ବଙ୍କରରେ ଲୁଚିଛନ୍ତି ଦୁର୍ଦ୍ଦାନ୍ତ ମାଓନେତା: ମାଓ ଶିବିର ଉପରେ ହେବ ସର୍ଜିକାଲ ଷ୍ଟ୍ରାଇକ୍

କନକ ବ୍ୟୁରୋ: ମାଓ ଦମନ ଲାଗି ସୁରକ୍ଷାକର୍ମୀ ନୂଆ ରଣନୀତି ଆପଣାଇବାକୁ ଯାଉଛନ୍ତି । ଟପ୍ ମାଓନେତା ହିଡ଼ମା ଓ ମାଓ ସଂଗଠନର ୧୨ ଜଣ କେନ୍ଦ୍ରୀୟ କମିଟି ସଦସ୍ୟଙ୍କୁ ଜୀବନ୍ତ ଧରିବା କିମ୍ବା ନିପାତ କରିବା ଲାଗି ଛତିଶଗଡ଼ରେ ମାଓ ଶିବିର ଉପରେ ସର୍ଜିକାଲ ଷ୍ଟ୍ରାଇକ୍ ଲାଗି ସୁରକ୍ଷାକର୍ମୀ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ମାଓନେତା ହିଡ଼ମା, ମୁପାଲ୍ଲା ଲକ୍ଷ୍ମଣ ରାଓ ଓରଫ ଗଣପତି, ନମ୍ବାଲା କେଶବ ରାଓ ଓରଫ ବାସବ ରାଜୁ ପରି ମାଓ ସଂଗଠନର ବଡ ନେତା ଛତିଶଗଡ଼ ବସ୍ତରର ଅବୁଝମାଡ ଓ ନ୍ୟାସନାଲ ପାର୍କ ଜଙ୍ଗଲ ବଙ୍କରରେ ଲୁଚିଥିବା ସୂଚନା ମିଳିଛି। ଏହି ଅଞ୍ଚଳରେ ଜନବସତି କମ୍ ଥିବାରୁ ଓ ରାସ୍ତା ନଥିବାରୁ ସୁରକ୍ଷାକର୍ମୀ ଏୟାରଫୋର୍ସର ଲଢୁଆ ହେଲିକପ୍ଟର ଯୋଗେ ଟାର୍ଗେଟ୍ ପଏଣ୍ଟରେ ପହଞ୍ଚିବାକୁ ଯୋଜନା କରୁଛନ୍ତି। ମାଓ ଗତିବିଧି ଜାଣିବାକୁ ୟୁଏଭି ଓ ସେନାର ଅତ୍ୟାଧୁନିକ ନେତ୍ର-୨ ଡ୍ରୋନ୍ ବ୍ୟବହାର କରାଯିବ । ଆକାଶମାର୍ଗରୁ ମଧ୍ୟ ଆକ୍ରମଣ କରାଯିବ ବୋଲି ସୂଚନା ମିଳିଛି ।...  ମାଓବାଦୀମାନେ ଲୁଚିଛପି ଗରିଲା ଯୁଦ୍ଧ କୌଶଳ ଆପଣାଉଥିବା ବେଳେ ସୁରକ୍ଷାକର୍ମୀ ମଧ୍ୟ ସେହି କୌଶଳ ଆପଣାଇବାକୁ ଯାଉଛନ୍ତି । ଏଥିପାଇଁ ବଛାବଛା ଯବାନଙ୍କୁ ପ୍ରସ୍ତୁତ କରାଯାଉଛି । ୨୦୨୫ ଆରମ୍ଭରୁ ମାଓ ଦମନରେ ବଡ଼ ସଫଳତା ମିଳିଥିବାରୁ ସୁରକ୍ଷା କର୍ମୀ ଉତ୍ସାହିତ ଅଛନ୍ତି। ନୂଆନୂଆ କୌଶଳ ଆପଣାଯାଉଛି। ... 

