ମହିଳା ସଂଘର ଟଙ୍କା ଆତ୍ମସାତ୍ ମାମଲା: ପିଅନଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ
ପୁରୁଷୋତ୍ତମପୁର,୧ା୮(ସିମାଞ୍ଚଳ ମିଶ୍ର): ମହିଳା ସଂଘର ଜମାଟଙ୍କାକୁ ଆତ୍ମସାତ୍ କରିଥିବା ନେଇ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି ପୂଜା ପ୍ରିୟଦର୍ଶନୀ ପତି ଭୂତସରସିଙ୍ଗି କାନାଡ଼ା ବ୍ୟାଙ୍କ ପିଅନ ରାମଚନ୍ଦ୍ର ନାୟକ(୩୮)ଙ୍କୁ ୪୨୦ ଦଫାରେ ଦୁଇବର୍ଷ ଜେଲ୍ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଏପରିକି ଏହି ଜରିମାନା ଟଙ୍କାକୁ ଉକ୍ତ ମହିଳା ସଂଘକୁ ପ୍ରଦାନ କରିବା ଓ ଟଙ୍କା ନ ଦେଲେ ଅଧିକ ୬ […] The post ମହିଳା ସଂଘର ଟଙ୍କା ଆତ୍ମସାତ୍ ମାମଲା: ପିଅନଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ appeared first on Dharitri Odia News.
ପୁରୁଷୋତ୍ତମପୁର,୧ା୮(ସିମାଞ୍ଚଳ ମିଶ୍ର): ମହିଳା ସଂଘର ଜମାଟଙ୍କାକୁ ଆତ୍ମସାତ୍ କରିଥିବା ନେଇ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି ପୂଜା ପ୍ରିୟଦର୍ଶନୀ ପତି ଭୂତସରସିଙ୍ଗି କାନାଡ଼ା ବ୍ୟାଙ୍କ ପିଅନ ରାମଚନ୍ଦ୍ର ନାୟକ(୩୮)ଙ୍କୁ ୪୨୦ ଦଫାରେ ଦୁଇବର୍ଷ ଜେଲ୍ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଏପରିକି ଏହି ଜରିମାନା ଟଙ୍କାକୁ ଉକ୍ତ ମହିଳା ସଂଘକୁ ପ୍ରଦାନ କରିବା ଓ ଟଙ୍କା ନ ଦେଲେ ଅଧିକ ୬ ମାସ ଜେଲ୍ଦଣ୍ଡ ଭୋଗିବା ଲାଗି ରାୟରେ ପ୍ରକାଶ କରିଛନ୍ତି।
ମାମଲାର ବିବରଣୀରୁ ଜଣାପଡ଼ିଛି ଯେ, ଗତ ୧୦.୮.୨୦୨୩ରେ ପୁରୁଷୋତ୍ତମପୁର ଥାନା ରାଜପୁର ଗ୍ରାମର ରାଧାକୃଷ୍ଣ ଏସ୍ଏଚ୍ଜି ମହିଳା ସଂଘ ଭୂତସରସିଙ୍ଗି କାନାଡ଼ା ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଋଣ ନେଇଥିବା ବେଳେ ଏହାର ପରିଶୋଧର କିସ୍ତି ଟଙ୍କା ୨୦ ହଜାର ସହ ଜମା ଟଙ୍କା ୨୯ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ନ ଥିବାର ନେଇ ପୋଲିସରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଥାନା କେସ୍ ନଂ ୫୯୯/୨୩ରେ ତଦନ୍ତକାରୀ ପୋଲିସ ଅଫିସର ସୁଶାନ୍ତ କୁମାର ମଶ୍ର ଘଟଣାର ତଦନ୍ତ କରି ରାମଚନ୍ଦ୍ରଙ୍କୁ ଗିରଫ କରିବା ସହ ପ୍ରମାଣ ଭିତ୍ତିକ ଚାର୍ଜଶିଟ୍ କୋର୍ଟରେ ଦାଖଲ କରିଥିଲେ। ଏହାକୁ ନେଇ ବିଚାରପତି ୧୪ ଜଣ ସାକ୍ଷ୍ୟ ପ୍ରମାଣ ଓ ଚାର୍ଜଶିଟ୍ର ତଥ୍ୟକୁ ଭିତ୍ତିକରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ କୃଷ୍ଣଚନ୍ଦ୍ର ଗୌଡ଼ ପରିଚାଳନା କରୁଥିଲେ।
The post ମହିଳା ସଂଘର ଟଙ୍କା ଆତ୍ମସାତ୍ ମାମଲା: ପିଅନଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ appeared first on Dharitri Odia News.