ବଢୁଛି ସୁବର୍ଣ୍ଣରେଖା ଜଳ ସ୍ତର,ଗାଁ ଭିତରେ ପଶିଲା ପାଣି

ବାଲେଶ୍ୱର : ବର୍ଷା ଆରମ୍ଭ ନହେଉଣୁ ସୁବର୍ଣ୍ଣରେଖାରେ ଉପୁଜିଲାଣି ବନ୍ୟା ପରିସ୍ଥିତି । ବିପଦସଂଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର । ଜଳେଶ୍ବରର ରାଜଘାଟରେ ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା। ବିପଦ ସଙ୍କେତ ୧୦.୩୬ ମି. ସଂଧ୍ୟା ୭ଟା ସୁଦ୍ଧା ଜଳସ୍ତର ୧୦.୮୮ ମି. ଥିଲା । ଫଳରେ ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକର ଅନେକ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ହୋ ଗାଁ ଭିତରକୁ ମାଡ଼ି ଯାଇଛି ପାଣି । ସୁବର୍ଣ୍ଣରେଖା ନଦୀର ବନ୍ୟା […]

ବଢୁଛି ସୁବର୍ଣ୍ଣରେଖା ଜଳ ସ୍ତର,ଗାଁ ଭିତରେ ପଶିଲା ପାଣି
ବଢୁଛି ସୁବର୍ଣ୍ଣରେଖା ଜଳ ସ୍ତର,ଗାଁ ଭିତରେ ପଶିଲା ପାଣି

ବାଲେଶ୍ୱର : ବର୍ଷା ଆରମ୍ଭ ନହେଉଣୁ ସୁବର୍ଣ୍ଣରେଖାରେ ଉପୁଜିଲାଣି ବନ୍ୟା ପରିସ୍ଥିତି । ବିପଦସଂଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର । ଜଳେଶ୍ବରର ରାଜଘାଟରେ ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା। ବିପଦ ସଙ୍କେତ ୧୦.୩୬ ମି. ସଂଧ୍ୟା ୭ଟା ସୁଦ୍ଧା ଜଳସ୍ତର ୧୦.୮୮ ମି. ଥିଲା । ଫଳରେ ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକର ଅନେକ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ହୋ ଗାଁ ଭିତରକୁ ମାଡ଼ି ଯାଇଛି ପାଣି । ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ ଆସିବା ନେଇ ପୂର୍ବରୁ ପ୍ରଶାସନ ପକ୍ଷରୁ କୌଣସି ସୂଚନା ନ ଥିଲା । ଯାହାକୁ ନେଇ ଗାଁ ଲୋକଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ । ହଠାତ୍ ଏତେ ମାତ୍ରାରେ ପାଣି ମାଡିବାରୁ ଗାଁ ଲୋକେ ପ୍ରଶାସନ ଉପରେ ବର୍ଷିଛନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୁବର୍ଣ୍ଣରେଖା ନଦୀ କୂଳରେ ଥିବା ବାଉଁଶଖଣା ଓ ମାଟିଖଣା ଗାଁ ଲୋକେ ଏବେ ଆତଙ୍କିତ ହୋଇ ପଡିଛନ୍ତି ।

ସେପଟେ ବାଲିଆପାଳ ବ୍ଲକର ୫ ଟି ପଞ୍ଚୟତରେ ୨୦ ରୁ ଅଧିକ ପରିବାର ପାଣି ଘେରରେ ଥିବା ସୂଚନା ମିଳିଛି । ମୁଖ୍ୟ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ । ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେବାରୁ ଯାତାୟାତ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି ।

ବନ୍ୟା ଆସିବା ନେଇ ଏ ପର୍ଯ୍ୟନ୍ତ ତାଙ୍କ ପାଖରେ କୌଣସି ଖବର ପହଞ୍ଚା ଯାଇନଥିଲା, ଯେଉଁଥି ପାଇଁ ଧନ ଜୀବନକୁ କେମେତି ଏତେ ଶୀଘ୍ର ସୁରକ୍ଷିତ ସ୍ଥାନକୁ ନେବେ ତାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ସୁବର୍ଣ୍ଣରରେଖା ନଦୀର ଏହା ହେଉଛି ପ୍ରଥମ ବନ୍ୟା ପାଣି, ଏହା ପ୍ରଭାବରେ ଭୋଗରାଇର ବିଭିନ୍ନ ତଳିଆ ଗାଁରେ ପାଣି ପଶିବା ଆରମ୍ଭ କରିଛି ।