US-China Tariff War: ଆମେରିକାକୁ ଚୀନ୍‌ର ଦୃଢ଼ ଜବାବ, ଡ୍ରାଗନ୍ ଲଗାଇଲା ୧୨୫% ଟାରିଫ୍

ନୂଆଦିଲ୍ଲୀ: ଆମେରିକା ଓ ଚାଇନା ମଧ୍ୟରେ ଟ୍ରେଡ୍ ଓ୍ବାର ଚରମ ସ୍ତରରେ । ଦୁଇ ଦେଶର ଶୁଳ୍କ ଯୁଦ୍ଧକୁ ଚିନ୍ତାରେ ସାରା ବିଶ୍ବ । ଏହି ଟାରିଫ୍ ଓ୍ବାର କେବଳ ଆମେରିକା ଓ ଚୀନ୍ ଭିତରେ ସୀମିତ ନାହିଁ ବରଂ ଏହା ଅନ୍ୟଦେଶ ମାନଙ୍କୁ ମଧ୍ୟ ପ୍ରଭାବିତ କରିଛି । ହ୍ବାଇଟ୍ ହାଉସ୍ ବେଜିଂ ଉପରେ ୧୪୫ ପ୍ରତିଶତ ଟାରିଫ୍ ଲାଗୁ କରିବା ପରେ ଏହାର ଦୃଢ଼ ଜବାବ ଦେଇଛନ୍ତି ଡ୍ରଗାନ୍ ସରକାର । ଆମେରିକାରୁ ଆସୁଥିବା ସାମଗ୍ରୀ ଉପରେ ୧୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି । ଏପ୍ରିଲ୍ ୧୨ ତାରିଖରୁ ଏହି ଅତିରିକ୍ତ ଟାରିଫ୍ ଲାଗୁ ହେବ । ପୂର୍ବରୁ ଚୀନ ସରକାର ଏହାକୁ ୮୪ ପ୍ରତିଶତ ରହିଥିଲେ । ଚୀନର ଏହି ପଦକ୍ଷେପ ସ୍ପଷ୍ଟ ହୋଇଛି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡଙ୍କ ଦ୍ବାରା ଲାଗୁ ହୋଇଥିବା ଅରିତିକ୍ତ ଟ୍ୟାକ୍ସକୁ ମୁହଁତୋଡ଼ ଜବାବ ଦେବାକୁ ଏହା ଏକ ପ୍ଲାନ୍ । ଆମେରିକା ସରକାର ଚୀନ୍ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କକୁ ୧୨୫ ପ୍ରତିଶତରୁ ବୃଦ୍ଧି କରି ୧୪୫ ପ୍ରତିଶତ କରିଛି । ଆମେରିକା ଲାଗୁ କଲା ୧୪୫ ପ୍ରତିଶତ ଟାରିଫ: ହ୍ବାଇଟ୍ ହାଉସର ଜଣେ ଅଧ୍ୟକ୍ଷ କହିଛନ୍ତି, ଆମେରିକା ସରକାର ନୂଆ ଟାରିଫ୍ ରେଟ୍ ଚାର୍ଟ ଲାଗୁ କରିବା ପରେ ଚୀନ୍ ଉପରେ ଆମଦାନୀ ଶୁଳ୍କ ୧୪୫ ପ୍ରତିଶତ ହେବ । ଏଥିରେ ଫେଣ୍ଟାନାଇଲ୍ ତସ୍କରୀ କରୁଥିବା ଅଭିଯୋଗରେ ଅତିରିକ୍ତ ୨୦ ପ୍ରତିଶତ ଟାରିଫ୍ ସାମିଲ୍ ରହିଛି । ଏହାଛଡ଼ା ଚୀନ ସାମଗ୍ରୀ ଉପରେ ୧୨୫ ପ୍ରତିଶ

