ବୋହି ନେଉଥିଲେ ମଧ୍ୟାହ୍ନଭୋଜନ ଚାଉଳ: ଏମିତି ଧରାପଡ଼ିଲେ ଶିକ୍ଷୟିତ୍ରୀ

ଗୋପ,୧୦।୫: ପୁରୀ ଜିଲା ଗୋପ ଅଞ୍ଚଳରୁ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣା ଶନିବାର ସାମ୍‌ନାକୁ ଆସିଛି। ୨ ବସ୍ତା ମଧ୍ୟାହ୍ନଭୋଜନ ଚାଉଳ ସହ ଜଣେ ଶିକ୍ଷୟିତ୍ରୀ ଧରାପଡିଛନ୍ତି। ଶିକ୍ଷୟିତ୍ରୀ ଜଣକ ଗୋପ ସ୍ଥିତ ମକ୍ତବ ପ୍ରାଥମିକ ବିଦ୍ୟାଳୟର ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଶିକ୍ଷୟିତ୍ରୀ ଜଣକ ସ୍କୁଲରୁ ୨ ବସ୍ତା ପିଲାଙ୍କ ମଧ୍ୟାହ୍ନଭୋଜନ ଚାଉଳ ଧରି ଗେଟ୍‌ ବାହାରକୁ ବାହାରିଥିଲେ। ସେତିକିବେଳେ ଗ୍ରାମର କେତେକ ବ୍ୟକ୍ତି ଶିକ୍ଷୟିତ୍ରୀଙ୍କୁ ଅଟକାଇ ଚାଉଳ ଜବତ […] The post ବୋହି ନେଉଥିଲେ ମଧ୍ୟାହ୍ନଭୋଜନ ଚାଉଳ: ଏମିତି ଧରାପଡ଼ିଲେ ଶିକ୍ଷୟିତ୍ରୀ appeared first on Dharitri Odia News.

ବୋହି ନେଉଥିଲେ ମଧ୍ୟାହ୍ନଭୋଜନ ଚାଉଳ: ଏମିତି ଧରାପଡ଼ିଲେ ଶିକ୍ଷୟିତ୍ରୀ

ଗୋପ,୧୦।୫: ପୁରୀ ଜିଲା ଗୋପ ଅଞ୍ଚଳରୁ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣା ଶନିବାର ସାମ୍‌ନାକୁ ଆସିଛି। ୨ ବସ୍ତା ମଧ୍ୟାହ୍ନଭୋଜନ ଚାଉଳ ସହ ଜଣେ ଶିକ୍ଷୟିତ୍ରୀ ଧରାପଡିଛନ୍ତି। ଶିକ୍ଷୟିତ୍ରୀ ଜଣକ ଗୋପ ସ୍ଥିତ ମକ୍ତବ ପ୍ରାଥମିକ ବିଦ୍ୟାଳୟର ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଶିକ୍ଷୟିତ୍ରୀ ଜଣକ ସ୍କୁଲରୁ ୨ ବସ୍ତା ପିଲାଙ୍କ ମଧ୍ୟାହ୍ନଭୋଜନ ଚାଉଳ ଧରି ଗେଟ୍‌ ବାହାରକୁ ବାହାରିଥିଲେ। ସେତିକିବେଳେ ଗ୍ରାମର କେତେକ ବ୍ୟକ୍ତି ଶିକ୍ଷୟିତ୍ରୀଙ୍କୁ ଅଟକାଇ ଚାଉଳ ଜବତ କରିଥିଲେ। ଅନ୍ୟପକ୍ଷେ ଶିକ୍ଷୟିତ୍ରୀ ଜଣକ ୱାର୍ଡମେମ୍ବରଙ୍କ ଜରିଆରେ ଚାଉଳ ବାହାରକୁ ଦେଉଥିବା କହିଛନ୍ତି। ଏପରିକି ଆଗକୁ ପୂଜା ଛୁଟି ଥିବାରୁ ଚାଉଳରେ ପୋକ ଲାଗିଯିବା ଆଶଙ୍କାରେ ବାହାରକୁ ଦେଉଥିବା ସେ କହିଛନ୍ତି।

The post ବୋହି ନେଉଥିଲେ ମଧ୍ୟାହ୍ନଭୋଜନ ଚାଉଳ: ଏମିତି ଧରାପଡ଼ିଲେ ଶିକ୍ଷୟିତ୍ରୀ appeared first on Dharitri Odia News.