ଭାଇଙ୍କୁ ମରଣାନ୍ତ୍ରକ ଆକ୍ରମଣ କରି ହତ୍ୟା ଉଦ୍ୟମ: ସାନ ଭାଇଙ୍କୁ ୫ ବର୍ଷ ଜେଲଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସିଜେଏମ ତଥା ସେସନ ଜଜ୍‌ ହିମାଂଶୁ ଶେଖର ବିଶ୍ୱାଳ ଏକ ମରଣାନ୍ତ୍ରକ ଆକ୍ରମଣ ମାମଲାର ବିଚାର କରିଛନ୍ତି। ଅଭିଯୁକ୍ତ ଅମ୍ବିକା ପ୍ରସାଦ ପଣ୍ଡାଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଓ ଅନାଦେୟ ଅଧିକ ୩ ମାସ ଅଧିକ ଜେଲଦଣ୍ଡ ଶୁଣାଇଛନ୍ତି। ମାମଲା ବିବରଣୀ ଅନୁଯାୟୀ, ୧୦ ଜୁନ୍‌ ୨୦୨୨ ସକାଳ ୭ଟା ସମୟରେ […] The post ଭାଇଙ୍କୁ ମରଣାନ୍ତ୍ରକ ଆକ୍ରମଣ କରି ହତ୍ୟା ଉଦ୍ୟମ: ସାନ ଭାଇଙ୍କୁ ୫ ବର୍ଷ ଜେଲଦଣ୍ଡ appeared first on Dharitri Odia News.

ଭାଇଙ୍କୁ ମରଣାନ୍ତ୍ରକ ଆକ୍ରମଣ କରି ହତ୍ୟା ଉଦ୍ୟମ: ସାନ ଭାଇଙ୍କୁ ୫ ବର୍ଷ ଜେଲଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସିଜେଏମ ତଥା ସେସନ ଜଜ୍‌ ହିମାଂଶୁ ଶେଖର ବିଶ୍ୱାଳ ଏକ ମରଣାନ୍ତ୍ରକ ଆକ୍ରମଣ ମାମଲାର ବିଚାର କରିଛନ୍ତି। ଅଭିଯୁକ୍ତ ଅମ୍ବିକା ପ୍ରସାଦ ପଣ୍ଡାଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଓ ଅନାଦେୟ ଅଧିକ ୩ ମାସ ଅଧିକ ଜେଲଦଣ୍ଡ ଶୁଣାଇଛନ୍ତି।

ମାମଲା ବିବରଣୀ ଅନୁଯାୟୀ, ୧୦ ଜୁନ୍‌ ୨୦୨୨ ସକାଳ ୭ଟା ସମୟରେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମଣ୍ଡୁଆ ଗ୍ରାମର ଅମ୍ବିକା ପ୍ରସାଦ ପଣ୍ଡା ଓ ମଝିଆ ଭାଇ ସତ୍ୟଜିତ୍‌ ପଣ୍ଡାଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅମ୍ବିକା ଭାଇଙ୍କ ମୁହଁରେ ଲଙ୍କା ଗୁଣ୍ଡ ପକାଇ ମରଣାନ୍ତ୍ରକ ଆକ୍ରମଣ କରିଥିଲେ।

ସତ୍ୟଜିତ୍‌ଙ୍କ ମୁଣ୍ଡ, ବେକ, ହାତ ଏବଂ ପିଠିରେ କ୍ଷତ ସୃଷ୍ଟି ହୋଇଥିଲା। ଅନ୍ୟ ଜଣେ ଭାଇ ସତ୍ୟ ନାରାଣୟ ପଣ୍ଡା ଆକ୍ରମଣ ବେଳେ ଛଡ଼ାଇବାକୁ ଉଦ୍ୟମ ବେଳେ ତାଙ୍କୁ ମଧ୍ୟ କାମୁଡ଼ି ଦେଇଥିଲେ। ଏହି ସମ୍ପର୍କରେ ମା’ ଅନ୍ନପୂର୍ଣ୍ଣା ପଣ୍ଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ. ୨୩୭/୨୦୨୨)ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ଶୁଣାଣି କରି ବିଚାରପତି ୧୨ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଭିତ୍ତି କରି ଉପରୋକ୍ତ ଦଣ୍ଡ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ଅତିରକ୍ତ ପବ୍ଲିକ ପ୍ରସିକ୍ୟୁଟର ଅଶୋକ ଦାସ ମାମଲା ପରିଚାଳନା କରୁଥିଲେ।

The post ଭାଇଙ୍କୁ ମରଣାନ୍ତ୍ରକ ଆକ୍ରମଣ କରି ହତ୍ୟା ଉଦ୍ୟମ: ସାନ ଭାଇଙ୍କୁ ୫ ବର୍ଷ ଜେଲଦଣ୍ଡ appeared first on Dharitri Odia News.