US-China Tariff War: ଆମେରିକାକୁ ଚୀନ୍‌ର ଦୃଢ଼ ଜବାବ, ଡ୍ରାଗନ୍ ଲଗାଇଲା ୧୨୫% ଟାରିଫ୍

ନୂଆଦିଲ୍ଲୀ: ଆମେରିକା ଓ ଚାଇନା ମଧ୍ୟରେ ଟ୍ରେଡ୍ ଓ୍ବାର ଚରମ ସ୍ତରରେ । ଦୁଇ ଦେଶର ଶୁଳ୍କ ଯୁଦ୍ଧକୁ ଚିନ୍ତାରେ ସାରା ବିଶ୍ବ । ଏହି ଟାରିଫ୍ ଓ୍ବାର କେବଳ ଆମେରିକା ଓ ଚୀନ୍ ଭିତରେ ସୀମିତ ନାହିଁ ବରଂ ଏହା ଅନ୍ୟଦେଶ ମାନଙ୍କୁ ମଧ୍ୟ ପ୍ରଭାବିତ କରିଛି । ହ୍ବାଇଟ୍ ହାଉସ୍ ବେଜିଂ ଉପରେ ୧୪୫ ପ୍ରତିଶତ ଟାରିଫ୍ ଲାଗୁ କରିବା ପରେ ଏହାର ଦୃଢ଼ ଜବାବ ଦେଇଛନ୍ତି ଡ୍ରଗାନ୍ ସରକାର । ଆମେରିକାରୁ ଆସୁଥିବା ସାମଗ୍ରୀ ଉପରେ ୧୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି । ଏପ୍ରିଲ୍ ୧୨ ତାରିଖରୁ ଏହି ଅତିରିକ୍ତ ଟାରିଫ୍ ଲାଗୁ ହେବ । ପୂର୍ବରୁ ଚୀନ ସରକାର ଏହାକୁ ୮୪ ପ୍ରତିଶତ ରହିଥିଲେ । 

ଚୀନର ଏହି ପଦକ୍ଷେପ ସ୍ପଷ୍ଟ ହୋଇଛି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡଙ୍କ ଦ୍ବାରା ଲାଗୁ ହୋଇଥିବା ଅରିତିକ୍ତ ଟ୍ୟାକ୍ସକୁ ମୁହଁତୋଡ଼ ଜବାବ ଦେବାକୁ ଏହା ଏକ ପ୍ଲାନ୍ । ଆମେରିକା ସରକାର ଚୀନ୍ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କକୁ ୧୨୫ ପ୍ରତିଶତରୁ ବୃଦ୍ଧି କରି ୧୪୫ ପ୍ରତିଶତ କରିଛି । 

ଆମେରିକା ଲାଗୁ କଲା ୧୪୫ ପ୍ରତିଶତ ଟାରିଫ: 

ହ୍ବାଇଟ୍ ହାଉସର ଜଣେ ଅଧ୍ୟକ୍ଷ କହିଛନ୍ତି, ଆମେରିକା ସରକାର ନୂଆ ଟାରିଫ୍ ରେଟ୍ ଚାର୍ଟ ଲାଗୁ କରିବା ପରେ ଚୀନ୍ ଉପରେ ଆମଦାନୀ ଶୁଳ୍କ ୧୪୫ ପ୍ରତିଶତ ହେବ । ଏଥିରେ ଫେଣ୍ଟାନାଇଲ୍ ତସ୍କରୀ କରୁଥିବା ଅଭିଯୋଗରେ ଅତିରିକ୍ତ ୨୦ ପ୍ରତିଶତ ଟାରିଫ୍ ସାମିଲ୍ ରହିଛି । ଏହାଛଡ଼ା ଚୀନ ସାମଗ୍ରୀ ଉପରେ ୧୨୫ ପ୍ରତିଶତ ଟାରିଫ୍ ଲାଗୁଛି । ସମସ୍ତ ଶୁଳ୍କକୁ ମିଶାଇଲେ ଏହା ୧୪୫ ପ୍ରତିଶତ ହେବ ।

ଏପ୍ରିଲ୍ ୧୨ ତାରିଖରୁ ନୂଆ ଦର ଲାଗୁ ହେବ:

ଚୀନରେ ବ୍ୟବସାୟ କରୁଥିବା ଆମେରିକା କମ୍ପାନିଗୁଡ଼ିକ ପାଇଁ କାରବାର କରିବା ଏବେ ମହଙ୍ଗା ହେବ । ଆମେରିକୀୟ କୃଷି, ଅଟୋମୋବାଇଲ୍ ଏବଂ ଟେକ୍ନୋଲଜି ସେକ୍ଟର ପ୍ରଭାବିତ ହେବ । ଚୀନ୍ ଘରୋଇ ସମାଗ୍ରୀର ଜାହିଦା ବୃଦ୍ଧି କରିବା ସହିତ ଅନ୍ୟ ଦେଶମାନଙ୍କ ସହିତ ବ୍ୟବସାୟ ବଢ଼ାଇବାକୁ ଚେଷ୍ଟା କରିବ । ଅନ୍ୟପଟେ ଚୀନ୍ ଆମେରିକା ସାମଗ୍ରୀ ଉପରେ ଘୋଷଣା କରିଥିବା ୧୨୫ ପ୍ରତିଶତ ଟାରିଫକୁ ଏପ୍ରିଲ୍ ୧୨ ତାରିଖରୁ ଲାଗୁ କରିବାକୁ ଘୋଷଣା କରିଛି ।