ଭାରତ ଆଗରେ ୧୭୩ ରନ୍‌ର ବିଜୟ ଟାର୍ଗେଟ୍‌

ଇନ୍ଦୋର,୧୪।୧: ଇନ୍ଦୋର ହୋଲ୍‌କର ଷ୍ଟାଡ଼ିୟମରେ ରବିବାର ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୭୨ ରନ୍‌ କରିଛି। ଫଳରେ ଭାରତ ଆଗରେ ୨୭୩ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଆଫଗାନିସ୍ତାନ। ଆଫଗାନିସ୍ତାନର ଦୁଇ ଓପରନ ସତର୍କତାର ସହ ଖେଳି ଦଳକୁ ପ୍ରାରମ୍ଭିକ ଷ୍ଟାଟ୍‌ ଦେଇଥିଲେ। ହେଲେ ୨୦ ରନ୍‌ରେ […] The post ଭାରତ ଆଗରେ ୧୭୩ ରନ୍‌ର ବିଜୟ ଟାର୍ଗେଟ୍‌ appeared first on Dharitri Odia News.

ଭାରତ ଆଗରେ ୧୭୩ ରନ୍‌ର ବିଜୟ ଟାର୍ଗେଟ୍‌

ଇନ୍ଦୋର,୧୪।୧: ଇନ୍ଦୋର ହୋଲ୍‌କର ଷ୍ଟାଡ଼ିୟମରେ ରବିବାର ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୭୨ ରନ୍‌ କରିଛି। ଫଳରେ ଭାରତ ଆଗରେ ୨୭୩ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଆଫଗାନିସ୍ତାନ।

ଆଫଗାନିସ୍ତାନର ଦୁଇ ଓପରନ ସତର୍କତାର ସହ ଖେଳି ଦଳକୁ ପ୍ରାରମ୍ଭିକ ଷ୍ଟାଟ୍‌ ଦେଇଥିଲେ। ହେଲେ ୨୦ ରନ୍‌ରେ ଦଳର ପ୍ରଥମ ଉଇକେଟ ପଡିଥିଲା। ବ୍ୟାଟର୍‌ ଗୁଲବଦିନ ନଇବ ଲଢୁଆ ବ୍ୟାଟିଂ କରି ସର୍ବାଧିକ ୫୭ ରନ୍‌ କରିଥିଲେ। ସେହିପରି ନଜିବୁଲ୍ଲା ଜଦରାନ ୨୩ ରନ୍‌ କରିଥିବା ବେଳେ କରିମ ଜନତ ୨୦ ରନ୍‌ କରିଥିଲେ । ସେହିପରି ମୁଜିବୁର ରେହମାନ୍‌ ୨୧ ରନ୍‌ କରିଥିଲେ। ଫଳରେ ଆଫଗାନିସ୍ତାନ ୧୭୨ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଭାରତର ଅର୍ଶଦୀପ ସିଂ ୩ ଉଇକେଟ୍‌ ନେଇଥିବା ବେଳେ ରବି ବିଷ୍ଣୋଇ ଏବଂ ଅକ୍ଷର ପଟେଲ ୨ଟି ଲେଖାଏ ଉଇକେଟ ନେଇଥିଲେ।

The post ଭାରତ ଆଗରେ ୧୭୩ ରନ୍‌ର ବିଜୟ ଟାର୍ଗେଟ୍‌ appeared first on Dharitri Odia News.