ଯୌତୁକ ପାଇଁ ୯ ମାସର ଗର୍ଭବତୀଙ୍କୁ ମାରିଦେଲେ ଶାଶୁଘର ଲୋକେ

ରାଜନଗର,୧୯।୪(କୃତିବାସ ପ୍ରଧାନ): ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ। କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ବାଲିସାହିପାଟଣା ଗାଁ ରେ ଘଟିଛି ଏହି ଅଭାବନୀୟ ଘଟଣା। ଅଭିଯୋଗ ମୁତାବକ, ଆଳି ଥାନା ନଳପାହି ଗାଁର ଜୈରାମ ପରିଡାଙ୍କ ଝିଅ କଳ୍ପନା ପରିଡା ବାଲିସାହିପାଟଣା ଗାଁର ଦୀପକ ଦାସଙ୍କୁ ଗତବର୍ଷ ବିବାହ କରିଥିଲେ। ବୈଦିକ ରୀତିନୀତି ଅନୁସାରେ ଯୌତୁକ ଦେଇ ବିବାହ ହୋଇଥିଲା। କିନ୍ତୁ ଶାଶୂଘର ଲୋକେ ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବି କରିବା ସହ ଝିଅକୁ […] The post ଯୌତୁକ ପାଇଁ ୯ ମାସର ଗର୍ଭବତୀଙ୍କୁ ମାରିଦେଲେ ଶାଶୁଘର ଲୋକେ appeared first on Dharitri Odia News.

ଯୌତୁକ ପାଇଁ ୯ ମାସର ଗର୍ଭବତୀଙ୍କୁ ମାରିଦେଲେ ଶାଶୁଘର ଲୋକେ

ରାଜନଗର,୧୯।୪(କୃତିବାସ ପ୍ରଧାନ): ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ। କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ବାଲିସାହିପାଟଣା ଗାଁ ରେ ଘଟିଛି ଏହି ଅଭାବନୀୟ ଘଟଣା। ଅଭିଯୋଗ ମୁତାବକ, ଆଳି ଥାନା ନଳପାହି ଗାଁର ଜୈରାମ ପରିଡାଙ୍କ ଝିଅ କଳ୍ପନା ପରିଡା ବାଲିସାହିପାଟଣା ଗାଁର ଦୀପକ ଦାସଙ୍କୁ ଗତବର୍ଷ ବିବାହ କରିଥିଲେ। ବୈଦିକ ରୀତିନୀତି ଅନୁସାରେ ଯୌତୁକ ଦେଇ ବିବାହ ହୋଇଥିଲା। କିନ୍ତୁ ଶାଶୂଘର ଲୋକେ ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବି କରିବା ସହ ଝିଅକୁ ନିର୍ଯାତନା ଦେଇ ଆସୁଥିଲେ। ଝିଅ ୯ ମାସର ଗର୍ଭବତୀ ଥିବା ବେଳେ ଗତକାଲି ଝିଅକୁ ତାର ଶାଶୁଘର ଲୋକେ ହତ୍ୟା କରିଥିବା ପରିବାର ଲୋକେ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବାପରେ ରାଜନଗର ପୋଲିସ ଘଟଣାସ୍ଥଳରେ ପହଂଚି ଛାନ ଭିନ କରୁଥିବାବେଳେ କଳ୍ପନାଙ୍କ ଶାଶୁଘର ଲୋକେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

The post ଯୌତୁକ ପାଇଁ ୯ ମାସର ଗର୍ଭବତୀଙ୍କୁ ମାରିଦେଲେ ଶାଶୁଘର ଲୋକେ appeared first on Dharitri Odia News.