ବଙ୍କରରେ ଲୁଚିଛନ୍ତି ଦୁର୍ଦ୍ଦାନ୍ତ ମାଓନେତା: ମାଓ ଶିବିର ଉପରେ ହେବ ସର୍ଜିକାଲ ଷ୍ଟ୍ରାଇକ୍

କନକ ବ୍ୟୁରୋ: ମାଓ ଦମନ ଲାଗି ସୁରକ୍ଷାକର୍ମୀ ନୂଆ ରଣନୀତି ଆପଣାଇବାକୁ ଯାଉଛନ୍ତି । ଟପ୍ ମାଓନେତା ହିଡ଼ମା ଓ ମାଓ ସଂଗଠନର ୧୨ ଜଣ କେନ୍ଦ୍ରୀୟ କମିଟି ସଦସ୍ୟଙ୍କୁ ଜୀବନ୍ତ ଧରିବା କିମ୍ବା ନିପାତ କରିବା ଲାଗି ଛତିଶଗଡ଼ରେ ମାଓ ଶିବିର ଉପରେ ସର୍ଜିକାଲ ଷ୍ଟ୍ରାଇକ୍ ଲାଗି ସୁରକ୍ଷାକର୍ମୀ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।

ମାଓନେତା ହିଡ଼ମା, ମୁପାଲ୍ଲା ଲକ୍ଷ୍ମଣ ରାଓ ଓରଫ ଗଣପତି, ନମ୍ବାଲା କେଶବ ରାଓ ଓରଫ ବାସବ ରାଜୁ ପରି ମାଓ ସଂଗଠନର ବଡ ନେତା ଛତିଶଗଡ଼ ବସ୍ତରର ଅବୁଝମାଡ ଓ ନ୍ୟାସନାଲ ପାର୍କ ଜଙ୍ଗଲ ବଙ୍କରରେ ଲୁଚିଥିବା ସୂଚନା ମିଳିଛି। ଏହି ଅଞ୍ଚଳରେ ଜନବସତି କମ୍ ଥିବାରୁ ଓ ରାସ୍ତା ନଥିବାରୁ ସୁରକ୍ଷାକର୍ମୀ ଏୟାରଫୋର୍ସର ଲଢୁଆ ହେଲିକପ୍ଟର ଯୋଗେ ଟାର୍ଗେଟ୍ ପଏଣ୍ଟରେ ପହଞ୍ଚିବାକୁ ଯୋଜନା କରୁଛନ୍ତି। ମାଓ ଗତିବିଧି ଜାଣିବାକୁ ୟୁଏଭି ଓ ସେନାର ଅତ୍ୟାଧୁନିକ ନେତ୍ର-୨ ଡ୍ରୋନ୍ ବ୍ୟବହାର କରାଯିବ । ଆକାଶମାର୍ଗରୁ ମଧ୍ୟ ଆକ୍ରମଣ କରାଯିବ ବୋଲି ସୂଚନା ମିଳିଛି ।... 

ମାଓବାଦୀମାନେ ଲୁଚିଛପି ଗରିଲା ଯୁଦ୍ଧ କୌଶଳ ଆପଣାଉଥିବା ବେଳେ ସୁରକ୍ଷାକର୍ମୀ ମଧ୍ୟ ସେହି କୌଶଳ ଆପଣାଇବାକୁ ଯାଉଛନ୍ତି । ଏଥିପାଇଁ ବଛାବଛା ଯବାନଙ୍କୁ ପ୍ରସ୍ତୁତ କରାଯାଉଛି । ୨୦୨୫ ଆରମ୍ଭରୁ ମାଓ ଦମନରେ ବଡ଼ ସଫଳତା ମିଳିଥିବାରୁ ସୁରକ୍ଷା କର୍ମୀ ଉତ୍ସାହିତ ଅଛନ୍ତି। ନୂଆନୂଆ କୌଶଳ ଆପଣାଯାଉଛି। ...