କିଛି ଘଣ୍ଟାର ଅପେକ୍ଷା ପରେ ଆଜି ଭାରତରେ ପହଞ୍ଚିବ ତହାୱୁର, ଦିଲ୍ଲୀ ତିହାର ଜେଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଖୋଲିବ ପାକିସ୍ତାନର ମୁଖା ।  ଭାରତ ଆସୁଛି ତହାୱୁର ।  ଗତକାଲି ଭାରତୀୟ ସମୟ ସଂଧ୍ୟା ୭ଟା ୧୦ ମିନିଟରେ ରାଣାକୁ ଆମେରିକାରୁ ସ୍ବତନ୍ତ୍ର ବିମାନରେ ବସାଇ ଭାରତ ଅଣାଯାଉଛି ।  ଆଜି ପ୍ରାୟ ଅପରାହ୍ନ ୨ଟା ସମୟରେ ରାଣା ନୂଆଦିଲ୍ଲୀରେ ପହଞ୍ଚିବ । ଭାରତରେ ତାର ବିଚାର ହେବ ।  ଏଥିପାଇଁ ଦିଲ୍ଲୀ ଓ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।  ୨୦୦୮ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ତହାୱୁର ରାଣା […] The post କିଛି ଘଣ୍ଟାର ଅପେକ୍ଷା ପରେ ଆଜି ଭାରତରେ ପହଞ୍ଚିବ ତହାୱୁର, ଦିଲ୍ଲୀ ତିହାର ଜେଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି appeared first on KNews Odisha.

କିଛି ଘଣ୍ଟାର ଅପେକ୍ଷା ପରେ ଆଜି ଭାରତରେ ପହଞ୍ଚିବ ତହାୱୁର, ଦିଲ୍ଲୀ ତିହାର ଜେଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
tihar jail

ଖୋଲିବ ପାକିସ୍ତାନର ମୁଖା ।  ଭାରତ ଆସୁଛି ତହାୱୁର ।  ଗତକାଲି ଭାରତୀୟ ସମୟ ସଂଧ୍ୟା ୭ଟା ୧୦ ମିନିଟରେ ରାଣାକୁ ଆମେରିକାରୁ ସ୍ବତନ୍ତ୍ର ବିମାନରେ ବସାଇ ଭାରତ ଅଣାଯାଉଛି ।  ଆଜି ପ୍ରାୟ ଅପରାହ୍ନ ୨ଟା ସମୟରେ ରାଣା ନୂଆଦିଲ୍ଲୀରେ ପହଞ୍ଚିବ ।

ଭାରତରେ ତାର ବିଚାର ହେବ ।  ଏଥିପାଇଁ ଦିଲ୍ଲୀ ଓ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।  ୨୦୦୮ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ତହାୱୁର ରାଣା । ଆମେରିକା ସୁପ୍ରିମକୋର୍ଟରେ ତହାୱୁର ର ଶେଷ ଅପିଲ ଖାରଜ ପରେ ପ୍ରତ୍ୟର୍ପଣ ପ୍ରକ୍ରିୟା ହୋଇଛି ।

ତାକୁ ଆଣିବା ପାଇଁ ଯାଇଛନ୍ତି ଜାତୀୟ ତଦନ୍ତକାରୀ ସଂସ୍ଥା – NIA DIGଙ୍କ ସହ ଏକ ଟିମ୍ ।  ଭାରତରେ ପହଞ୍ଚିବା ପରେ ଦିଲ୍ଲୀ NIA କୋର୍ଟରେ ହାଜର କରାଯିବ ।  କିଛି ଦିନ ଏନଆଇଏ ହେପାଜତରେ ରହିବା  ପରେ ତାକୁ ତିହାର ଜେଲରେ ରଖାଯାଇପାରେ ।

ଏଥିପାଇଁ ଦିଲ୍ଲୀ ତିହାର ଜେଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି  ।   ସେଠାରୁ ଟ୍ରାଏଲ ପାଇଁ ମୁମ୍ବାଇର ଆର୍ଥର ରୋଡ ଜେଲକୁ ତାହଉରକୁ ସିଫ୍ଟ କରାଯିବ ।  ଜେଲର ଯେଉଁ ସେଲରେ ଅଜମଲ କସାବ ଥିଲା ସେଠି ତାହାଉରକୁ ରଖାଯିବ ବୋଲି ସୂଚନା ମିଳିଛି  ।

ପୂର୍ବରୁ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ତହାୱୁର ରାଣା କରିଥିବା ଆବେଦନକୁ ଖାରଜ କରିଥିଲେ ଆମେରିକା ସୁପ୍ରିମକୋର୍ଟ। ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇ ସହରର ଏକାଧିକ ସ୍ଥାନରେ ଲସ୍କର-ଇ-ତୋଇବା ୧୦ ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଥିରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

Also read: ୨୬/୧୧ ଅଭିଯୁକ୍ତ ତହାୱୁର ରାଣାଙ୍କୁ ଅଣାଯାଉଛି ଭାରତ, ବିମାନ ଯୋଗେ ହେବ ପ୍ରତ୍ୟର୍ପଣ

The post କିଛି ଘଣ୍ଟାର ଅପେକ୍ଷା ପରେ ଆଜି ଭାରତରେ ପହଞ୍ଚିବ ତହାୱୁର, ଦିଲ୍ଲୀ ତିହାର ଜେଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି appeared first on KNews Odisha.