ଏଣିକି ଧର୍ମାନ୍ତରୀକରଣ କରୁଥିବା ଲୋକଙ୍କୁ ହେବ ଫାଶି, ମୁଖ୍ୟମନ୍ତ୍ରୀ ମୋହନଙ୍କ ବଡ଼ ଘୋଷଣା…

ଭୋପାଳ,୮।୩:ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ନିର୍ଦ୍ଦୋଷ ଝିଅମାନଙ୍କୁ ବଳାତ୍କାର କରୁଥିବା ଲୋକଙ୍କ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ଅଛି। ଏବେ ଧର୍ମ ପରିବର୍ତ୍ତନ କରୁଥିବା ଲୋକଙ୍କ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯିବ। ରାଜଧାନୀ ଭୋପାଳର କୁଶାଭାଉ ଠାକ୍‌ରେ ଅଡିଟୋରିୟମରେ ରାଜ୍ୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଯାଦବ କହିଛନ୍ତି ଯେ ରାଜ୍ୟରେ ନିରୀହ […] The post ଏଣିକି ଧର୍ମାନ୍ତରୀକରଣ କରୁଥିବା ଲୋକଙ୍କୁ ହେବ ଫାଶି, ମୁଖ୍ୟମନ୍ତ୍ରୀ ମୋହନଙ୍କ ବଡ଼ ଘୋଷଣା… appeared first on Dharitri Odia News.

ଏଣିକି ଧର୍ମାନ୍ତରୀକରଣ କରୁଥିବା ଲୋକଙ୍କୁ ହେବ ଫାଶି, ମୁଖ୍ୟମନ୍ତ୍ରୀ ମୋହନଙ୍କ ବଡ଼ ଘୋଷଣା…

ଭୋପାଳ,୮।୩:ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ନିର୍ଦ୍ଦୋଷ ଝିଅମାନଙ୍କୁ ବଳାତ୍କାର କରୁଥିବା ଲୋକଙ୍କ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ଅଛି। ଏବେ ଧର୍ମ ପରିବର୍ତ୍ତନ କରୁଥିବା ଲୋକଙ୍କ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯିବ।

ରାଜଧାନୀ ଭୋପାଳର କୁଶାଭାଉ ଠାକ୍‌ରେ ଅଡିଟୋରିୟମରେ ରାଜ୍ୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଯାଦବ କହିଛନ୍ତି ଯେ ରାଜ୍ୟରେ ନିରୀହ ଝିଅମାନଙ୍କ ସହିତ ଦୁଷ୍କର୍ମ ମାମଲାରେ ସରକାର ବହୁତ କଠୋର। ଏହି ପରିପ୍ରେକ୍ଷୀରେ ଫାଶୀ ଦେବାର ବ୍ୟବସ୍ଥା କରାଯାଇଛି। ଆମ ସରକାର ବଳାତ୍କାର କରୁଥିବା ବ୍ୟକ୍ତିଙ୍କୁ ଛାଡିବ ନାହିଁ। କୌଣସି ପରିସ୍ଥିତିରେ ଆମେ ଏପରି ଲୋକଙ୍କୁ ବଞ୍ଚିବାର ଅଧିକାର ଦେବାକୁ ଚାହୁଁନାହୁଁ। ଏହାଛଡ଼ା ଲୋକଙ୍କୁ ଧର୍ମାନ୍ତରୀକରଣ କରୁଥିବା ଲୋକଙ୍କୁ ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ଥା କରାଯାଉଛି।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଆହୁରି କହିଛନ୍ତି ଯେ କୌଣସି ପରିସ୍ଥିତିରେ ଧର୍ମାନ୍ତରୀକରଣ ଏବଂ ଅସଦାଚରଣକୁ ବରଦାସ୍ତ କରାଯିବ ନାହିଁ। ସମାଜରେ କୁପ୍ରଥା ଏବଂ ଭୁଲ ପ୍ରଥାକୁ ପ୍ରୋତ୍ସାହିତ କରୁଥିବା ଏପରି ଅସାମାଜିକ ବ୍ୟବସ୍ଥା ସହିତ କଠୋର ମୁକାବିଲା କରିବାକୁ ସରକାର ସଂକଳ୍ପ ନେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ଗ୍ରାମୀଣ ଜୀବିକା ମିଶନର ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକର ଉତ୍ପାଦ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ ଏବଂ ଷ୍ଟଲଗୁଡ଼ିକ ଯାଞ୍ଚ କରିଥିଲେ। ସେ ଭୋପାଳ ସହରରେ ଆଜିବିକା ମିଶନ ଦ୍ୱାରା ପରିଚାଳିତ ଜୈବିକ ହାଟ ବଜାରର ତିନୋଟି ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

The post ଏଣିକି ଧର୍ମାନ୍ତରୀକରଣ କରୁଥିବା ଲୋକଙ୍କୁ ହେବ ଫାଶି, ମୁଖ୍ୟମନ୍ତ୍ରୀ ମୋହନଙ୍କ ବଡ଼ ଘୋଷଣା… appeared first on Dharitri Odia News.