ସାମାନ୍ୟ କଥାରୁ ଭିଣୋଇଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା, ସମ୍ପର୍କୀୟ ଶାଳକ ଗିରଫ

କଣ୍ଟାବାଞ୍ଜି ୧୩।୩: ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ଘଟଣାରେ ଜଣେ ଗିରଫ । ହତ୍ୟା ଅଭିଯୋଗରେ ସମ୍ପର୍କୀୟ ଶାଳକ ଗିରଫ ହୋଇଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଝୁପଡିପଡା ରାସ୍ତାରେ ଘଟିଥିଲା ହତ୍ୟାକାଣ୍ଡ ।ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଝୁପଡିପଡା ରାସ୍ତାରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ଜଣକ ଭବାନୀପାଟଣା ଅଞ୍ଚଳର ଜଗନ୍ନାଥ ଗହୀର । ଜଗନ୍ନାଥଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଝୁପଡିପଡା ତାଙ୍କ ସମ୍ପର୍କୀୟ ଘରକୁ ଆସିଥିଲେ । ରକ୍ତାକ୍ତ ଅବସ୍ଥାରେ ଝୁପଡିପଡାର ତାଙ୍କ ସମ୍ପର୍କୀୟ ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଏହି ମାମଲା ଗୁରୁତର ନେଇ ପ୍ରଥମେ ମୃତ ଜଗନ୍ନାଥଙ୍କ ସମ୍ପର୍କୀୟ ଯିଏ ତାଙ୍କୁ ଡାକ୍ତରଖାନା ଆଣିଥିଲା ତାକୁ ଅଟକ ରଖି ପଚାର ଉଚରା କରିଥିଲା। ପରେ ସମ୍ପର୍କୀୟ ଶାଳକ ଆକାଶ ବାଗକୁ ଅଟକ ଅଧିକ ଜେରା କରିଥିବା ବେଳେ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଜଗନ୍ନାଥ ଜଣେ ଡ୍ରାଇଭର ହୋଇଥିବା ବେଳେ ଝୁପୁଡିପଡା ସ୍ଥିତି ନିଜ ସମ୍ପର୍କୀୟ ଘରକୁ ଆଇଥିଲା। ଜଗନ୍ନାଥ ଏବଂ ଆକାଶ ଗୋଟିଏ କୋଠରୀରେ ରାତିରେ ଶୋଇଥିବା ବେଳେ ଭୋର ସକାଳୁ ସମ୍ପର୍କୀୟ ଶଳା ସହ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା। ଏଥିରେ ଆକାଶ ଧରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି । 

ସାମାନ୍ୟ କଥାରୁ ଭିଣୋଇଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା, ସମ୍ପର୍କୀୟ ଶାଳକ ଗିରଫ

କଣ୍ଟାବାଞ୍ଜି ୩: ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ଘଟଣାରେ ଜଣେ ଗିରଫ । ହତ୍ୟା ଅଭିଯୋଗରେ ସମ୍ପର୍କୀୟ ଶାଳକ ଗିରଫ ହୋଇଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଝୁପଡିପଡା ରାସ୍ତାରେ ଘଟିଥିଲା ହତ୍ୟାକାଣ୍ଡ ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଝୁପଡିପଡା ରାସ୍ତାରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ଜଣକ ଭବାନୀପାଟଣା ଅଞ୍ଚଳର ଜଗନ୍ନାଥ ଗହୀର । ଜଗନ୍ନାଥଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଝୁପଡିପଡା ତାଙ୍କ ସମ୍ପର୍କୀୟ ଘରକୁ ଆସିଥିଲେ । ରକ୍ତାକ୍ତ ଅବସ୍ଥାରେ ଝୁପଡିପଡାର ତାଙ୍କ ସମ୍ପର୍କୀୟ ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଏହି ମାମଲା ଗୁରୁତର ନେଇ ପ୍ରଥମେ ମୃତ ଜଗନ୍ନାଥଙ୍କ ସମ୍ପର୍କୀୟ ଯିଏ ତାଙ୍କୁ ଡାକ୍ତରଖାନା ଆଣିଥିଲା ତାକୁ ଅଟକ ରଖି ପଚାର ଉଚରା କରିଥିଲା। ପରେ ସମ୍ପର୍କୀୟ ଶାଳକ ଆକାଶ ବାଗକୁ ଅଟକ ଅଧିକ ଜେରା କରିଥିବା ବେଳେ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଜଗନ୍ନାଥ ଜଣେ ଡ୍ରାଇଭର ହୋଇଥିବା ବେଳେ ଝୁପୁଡିପଡା ସ୍ଥିତି ନିଜ ସମ୍ପର୍କୀୟ ଘରକୁ ଆଇଥିଲା। ଜଗନ୍ନାଥ ଏବଂ ଆକାଶ ଗୋଟିଏ କୋଠରୀରେ ରାତିରେ ଶୋଇଥିବା ବେଳେ ଭୋର ସକାଳୁ ସମ୍ପର୍କୀୟ ଶଳା ସହ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା। ଏଥିରେ ଆକାଶ ଧରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି ।

 You Can Read :

ଚୋରା ମଦ କାରବାର ରୋକିବାକୁ ଚଢାଉ ବେଳେ ପୋଲିସକୁ ଆକ୍ରମଣ, ଏଏସଆଇଙ୍କ ସମେତ ୪ ଆହତ