ରାଜନୀତିର ହଟ୍‌ସ୍ପଟ୍‌ ଗୋପାଳପୁର: ପ୍ରଚାର ମଇଦାନକୁ ଓହ୍ଲାଇଲା ଭାଜପା

ଗୋପାଳପୁର,୨୧ା୪(ନବୀନ ରାଜ ଆଚାରୀ): ରାଜ୍ୟ ରାଜନୀତିରେ ହଟସ୍ପଟ୍‌ ରୂପେ ପରିଚିତ ଗୋପାଳପୁର ନିର୍ବାଚନ ମଣ୍ଡଳୀ। ଏଠାରେ କେଉଁ ଦଳର ପ୍ରାର୍ଥୀ ବାଜି ମାରିବେ ସେ ନେଇ ସମସ୍ତଙ୍କ ନଜର ରହିଛି। ଅନ୍ୟ ପଟେ ଦିନକୁ ଦିନ ରାଜନୀତି ତାତି ବି ବଢ଼ିବାରେ ଲାଗିଛି। ରବିବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଖଜୁରିଆ ବାଇପାସ ନିକଟରେ ଭାଜପାର ଯୁବ ଓ ମହିଳା ମୋର୍ଚ୍ଚା ଜାଗରଣ ସମାବେଶ ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଭାଜପାର ବ୍ରହ୍ମପୁର ଲୋକ ସଭା ପ୍ରାର୍ଥୀ ଡ. […] The post ରାଜନୀତିର ହଟ୍‌ସ୍ପଟ୍‌ ଗୋପାଳପୁର: ପ୍ରଚାର ମଇଦାନକୁ ଓହ୍ଲାଇଲା ଭାଜପା appeared first on Dharitri Odia News.

ରାଜନୀତିର ହଟ୍‌ସ୍ପଟ୍‌ ଗୋପାଳପୁର: ପ୍ରଚାର ମଇଦାନକୁ ଓହ୍ଲାଇଲା ଭାଜପା

ଗୋପାଳପୁର,୨୧ା୪(ନବୀନ ରାଜ ଆଚାରୀ): ରାଜ୍ୟ ରାଜନୀତିରେ ହଟସ୍ପଟ୍‌ ରୂପେ ପରିଚିତ ଗୋପାଳପୁର ନିର୍ବାଚନ ମଣ୍ଡଳୀ। ଏଠାରେ କେଉଁ ଦଳର ପ୍ରାର୍ଥୀ ବାଜି ମାରିବେ ସେ ନେଇ ସମସ୍ତଙ୍କ ନଜର ରହିଛି। ଅନ୍ୟ ପଟେ ଦିନକୁ ଦିନ ରାଜନୀତି ତାତି ବି ବଢ଼ିବାରେ ଲାଗିଛି। ରବିବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଖଜୁରିଆ ବାଇପାସ ନିକଟରେ ଭାଜପାର ଯୁବ ଓ ମହିଳା ମୋର୍ଚ୍ଚା ଜାଗରଣ ସମାବେଶ ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଭାଜପାର ବ୍ରହ୍ମପୁର ଲୋକ ସଭା ପ୍ରାର୍ଥୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଗୋପାଳପୁର ବିଧାୟକ ପ୍ରାର୍ଥୀ ବିଭୁତି ଭୂଷଣ ଜେନା, ଲୋକ ସଭା ସଂଯୋଜକ ସରୋଜ ସାବତ, ଯୁବନେତା ବାଲ୍ୟ ରାମ ଦଳେଇ, ଗୌରୀ ସାମନ୍ତରାୟ, ଜିଲା ଉପସଭାପତି ଗଙ୍ଗା ଶତପଥୀ,ଜିଲା ଯୁବ ମୋର୍ଚ୍ଚା ସଭାପତି ଶିବ ନାୟକ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁଜା ନନ୍ଦ ବିଶ୍ୱାଳ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦକ ବବିତା ପାତ୍ର ଓ ଅନ୍ୟମାନେ ଯୋଗ ଦେଇଥିଲେ। କେନ୍ଦ୍ର ସରକାର ଯୋଜନା ସମ୍ପର୍କରେ ନେଇ ଲୋକ ନିକଟରେ ପହଞ୍ଚଇବା ସହ ପରିଶ୍ରମ କରିବା ପାଇଁ କର୍ମୀମାନଙ୍କୁ ଆହ୍ବାନ ଦିଆଯାଇଥିଲା। ଏହି ସରକାର ପରିବର୍ତ୍ତନ କରି ଡବଲ ଇଞ୍ଜିନ ସରକାର ଆସିବ ବୋଲି ଲୋକ ସଭା ପ୍ରାର୍ଥୀ ପାଣିଗ୍ରାହୀ କହିଥିଲେ। ଲୁହାଝର ସରପଞ୍ଚ କମଳା ରେଡ୍ଡିଙ୍କ ସମେତ ପୂର୍ବତନ ସରପଞ୍ଚ, ବିଜେଡି କର୍ମୀମାନେ ଭାଜପା ସାମିଲ ହୋଇଥିଲେ। ଏହି ଅବସରରେ କର୍ପୋରେଟର ବନିତା ସାହୁ, ମମତା ରଣ, ରାଜେଶ ସାହୁ, ରାଜେଶ ପଟ୍ଟନାୟକ, ଅନିଲ ପତି, ଅକ୍ଷୟ ପାଢ଼ୀ, ଏନ ଧନଞ୍ଜୟ ରାଓ, ଅସିତ ଶତପଥୀ, ସନ୍ତୋଷ ବିଷୋୟୀ, ଗଙ୍ଗା ପାତ୍ର, ଲଷ୍ମୀନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

The post ରାଜନୀତିର ହଟ୍‌ସ୍ପଟ୍‌ ଗୋପାଳପୁର: ପ୍ରଚାର ମଇଦାନକୁ ଓହ୍ଲାଇଲା ଭାଜପା appeared first on Dharitri Odia News.