ରବିବାର ମେଡିକାଲ ପ୍ରବେଶିକା NEET, ପରୀକ୍ଷା ଦେବେ ୨୪ଲକ୍ଷ ଶିକ୍ଷାର୍ଥୀ
ଭୁବନେଶ୍ୱର,୦୫/୦୫: ରବିବାର ନିଟ୍-ୟୁଜି ପ୍ରବେଶିକ । ଦେଶରେ ୨୪ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ପରୀକ୍ଷା ଦେବେ । ଦେଶର ବିଭିନ୍ନ ସହରରେ ୫୫୭ଟି ସେଣ୍ଟର ହୋଇଛି । ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ୨୦ ଯାଏ ପରୀକ୍ଷା କରାଯିବ । ଦେଶ ବାହାରେ ୧୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । କେବଳ ଓଡ଼ିଶାରେ ୧୫୦ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ୬୬,୩୪୨ଜଣ ଛାତ୍ରଛାତ୍ରୀ ନିଟ୍-ୟୁଜି ଦେବେ । ଜାତୀୟ ଶିକ୍ଷା ନୀତି ୨୦୨୦କୁ ଗୁରୁତ୍ୱ ଦେଇ ନିଟ୍-ୟୁଜି ପରୀକ୍ଷା ୧୩ଟି ଆଞ୍ଚଳିକ ଭାଷାରେ କରାଯିବ । ଚଳିତବର୍ଷ ପରୀକ୍ଷାରେ କପି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଲାଗୁ କରାଯିବ । ଉଭୟ ପରୀକ୍ଷାର୍ଥୀ ଓ ନିରୀକ୍ଷକଙ୍କ ପାଇଁ ବାୟୋମେଟ୍ରିକ୍ ଯାଞ୍ଚ ବାଧ୍ୟତାମୂଳକ ରହିଛି । ମାଲ୍ ପ୍ରାକ୍ଟିସ୍ ରୋକବାକୁ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ବ୍ୟବସ୍ଥା ହୋଇଛି । ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ପରିଦର୍ଶନ କରିବେ । ଏହାସହିତ ପରୀକ୍ଷା ସେଣ୍ଟରରେ ଏଆଇ ଟୁଲ୍ର ବ୍ୟବହାର କରାଯିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି । ପରୀକ୍ଷା ଆରମ୍ଭର ହେବାର ଏକ ଘଣ୍ଟା ପରେ ଏବଂ ଶେଷର ଅଧ ଘଣ୍ଟା ପୂର୍ବରୁ କୌଣସି ପରୀକ୍ଷାର୍ଥୀଙ୍କୁ ବ୍ରେକ୍ ଦିଆଯିବ ନାହିଁ । ଜୁନ୍ ୧୪ରେ ଏନ୍ଟିଏ ୱେବ୍ସାଇଟ୍ରେ ରେଜଲ୍ଟ ପ୍ରକାଶ ପାଇବ । ସମସ୍ତ ସୂଚନା ଏନ୍ଟିଏ ୱେବ୍ସାଇଟ୍ www.nta.ac.inରେ ରହିଛି।
ଭୁବନେଶ୍ୱର,୦୫/୦୫: ରବିବାର ନିଟ୍-ୟୁଜି ପ୍ରବେଶିକ । ଦେଶରେ ୨୪ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ପରୀକ୍ଷା ଦେବେ । ଦେଶର ବିଭିନ୍ନ ସହରରେ ୫୫୭ଟି ସେଣ୍ଟର ହୋଇଛି । ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ୨୦ ଯାଏ ପରୀକ୍ଷା କରାଯିବ । ଦେଶ ବାହାରେ ୧୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । କେବଳ ଓଡ଼ିଶାରେ ୧୫୦ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ୬୬,୩୪୨ଜଣ ଛାତ୍ରଛାତ୍ରୀ ନିଟ୍-ୟୁଜି ଦେବେ ।
ଜାତୀୟ ଶିକ୍ଷା ନୀତି ୨୦୨୦କୁ ଗୁରୁତ୍ୱ ଦେଇ ନିଟ୍-ୟୁଜି ପରୀକ୍ଷା ୧୩ଟି ଆଞ୍ଚଳିକ ଭାଷାରେ କରାଯିବ । ଚଳିତବର୍ଷ ପରୀକ୍ଷାରେ କପି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଲାଗୁ କରାଯିବ । ଉଭୟ ପରୀକ୍ଷାର୍ଥୀ ଓ ନିରୀକ୍ଷକଙ୍କ ପାଇଁ ବାୟୋମେଟ୍ରିକ୍ ଯାଞ୍ଚ ବାଧ୍ୟତାମୂଳକ ରହିଛି । ମାଲ୍ ପ୍ରାକ୍ଟିସ୍ ରୋକବାକୁ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ବ୍ୟବସ୍ଥା ହୋଇଛି । ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ପରିଦର୍ଶନ କରିବେ । ଏହାସହିତ ପରୀକ୍ଷା ସେଣ୍ଟରରେ ଏଆଇ ଟୁଲ୍ର ବ୍ୟବହାର କରାଯିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି । ପରୀକ୍ଷା ଆରମ୍ଭର ହେବାର ଏକ ଘଣ୍ଟା ପରେ ଏବଂ ଶେଷର ଅଧ ଘଣ୍ଟା ପୂର୍ବରୁ କୌଣସି ପରୀକ୍ଷାର୍ଥୀଙ୍କୁ ବ୍ରେକ୍ ଦିଆଯିବ ନାହିଁ । ଜୁନ୍ ୧୪ରେ ଏନ୍ଟିଏ ୱେବ୍ସାଇଟ୍ରେ ରେଜଲ୍ଟ ପ୍ରକାଶ ପାଇବ । ସମସ୍ତ ସୂଚନା ଏନ୍ଟିଏ ୱେବ୍ସାଇଟ୍ www.nta.ac.inରେ ରହିଛି।