ଗୁଜରାଟର ପ୍ରଥମ ପରାଜୟ

ଭୁବନେଶ୍ୱର,୨ା୧(ସରୋଜ ଜେନା): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ର ଦ୍ୱିତୀୟ ସିଜନରେ ପ୍ରଥମ ପରାଜୟ ବରଣ କରିଛି ଗୁଜରାଟ ଜାଏଣ୍ଟ୍ସ। ଚେନ୍ନାଇ କୁଇକ୍‌ ଗନ୍ସ ପକ୍ଷରୁ ରାମଜୀ କଶ୍ୟପ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଦଳ ଗୁଜରାଟକୁ ୩୫-୨୯ରେ ପରାସ୍ତ କରିଛି। ରାମଜୀ ଆଟାକ୍‌ କରି ୧୦ ପଏଣ୍ଟ ଅର୍ଜନ କରିଥିବା ବେଳେ ଡିଫେଣ୍ଡ କରି ୪ ମିନିଟରୁ ଅଧିକ ସମୟ ମ୍ୟାଟ ଉପରେ ବିତାଇଥିଲେ। ଏହ ମଧ୍ୟରେ ସେ […] The post ଗୁଜରାଟର ପ୍ରଥମ ପରାଜୟ appeared first on Dharitri Odia News.

ଗୁଜରାଟର ପ୍ରଥମ ପରାଜୟ

ଭୁବନେଶ୍ୱର,୨ା୧(ସରୋଜ ଜେନା): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ର ଦ୍ୱିତୀୟ ସିଜନରେ ପ୍ରଥମ ପରାଜୟ ବରଣ କରିଛି ଗୁଜରାଟ ଜାଏଣ୍ଟ୍ସ। ଚେନ୍ନାଇ କୁଇକ୍‌ ଗନ୍ସ ପକ୍ଷରୁ ରାମଜୀ କଶ୍ୟପ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଦଳ ଗୁଜରାଟକୁ ୩୫-୨୯ରେ ପରାସ୍ତ କରିଛି। ରାମଜୀ ଆଟାକ୍‌ କରି ୧୦ ପଏଣ୍ଟ ଅର୍ଜନ କରିଥିବା ବେଳେ ଡିଫେଣ୍ଡ କରି ୪ ମିନିଟରୁ ଅଧିକ ସମୟ ମ୍ୟାଟ ଉପରେ ବିତାଇଥିଲେ। ଏହ ମଧ୍ୟରେ ସେ ଡ୍ରିମ୍‌ ରନ୍‌ ପୂରଣ କରି ଏକ ବୋନସ ପଏଣ୍ଟ ମଧ୍ୟ ହାତେଇଥିଲେ। ପ୍ରଥମ ଟର୍ନରେ ଗୁଜରାଟ ୧୪ ପଏଣ୍ଟ ଅର୍ଜନ କରିଥିଲା। ଚେନ୍ନାଇ ଦୁଇଟି ଡ୍ରିମ୍‌ ରନ୍‌ ସହ ୨ ପଏଣ୍ଟ ଅର୍ଜନ କରିଥିଲା। ତେବେ ଚେନ୍ନାଇ ନିଜ ଆଟାକ୍‌ରେ ମାତ୍ର ୮ ପଏଣ୍ଟ ଅର୍ଜନ କରିଥିବା ବେଳେ ଗୁଜରାଟ ୩ ଡ୍ରିମ୍‌ ରନ୍‌ ସମ୍ପୂର୍ଣ୍ଣ କରିଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ଗୁଜରାଟ ୯ ପଏଣ୍ଟରେ ଆଗୁଆ ରହିଥିଲା। ତୃତୀୟ ଟର୍ନରେ ରାମଜୀ କଶ୍ୟପ ଚମତ୍କାର ପ୍ରଦର୍ଶନ କରିଥିଲେ। ୫ ଡ୍ରିମ୍‌ ରନ୍‌ ଓ ବୋନସ ପଏଣ୍ଟ ହାସଲ କରିବା ସହିତ ସେ ଗୁଜରାଟକୁ ମାତ୍ର ୧୨ ପଏଣ୍ଟ ସ୍କୋର କରିବାକୁ ଦେଇଥିଲ। ଅନ୍ତିମ ଟର୍ନରେ ବିଜୟ ପାଇଁ ୧୬ ପଏଣ୍ଟ ଆବଶ୍ୟକ ଥିବା ବେଳେ ଚେନ୍ନାଇ ୨୦ ପଏଣ୍ଟ ଅର୍ଜନ କରି ବିଜୟୀ ହୋଇଛି। ଏହି ବିଜୟ ସହିତ ଚେନ୍ନାଇ କୁଇକ୍‌ ଗନ୍ସ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି।

The post ଗୁଜରାଟର ପ୍ରଥମ ପରାଜୟ appeared first on Dharitri Odia News.