ଅଷ୍ଟ୍ରେଲୀୟ ପେସ୍ ବୋଲର ମିଚେଲ୍ ଷ୍ଟାର୍କ ହେଲେ ଆଇପିଏଲ ଇତିହାସରେ ହେଲେ ସବୁଠୁ ଦାମୀ ଖେଳାଳି
ନୂଆଦିଲ୍ଲୀ : ଆଇପିଏଲ୍ ଇତିହାସରେ ସବୁ ରେକର୍ଡକୁ ପଛରେ ପକାଇ ଅଷ୍ଟ୍ରେଲୀୟ ପେସ୍ ବୋଲର ମିଚେଲ୍ ଷ୍ଟାର୍କ ହୋଇଛନ୍ତି ସବୁଠୁ ଦାମୀ ଖେଳାଳି। ଆଜି ହେଉଥିବା ଆଇପିଏଲ ୨୦୨୪ ପାଇଁ ନିଲାମୀରେ ମିଚେଲ ଷ୍ଟାର୍କଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟି ଟଙ୍କାରେ କିଣିଛି। ଯାହା ଫଳରେ ଷ୍ଟାର୍କ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ବନିଛନ୍ତି। ତାଙ୍କ ପୂର୍ବରୁ ବିଶ୍ବବିଜୟୀ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ବନିଥିଲେ। ତାଙ୍କୁ […]

ନୂଆଦିଲ୍ଲୀ : ଆଇପିଏଲ୍ ଇତିହାସରେ ସବୁ ରେକର୍ଡକୁ ପଛରେ ପକାଇ ଅଷ୍ଟ୍ରେଲୀୟ ପେସ୍ ବୋଲର ମିଚେଲ୍ ଷ୍ଟାର୍କ ହୋଇଛନ୍ତି ସବୁଠୁ ଦାମୀ ଖେଳାଳି। ଆଜି ହେଉଥିବା ଆଇପିଏଲ ୨୦୨୪ ପାଇଁ ନିଲାମୀରେ ମିଚେଲ ଷ୍ଟାର୍କଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟି ଟଙ୍କାରେ କିଣିଛି। ଯାହା ଫଳରେ ଷ୍ଟାର୍କ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ବନିଛନ୍ତି। ତାଙ୍କ ପୂର୍ବରୁ ବିଶ୍ବବିଜୟୀ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ବନିଥିଲେ। ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ଏହାର କିିଛି ସମୟ ପରେ ମିଚେଲ୍ ଷ୍ଟାର୍କ ତାଙ୍କୁ ଟପି ୨୪.୭ କୋଟିରେ ବିକ୍ରି ହେଇଛନ୍ତି ।
ଅଷ୍ଟ୍ରେଲୀୟ ପେସ୍ ବୋଲର ମିଚେଲ୍ ଷ୍ଟାର୍କଙ୍କୁ ନେବା ପାଇଁ ଗୁଜରାଟ ଟାଇଟନ୍ସ ଓ କୋଲକାତା ମଧ୍ୟରେ ଜୋରଦାର ଟକ୍କର ଲାଗିଥିଲା। ରେକର୍ଡ ପରେ ରେକର୍ଡ ସୃଷ୍ଟି ହୋଇଥିଲା। ଗୁଜରାଟ ୨୪.୫୦ କୋଟି ଯାଏ ନିଲାମୀ ଡାକିଥିଲା। କିନ୍ତୁ ଶେଷରେ ଷ୍ଟାର୍କଙ୍କୁ କୋଲକାତା ୨୪.୭୫ କୋଟି ଟଙ୍କାରେ କିଣିଛି।