥିରେ ଓଡ଼ିଶାର ଜୁଲି କିଷାନ, ପ୍ୟାରୀ ଖାଖା ଓ ୨୦୨୨ରୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ମଣିପୁରର ଲିନ୍ଡା କୋମ୍ ସ୍ଥାନ ପାଇଛନ୍ତି। ଭାରତୀୟ ସମ୍ଭାବ୍ୟ ଦଳର କ୍ୟାମ୍ପ ଚଳିତ ମାସ ୧୬ରୁ ହାଇଦ୍ରାବାଦରେ ଆରମ୍ଭ ହେବ। ହାଇଦ୍ରାବାଦର ଶ୍ରୀନିଡି ଡେକାନ ଏଫ୍ସିର ଡେକାନ୍ ଆରେନାରେ ୨ ସପ୍ତାହ କ୍ୟାମ୍ପ ଚାଲିବା ପରେ ବ୍ଲୁ ଟାଇଗ୍ରେସେସ୍ ମେ’ ୨୯ରେ ଉଜ୍ବେକିସ୍ତାନ ଯାତ୍ରା କରିବେ।
ଭାରତୀୟ ମହିଳା ଫୁଟବଲ ଦଳ ଶେଷଥର ପାଇଁ ଗତ ଫେବୃୟାରୀରେ ଟୁର୍ନାମେଣ୍ଟ ଖେଳିଥିଲା। ତୁର୍କିସ ଓମେନ୍ସ କପ୍ର ଆଲାନ୍ୟାରେ ଅନୁଷ୍ଠିତ ଫାଇନାଲରେ କୋସୋଭାଠାରୁ ହାରି ଦଳ ରନରଅପ୍ ହୋଇଥିଲା। ଏହା ପୂର୍ବରୁ ଭାରତ-ଉଜ୍ବେକିସ୍ତାନ ମ୍ୟାଚ ୨୦୨୩ ନଭେମ୍ବରରେ ଅନୁଷ୍ଠିତ ହୋଇଥିଲା। ଏଏଫ୍ସି ମହିଳା ଅଲିମ୍ପିକ୍ କ୍ୱାଲିଫାୟର୍ସ ରାଉଣ୍ଡ-୨ର ଏହି ମ୍ୟାଚ ମଧ୍ୟ ତାସକେଣ୍ଟରେ ହୋଇଥିଲା। ସେତେବେଳେ ଘରୋଇ ଦଳ ୩-୦ ଗୋଲରେ ବିଜୟୀ ହୋଇଥିଲା। ଭାରତୀୟ ମହିଳା ଫୁଟବଲ ଦଳ ଏବେ ବିଶ୍ୱ ର଼୍ୟାଙ୍କିଙ୍ଗ୍ରେ ୬୬ତମ ସ୍ଥାନରେ ରହିଛି। ଉଜ୍ବେକିସ୍ତାନ ୪୮ତମ ସ୍ଥାନରେ ଥିବାରୁ ମୁକାବିଲା ନିଶ୍ଚିତ ସଂଘର୍ଷପୂର୍ଣ୍ଣ ହେବ। ”ତୁର୍କିସ ଓମେନ୍ସ କପ୍ରେ ରନରଅପ୍ ହେବା ପରେ ଫିଫା ମ୍ୟାଚ ଓ୍ବିଣ୍ଡୋରେ ଭାରତୀୟ ମହିଳା ଦଳର ଏହା ହେବ ଦ୍ୱିତୀୟ ଅନ୍ତର୍ଜାତୀୟ ଟ୍ରିପ୍। ର଼୍ୟାଙ୍କିଙ୍ଗ୍ରେ ବହୁ ଉପରେ ଥିବା ଉଜ୍ବେକିସ୍ତାନକୁ ଭାରତ ଭେଟିବାକୁ ଯାଉଛି। ତେଣୁ ଆଗାମୀ ୨ ମ୍ୟାଚ ନିଶ୍ଚିତ ଉପାଦେୟ ହେବ“ ବୋଲି ଏଆଇଏଫ୍ଏଫ୍ର କାର୍ଯ୍ୟକାରୀ ସମ୍ପାଦକ ଏମ୍. ସତ୍ୟନାରାୟଣ ପ୍ରକାଶ କରିଛନ୍ତି।
The post ଓଡ଼ିଶାର ଜୁଲି, ପ୍ୟାରୀ, ଲିନ୍ଡା ସାମିଲ appeared first on Dharitri Odia News.